କିସମ ବଦଳାଇ ବିକିଦେଲେ ୫ କୋଟି ମୂଲ୍ୟର ସରକାରୀ ଜମି

Advertisment
କିସମ ବଦଳାଇ ବିକିଦେଲେ ୫ କୋଟି ମୂଲ୍ୟର ସରକାରୀ ଜମି

Dharamshala Property

ଜଗତସିଂହପୁର : କଟକ–ପାରାଦୀପ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସରକାରୀ ଜମିକୁ କିସମ ବଦଳାଇ ବିକ୍ରି କରାଯାଇଛି। ବାସଗୃହ ଜମି ନଥିବା ବ୍ୟକ୍ତିଙ୍କୁ ସରକାରୀ ଜମି ପ୍ରଦାନ ପାଇଁ ଯେଉଁ ନିୟମ ରହିଛି, ତାହାର ଫାଇଦା ନେବାକୁ ଯାଇ ଏଭଳି ଜମି କାରବାର ହୋଇଥିବା ସନ୍ଦେହ କରାଯାଉଛି। ଦୀର୍ଘ ବର୍ଷ ହେବ ଏହି କେଳେଙ୍କାରୀକୁ ସଫଳ ରୂପ ଦେବା ପାଇଁ ବ୍ଲୁ–ପ୍ରିଣ୍ଟ୍‌ ପ୍ରସ୍ତୁତ ହୋଇଥିବାବେଳେ ଉପଜିଲ୍ଲାପାଳ ଅବସର ନେବା ଦିନ ଏଥିରେ ମୋହର ମାରିଥିବା ଜଣାପଡ଼ିଛି। ଯାହାକି, ସଂପୂର୍ଣ୍ଣ ପ୍ରକ୍ରିୟାକୁ ସନ୍ଦେହ ପରିସରକୁ ଆଣିଛି।

ମିଳିଥିବା ସୂଚନା ଅନୁଯାୟୀ, ବାସଗୃହ ଜମି ନଥିବା ବ୍ୟକ୍ତିଙ୍କୁ ଜମି ଦେବା ନିମେନ୍ତ ସରକାରଙ୍କ ଆଇନ ମୁତାବକ ଏହି ଜମିର କବଲା କରାଯାଇଛି। କିନ୍ତୁ ଯେଉଁ ବ୍ୟକ୍ତିଙ୍କ ନାଁରେ ଜମି କବଲା କରାଯାଇଛି, ସେ ବାସଗୃହ ହୀନ ନିୟମ ଆଧାରରେ ସରକାରୀ ଜମି ପାଇବାକୁ ହକଦାର ନଥିବା କୁହାଯାଉଛି। ବାସଗୃହ କିସମ ଜମି ନଥିବା, ୪୦ ହଜାର ଟଙ୍କାରୁ କମ ଆୟ ଥିବା ଏବଂ ଅନ୍ୟ ଜମି ୧ ଏକରରୁ କମ ଥିବା ବ୍ୟକ୍ତିଙ୍କ ପାଇଁ ଏଭଳି ସରକାରୀ ଜମି ଦେବାର ‌ନିୟମ ରହିଥିଲେ ବି ଏ କ୍ଷେତ୍ରରେ ଆଇନକୁ ଭୁଲ ବାଟରେ ନିଆଯାଇଥିବା ସନ୍ଦେହ କରାଯାଉଛି। କୁଜଙ୍ଗର ପୂର୍ବତନ ତହସିଲଦାର ରମେଶ ଚନ୍ଦ୍ର ପଣ୍ତା ସରକାରୀ ଜମିର ବିକ୍ରି ପାଇଁ ନିଷ୍ପତ୍ତି ନେଇଥିବା ବେଳେ ପୂର୍ବତନ ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି ଏହାକୁ ସ୍ବୀକୃତି ଦେଇଛନ୍ତି। ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ଓପିଏଲଇ ଆଇନ-୧୯୭୨ର ଧାରା ୧୨, ଉପଧାରା ୨ ଅନୁଯାୟୀ ଏହି ନିଷ୍ପତ୍ତିକୁ ବାତିଲ କରିବା ପାଇଁ କୁଜଙ୍ଗ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe