ମେଡିକାଲ କଲେଜ, ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Advertisment
ମେଡିକାଲ କଲେଜ, ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
 ଭଦ୍ରକ: ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ଓ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଗୁରୁବାର ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦିଆଯାଇଥିଲା। ଧାରଣା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ଭଦ୍ରକର ସର୍ବୋଦୟ ମଣ୍ଡଳର ସଭାପତି ଅମର କୁମାର ପାଣିଗ୍ରାହୀଙ୍କ ଆବାହକତ୍ୱରେ କର୍ମକର୍ତ୍ତାମାନେ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ଜନସାଧାରଣମାନ ମିଳିତ ଭାବରେ ଗୁରୁବାର ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଭଦ୍ରକରେ ଏକ  ସରକାରୀ ମେଡିକାଲ କଲେଜ ଓ ଏକ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଦାବିପତ୍ର ପ୍ରଦାନ କରାଯାଇଛି। ସର୍ବୋଦୟ ମଣ୍ଡଳର ସଭାପତି ଶ୍ରୀ ପାଣିଗ୍ରାହୀଙ୍କ ନେତୃତ୍ଵରେ ଶତାଧିକ ଜନସାଧାରଣ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଦିବା ୧୦ ଘଟିକାରୁ ୧୨ ଘଟିକା ୩୦ ମିନିଟ ପର୍ଯ୍ୟନ୍ତ ଗଣଧାରଣା ଆନ୍ଦୋଳନ ଓ ନିଜର ନ୍ୟାର୍ଯ୍ୟ ଦାବି ମେଡିକାଲ କଲେଜ ପ୍ରତିଷ୍ଠା ଓ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ନିବେଦନ କରିଛନ୍ତି।
publive-image
ଭଦ୍ରକ ଜିଲ୍ଲାରେ ଜନସଂଖ୍ୟା ୧୭ ଲକ୍ଷରୁ ଅଧିକ ଓ ଏହି ଜିଲ୍ଲା ଉପରେ ଉପକୂଳବର୍ତ୍ତୀ ଚାରୋଟି ଜିଲ୍ଲାର ୧୨ଲକ୍ଷରୁ ଅଧିକ ଲୋକ ଚିକିସିା ନିମନ୍ତେ ଭଦ୍ରକ ଜିଲ୍ଲା ମୁଖ୍ୟଚିକିସିାଳୟ ଉପରେ ନିର୍ଭର କରିଥାନ୍ତି। ମାତ୍ର ଅତି ଦୁଃଖ ଓ ପରିତାପର ବିଷୟ ଦୀର୍ଘ ୧୮ ବର୍ଷ ଧରି ଜନସାଧାରଣ, ମିଳିତ କ୍ରିୟାନୁଷ୍ଠାନ କମିଟି, ସର୍ବୋଦୟ ମଣ୍ଡଳ ଦାବି ଓ ଧର୍ମଘଟ କରୁଥିଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। ନିକଟରେ ଜୁନ ୧୧ ତାରିଖରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌ ମେଡିକାଲ କଲେଜ ଓ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଖୁବ ଶୀଘ୍ର ହେବ ଓ ଏହାର ଶୁଭ ଖବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କଠାରୁ ଜିଲ୍ଲାବାସୀ ଶୁଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ସେ ଆମର ନ୍ୟାର୍ଯ୍ୟ ଦାବିକୁ ଭୁଲିଗଲେ। ଆଶା କରାଯାଉଥିଲା ସରକାର ଶେଷ ମୁହୂର୍ତ୍ତରେ ଏଥିପାଇଁ ଘୋଷଣା କରିପାରନ୍ତି। ମାତ୍ର ସରକାର ଏଥିପ୍ରତି କର୍ଣ୍ଣପାତ କଲେ ନାହିଁ। ସେଥିପାଇଁ ଭଦ୍ରକ ଜିଲ୍ଲାର ସର୍ବସାଧାରଣ ଓ ସର୍ବୋଦୟ ମଣ୍ଡଳର କର୍ମକର୍ତ୍ତା ଅତ୍ୟନ୍ତ ଦୁଃଖ ଓ ନୈରାଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିନମ୍ର ନିବେଦନ କରୁଛନ୍ତି ଯେ, ଯଥା ଶୀଘ୍ର ମେଡିକାଲ କଲେଜ ଓ ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଘୋଷଣା କରି ଏକ ଜନମାନସର ନେତା ଭାବରେ ପରିଚୟ ପ୍ରଦାନ କରନ୍ତୁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe