ଭୁବନେଶ୍ୱର: ବରିଷ୍ଠ ସାରସ୍ୱତ ସାଧକ ଚନ୍ଦ୍ରଶେଖର ରଥଙ୍କ ପାର୍ଥିବ ଶରୀର ଆଜି ପୁରୀ ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଅନ୍ତମ ସଂସ୍କାର କରାଯିବ। ଏ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ ଯେ ଓଡ଼ିଆ କଥା ସାହିତ୍ୟ ଜଗତର ଉତ୍ତୁଙ୍ଗ ପୁରୁଷ ଚନ୍ଦ୍ରଶେଖର ରଥଙ୍କର ଗତକାଲି ଅପରାହ୍ଣ ୪ଟା ୧୫ରେ ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ବାର୍ଧକ୍ୟଜନିତ କାରଣରୁ ବେଶ୍ କିଛି ମାସ ହେଲା ସେ ଶଯ୍ୟାଶାୟୀ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଆଇଆର୍ସି ଭିଲେଜ୍ସ୍ଥିତ (ଏନ୍୧ ଏ/୩୨) ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
୧୯୨୯ ମସିହା ଅକ୍ଟୋବର ୧୭ ତାରିଖରେ ବଲାଙ୍ଗୀରରେ ଜନ୍ମ ଗ୍ରହଣ କରିଥିବା ଚନ୍ଦ୍ରଶେଖର ରଥ ଉପନ୍ୟାସ ‘ଅସୂର୍ଯ୍ୟ ଉପନିବେଶ’ ପାଇଁ ୧୯୭୩ ଏବଂ ପ୍ରବନ୍ଧ ସଂକଳନ ‘ଅଶ୍ରୁତ ସ୍ୱର’ ପାଇଁ ୧୯୭୮ରେ ଓଡ଼ିଶା ସାହିତ୍ୟ ଏକାଡେମି ସମ୍ମାନ ପାଇଥିବା ବେଳେ ଗଳ୍ପ ସଂକଳନ ‘ସମ୍ରାଟ ଓ ଅନ୍ୟମାନେ’ ପାଇଁ ୧୯୮୨ରେ ସାରଳା ପୁରସ୍କାର ଏବଂ ଗଳ୍ପ ସଂକଳନ ‘ସବୁଠାରୁ ଦୀର୍ଘରାତି’ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ଲାଭ କରିଥିଲେ। ୨୦୧୦ରେ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ପାଇଥିବା ବେଳେ ୨୦୦୪ରେ ‘ଯନ୍ତ୍ରାଋଢ଼’ର ଇଂରାଜି ଅନୁବାଦ କରି ‘ହଚ୍ କ୍ରସ୍ଓ୍ଵାର୍ଡ ବୁକ୍ ଆଓ୍ଵାର୍ଡ’ ଲାଭ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us