ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ ଭଙ୍ଗା, କାରଣ ଅସ୍ପଷ୍ଟ

ପ୍ରଣବ ପ୍ରକାଶ ଦାସଙ୍କ ଭିଡିଓ ବାର୍ତ୍ତା

ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ ଭଙ୍ଗା, କାରଣ ଅସ୍ପଷ୍ଟ

ଭୁବନେଶ୍ବର: ବିଜେଡିର ସାଙ୍ଗଠନିକ ସଂପାଦକ ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କ ସରକାରୀ ଆଲିଶାନ୍ ବାସଭବନ ଭଙ୍ଗାଯାଉଥିବା ସୂଚନା ରହିଛି। କିଏ ଭାଙ୍ଗୁଛି ଓ କାହିଁକି ଭାଙ୍ଗୁଛି ସେନେଇ କିଛି ସୂଚନା ନାହିଁ। ଏହି ଘରେ ବିଳାସମୟ କୋଠରୀ ରହିଥିବା ଜଣାଯାଇଛି। ଏଠାରେ ନିଜେ ପ୍ରଣବ ପ୍ରକାଶ ଦାସ ଅଣ୍ଡରଗ୍ରାଉଣ୍ଡ ଘର ବି ତୋଳିଥିଲେ। ପ୍ରଣବ ପ୍ରକାଶ ଦାସ ସେହି ଘର ଛାଡ଼ିଛନ୍ତି। ସେହି ଘରେ ସେ କୋଟି କୋଟି ଟଙ୍କାର ଇଣ୍ଟେରିଅର୍ କାମ କରିଥିବା କୁହାଯାଉଛି। ଉକ୍ତ ଘର ଫାଟକରେ ତାଲା ପଡ଼ିଥିବା ବେଳେ ଭିତରେ ଚାଲିଛି ଘର ଭଙ୍ଗା। ଏଣେ ଏନେଇ ସରକାରୀ କଳ ବା ପ୍ରଶାସନ କାହିଁକି ଚୁପ୍ ତାକୁ ନେଇ ବି ପ୍ରଶ୍ନ ଉଠିଛି। ଏଣେ ଘଟଣା ପ୍ରଘଟ ହେବା ପରେ ଉକ୍ତ ଘର ଆଗରେ ଲୋକଙ୍କ ଭିଡ଼ ଜମିଛି।

ଗତ ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ପ୍ରଣବ ପ୍ରକାଶ ଦାସ ଭୟଭୀତ ହୋଇ ଏଭଳି କାମ କରାଉଥିବା ଚର୍ଚ୍ଚା ହେଉଛି। ସେ ନିଜେ ମଧ୍ୟ ସମ୍ବଲପୁର ଲୋକସଭା ଆସନରେ ପ୍ରତିଦ୍ବନ୍ଦ୍ବିତା କରି ମଧ୍ୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ପରାଜୟ ବରଣ କରିଥିଲେ।

କ୍ୱାର୍ଟର୍ସ ଭଙ୍ଗାକୁ ନେଇ ପ୍ରଣବ ପ୍ରକାଶ ଦାସ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ଏଥିରେ ସେ ନିୟମ ଅନୁସାରେ ଭଙ୍ଗା ଯାଉଛି ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଜିଏ ବିଭାଗ ନୋଟିସ କରିଥିଲେ, ୧୫ ସୁଦ୍ଧା କ୍ୱାର୍ଟର୍ସ ଛାଡ଼ିଦେବି। ବିଜେଡି ସଂଗଠନ ସଂପାଦକ ଥିବାରୁ ବହୁତ ନେତା ଭେଟିବାକୁ ଆସନ୍ତି। ସେମାନଙ୍କ ବସାଉଠା ପାଇଁ ଏକ୍ସଟେନ୍‌ସନ୍‌ କରିଥିଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe