ପୂର୍ବତନ ସାଂସଦଙ୍କ ପୋଷ୍ୟ ଗ୍ରାମର ବିକଳ ଚିତ୍ର : ବ‌େର୍ଷ ହେଲା ଅଧା ଗାଁ ଅନ୍ଧାର, ଅପହଞ୍ଚ ସ୍ବାସ୍ଥ୍ୟସେବା

Advertisment
ପୂର୍ବତନ ସାଂସଦଙ୍କ ପୋଷ୍ୟ ଗ୍ରାମର ବିକଳ ଚିତ୍ର : ବ‌େର୍ଷ ହେଲା ଅଧା ଗାଁ ଅନ୍ଧାର, ଅପହଞ୍ଚ ସ୍ବାସ୍ଥ୍ୟସେବା

ପଡିଆ : ବିଦ୍ୟୁତ ଟ୍ରାନସଫର୍ମର ପୋଡ଼ି ଯିବାରୁ ଦୀର୍ଘ ୧ବର୍ଷ ହେଲା ଅଧା ଗାଁଁ ଅନ୍ଧାରରେ ରହିଛି। ଗ୍ରାମବାସୀ ପାନୀୟ ଜଳ ଓ ସ୍ବାସ୍ଥ୍ୟସେବା ଭଳି ସୁବିଧାରୁ ବଞ୍ଚିତ ରହିଛନ୍ତି। ଏପରିକି ପିଡିଏସ ସାମଗ୍ରୀ ଓ ଭତ୍ତା ପାଇଁ ୧୫କିଲୋମିଟର ଓ ସ୍ବାସ୍ଥ୍ୟସେବା ପାଇଁ ୨୦କିଲୋମିଟର ଦୂର ଯିବାକୁ ପଡୁଛି। ଗ୍ରାମବାସୀ ଦୀର୍ଘ ବର୍ଷ ହେଲା ବିଭିନ୍ନ ସୁବିଧାରୁ ବଞ୍ଚିତ ରହିଥିଲେ ହେଁ ପ୍ରଶାସନ ଏଦିଗରେ ଦୃଷ୍ଟି ଦେଉନି। ପୂର୍ବତନ ସାଂସଦଙ୍କ ପୋଷ୍ୟ ଗ୍ରାମ ସତ୍ତ୍ବେ ଗାଁରେ ବିକାଶ ହୋଇପାରିନି। ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏଭଳି ବିଭିନ୍ନ ସମସ୍ୟାରେ ବୁଡ଼ି ରହିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ସିଲାକୋଟା ଗାଁ।

ପଡିଆ ବ୍ଲକ ସଦର ମହକୁମା ଠାରୁ ୨୦କିଲୋମିଟର ଦୂରରେ ରହିଛି ସିଲାକୋଟା ଗାଁ। ଏହି ଗାଁର ଦୁଇଟି ପଡ଼ାରେ ୬ଟି ସାହିି ରହିଛି। ପୂର୍ବରୁ ନକ୍ସଲ ଗଡ଼ ଭାବେ ପରିଚିତ ଥିବାଏହି ଗ୍ରାମର ସମସ୍ତେ ୨୦୧୬ ମସିହାରେ ମାଲକାନଗିରି ଏସ୍୍‌ପିଙ୍କ ନିକଟକୁ ଯାଇ ସରକାରଙ୍କ ସହଯୋଗରେ ରହିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହିି ବର୍ଷ ହିଁ ତତ୍କାଳୀନ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଏହି ଗାଁକୁ ପୋଷ୍ୟ ଗ୍ରାମ ଭାବେ ଘୋଷଣା କରିଥିଲେ। ଏପରିକି ଗ୍ରାମର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ସାଂସଦ ଶ୍ରୀ ମାଝୀ ପ୍ରତିଶ୍ରୁତି ଦେଇଥିଲେ। ୨୦୧୭ମସିହାରେ ଏହି ଗାଁର ସମସ୍ତ ଘରକୁ ମାଗଣାରେ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା। କିନ୍ତୁ ଗତବର୍ଷ ଉପର ପଡା ପାଇଁ ଥିବା ବିଦ୍ୟୁତ ଟ୍ରାନସଫର୍ମରଟି ପୋଡ଼ିଯିବାରୁ ବିଦ୍ୟୁତ ସରବରାହ ବନ୍ଦ ରହିଛି। ଦୀର୍ଘ ୧ବର୍ଷ ହେଲା ଉପର ପଡାର ୩ଟି ସାହିର ଶତାଧିକ ଲୋକ ଅନ୍ଧାରରେ ରହୁଥିଲେ ହେଁ ବିଦ୍ୟୁତ ସେବା ସ୍ବାଭାବିକ କରିବା ଦିଗରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡୁନି। ଫଳରେ ଲୋକେ ଡିବିରି ଆଲୁଅରେ କାଳାତିପାତ କରୁଛନ୍ତି। ଅନ୍ୟପଟେ ଦୀର୍ଘ ୧ବର୍ଷ ହେଲା ବିଦ୍ୟୁତ ସେବା ନଥିବାରୁ ତାର, ବଲବ ଓ ବୋର୍ଡ ଗୁଡିକ ନଷ୍ଟ ହୋଇଗଲାଣିି। ସେହିପରି ଗାଁରେ ସ୍ବାସ୍ଥ୍ୟସେବା ପାଇଁ କୌଣସି ସୁବିଧା ନଥିବାରୁ ଗ୍ରାମବାସୀ ବହୁ ହଇରାଣ ହେଉଛନ୍ତି। ରୋଗୀ ତଥା ଗର୍ଭବତୀ ମହିଳାଙ୍କୁ ଦୀର୍ଘ ୨୦କିଲୋମିଟର ଦୂର ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେବାକୁ ପଡୁଛି। ଗାଁରେ ଏକ ଉପସ୍ବାସ୍ଥ୍ୟକେନ୍ଦ୍ର ଖୋଲିବା ପାଇଁ ବହୁବାର ଦାବି କରିବା ସତ୍ତ୍ବେ ପ୍ରଶାସନ ଏଦିଗରେ ଦୃଷ୍ଟି ଦେଉନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେହିପରି ପିଡିଏସ ସାମଗ୍ରୀ ଓ ଭତ୍ତା ପାଇଁ ହିତାଧିକାରୀଙ୍କୁ ଦୀର୍ଘ ୧୫କିଲୋମିଟର ଦୂର ବାପନପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ପଡୁଛି। ଭତ୍ତା ଓ ରାସନ ସାମଗ୍ରୀ ଆଣିବା ପାଇଁ ଗୋଟିଏ ଦିନ ଚାଲି ଯାଇଥିବାରୁ ଗାଁରେ ଏହି ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରି ଆସୁଛନ୍ତି। ଦୁର୍ଗମ ଅଞ୍ଚଳ ହୋଇଥିବାରୁ ପ୍ରଶାସନିକ ଅଧିକାରୀଙ୍କ ଗାଁରେ ପାଦ ପଡୁନଥିବାରୁ ଦୀର୍ଘ ବର୍ଷ ହେଲା କୌଣସି ସମସ୍ୟାର ସମାଧାନ ହୋଇପାରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୂର୍ବତନ ସାଂସଦଙ୍କ ପୋଷ୍ୟ ଗ୍ରାମର ବିକାଶ ନିମନ୍ତେ ପ୍ରଶାସନ ଦୃଷ୍ଟି ନଦେବା ପରିତାପର ବିଷୟ ହୋଇଛି। ସେହିପରି ନିଜ ପୋଷ୍ୟ ଗ୍ରାମର ଉନ୍ନତି ନିମନ୍ତେ ବଳଭଦ୍ର ମାଝୀ ପଦକ୍ଷେପ ନେଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦୀର୍ଘ ୧ର୍ଷ ହେଲା ଅଧା ଗାଁ ଅନ୍ଧାରରେ ରହିଥିଲେ ହେଁ ପ୍ରଶାସନ ଏଦିଗରେ ଦୃଷ୍ଟି ଦେଉନଥିବା ଗ୍ରାମର ଦେବେନ୍ଦ୍ର ବାଞ୍ଜାମୀ, ଉଦ୍ଧବ ବାଞ୍ଜାମୀ, ମେଶାକ ବାଞ୍ଜାମୀ, ଭଙ୍ଗା ମାଡି ଓ ଭୀମା ମାଡକାମୀ ପ୍ରମୁଖ ଅଭିଯୋଗ କରିଛନ୍ତି। ଶୀଘ୍ର ଉପର ପଡ଼ାରେ ବିଦ୍ୟୁତ ସେବା ସ୍ବାଭାବିକ କରିବା ସହ ଗ୍ରାମର ଆବଶ୍ୟକୀୟ ବିକାଶ ଦିଗରେ ଜିିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ‌ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe