Image Courtesy of MIMS Today
ନୂଆଦିଲ୍ଲୀ: ସରକାରୀ ଡାକ୍ତରଖାନାମାନଙ୍କୁ ଆସୁଥିବା ରୋଗୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଔଷଧ କିଣିବା, ଗଚ୍ଛିତ ରଖିବା ଓ ଯୋଗାଣ ବ୍ୟବସ୍ଥାକୁ ଦୁର୍ନୀତିମୁକ୍ତ କରାଯିବା ସହ ଏକ୍ସପାରି ହୋଇଥିବା ଔଷଧ ବଣ୍ଟନ ଘଟଣାରେ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଓଡ଼ିଶା ସରକାର ଜାତୀୟ ମାନବ ଅଧିକାର କମିସନ୍ଙ୍କୁ (ଏନ୍ଏଚ୍ଆର୍ସି) ଜଣାଇଛନ୍ତି।
ଏହି ମାମଲାର ଅଭିଯୋଗକାରୀ ସୁପ୍ରିମ୍ କୋର୍ଟର ଓକିଲ ତଥା ସାମାଜିକକର୍ମୀ ରାଧାକାନ୍ତ ତ୍ରିପାଠୀ ଓଡ଼ିଶାର କଟକ, ଜୟପୁର, ମୟୂରଭଞ୍ଜ ଏବଂ ସୁନ୍ଦରଗଡ଼ ଜିଲ୍ଲାସ୍ଥିତ ସରକାରୀ ଡାକ୍ତରଖାନା/ସ୍ବାସ୍ଥ୍ୟକେନ୍ଦ୍ରର ଟେଷ୍ଟ୍ ଅଡିଟ୍ ବିଷୟରେ ଭାରତ ସରକାରଙ୍କ କମ୍ପ୍ଟ୍ରୋଲର୍ ଆଣ୍ଡ୍ ଅଡିଟର୍ ଜେନେରାଲ୍ ଦେଇଥିବା ପ୍ରତିକୂଳ ମନ୍ତବ୍ୟଗୁଡ଼ିକୁ ଦର୍ଶାଇ ଅଭିଯୋଗ କରିଥିଲେ ଯେ, ୨୦୦୭ ରୁ ୨୦୧୩ ମଧ୍ୟରେ ରୋଗୀମାନଙ୍କୁ ଏକ୍ସପାଇରି ଔଷଧ ଦିଆଯାଇଥିଲା। । ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିସନ ପ୍ରଣୟନରେ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତିରେ ଆବଶ୍ୟକତା ଠାରୁ ବହୁ ପରିମାଣର ମିସୋପ୍ରୋଷ୍ଟଲ୍ ୨୦୦ ଏମ୍ଜି ବଟିକା ଖରିଦ କରାଯାଇଥିଲା। ଏହି ଔଷଧର ମାନ ଯାଞ୍ଚ ନ କରାଯାଇ ବଣ୍ଟନ କରାଯାଇଥିଲା।
Image Courtesy of IPLeaders Blogଏ ସଂକ୍ରାନ୍ତରେ ନିର୍ଦେଶ ପାଇବା ପରେ ଓଡ଼ିଶା ସରକାର ‘ଏନ୍ଏଚ୍ଆର୍ସି’ଙ୍କୁ ଜଣାଇଛନ୍ତି ଯେ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ କଟକ ଜିଲ୍ଲାରେ ହୋଇଥିବା ହିସାବପତ୍ର ଅମେଳ କାରଣରୁ କଟକ ସିଜିଏମ୍ଓ ଔଷଧ ମୂଲ୍ୟ ରିକଭରି ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ମୟୂରଭଞ୍ଜ, ଜୟପୁର ଏବଂ ସୁନ୍ଦରଗଡ଼ରେ ଏକ୍ସପାଇରି ଔଷଧ ବଣ୍ଟନ ହୋଇ ନ ଥିବା ଏବଂ ଔଷଧ ପାର୍ଶ୍ବପ୍ରତିକ୍ରିୟା ଘଟଣା ଘଟି ନ ଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
Follow Us