ବ୍ୟାସକବିଙ୍କୁ ନେଇ ସରକାରୀ ତତ୍ପରତା

Advertisment

ସରକାରୀସ୍ତରରେ ପାଳିତ ହେବ ୧୭୫ତମ ଜୟନ୍ତୀ ଓ ଶ୍ରାଦ୍ଧ ଶତବାର୍ଷିକୀ

ସରକାରୀସ୍ତରରେ ପାଳିତ ହେବ ୧୭୫ତମ ଜୟନ୍ତୀ ଓ ଶ୍ରାଦ୍ଧ ଶତବାର୍ଷିକୀ

ଆଜି ଜନ୍ମଦିନ: ଆଧୁନିକ ଓଡ଼ିଆ ଗଳ୍ପର ଜନକ ବ୍ୟାସକବି ଫକୀରମୋହନ ସେନାପତି

ସଂସ୍କୃତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠନ ହେବ ରାଜ୍ୟସ୍ତରୀୟ କମିଟି

ଭୁବନେଶ୍ୱର : ଓଡ଼ିଆ ଭାଷା ସାହିତ୍ୟର ପ୍ରମୁଖ କର୍ଣ୍ଣଧାର ଓ ଓଡ଼ିଆ ଗଳ୍ପ ସାହିତ୍ୟର ଜନକ ବ୍ୟାସକବି ଫକୀର ମୋହନ ସେନାପତିଙ୍କୁ ନେଇ ରାଜ୍ୟ ସରକାର ବେଶ୍‌ ତତ୍ପରତା ଦେଖାଇଛନ୍ତି। ବ୍ୟାସକବିଙ୍କ ୧୭୫ତମ ଜୟନ୍ତୀ ଓ ଶ୍ରାଦ୍ଧ ଶତବାର୍ଷିକୀ ସରକାରୀ ସ୍ତରରେ ପାଳନ କରାଯିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାସହିତ ଆସନ୍ତା ବର୍ଷଠାରୁ ବ୍ୟାସକବିଙ୍କ ଜୟନ୍ତୀକୁ ସୂଚନା ଓ ଲୋକସଂପର୍କ ବିଭାଗର ବାର୍ଷିକ କ୍ୟାଲେଣ୍ଡରରେ ସ୍ଥାନୀତ କରାଯିବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଆ ସାହିତ୍ୟକୁ ଏକ ନୂତନ ଦିଗ୍‌ଦର୍ଶନ ପ୍ରଦାନ କରିଥିବା ଫକୀର ମୋହନଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଉତ୍ସବକୁ ରାଜ୍ୟସ୍ତରରେ ସରକାରୀ ଭାବରେ ପାଳନ କରାଯିବା ନିମନ୍ତେ ବିଭିନ୍ନ ସଂଗଠନ ଓ ସାହିତ୍ୟପ୍ରେମୀ ଦୀର୍ଘଦିନ ଧରି ଦାବି କରିଆସୁଥିଲେ। ଏହି ରାଜ୍ୟସ୍ତରୀୟ ସମାରୋହକୁ ସଫଳ କରିବା ନିମନ୍ତେ ସଂସ୍କୃତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯିବ। ବ୍ୟାସକବିଙ୍କ ଜନ୍ମସ୍ଥାନ ଏବଂ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଚଳିତ ବର୍ଷ ଏହି ଉତ୍ସବ ପାଳନ କରିବା ନେଇ ସ୍ଥିର ହୋଇଛି। ଓଡ଼ିଶା ସାହିତ୍ୟ ଏକାଡ଼େମି ଏବଂ ଅନ୍ୟାନ୍ୟ ସହଯୋଗୀ ଅନୁଷ୍ଠାନକୁ ମଧ୍ୟ ଏହି ଉତ୍ସବରେ ସାମିଲ କରାଯିବ। ଉଲ୍ଲେଖଯୋଗ୍ୟ, ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର ନିମନ୍ତେ ରାଜ୍ୟ ସରକାର ପୁରୀରେ ଏକ ସ୍ୱତନ୍ତ୍ର କ୍ୟାବିନେଟ କରିବା ପରେ ବ୍ୟାସକବିଙ୍କୁ ନେଇ ଏପରି ତତ୍ପରତା ଦେଖାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe