ସରକାରୀ ଯୋଜନାଠୁ ବହୁ ଦୂରରେ ରାଣିଗୁମା ଗାଁ; ଦୁର୍ନୀତିଖୋର କର୍ମଚାରୀମାନଙ୍କ ପାଇଁ ସବୁ ଯୋଜନା ବାଟବଣା

Advertisment
ସରକାରୀ ଯୋଜନାଠୁ ବହୁ ଦୂରରେ ରାଣିଗୁମା ଗାଁ; ଦୁର୍ନୀତିଖୋର କର୍ମଚାରୀମାନଙ୍କ ପାଇଁ ସବୁ ଯୋଜନା ବାଟବଣା

ନୂଆଗାଁ : ନୂଆଗାଁ ବ୍ଲକ୍‌ରେ ଏମିତି ଗାଁ ରହିଛି ଯେଉଁଠି ସରକାରଙ୍କ ଯୋଜନା ସବୁ ଆଜି ବି ଅପହଞ୍ଚ ହୋଇ ରହିଛି। ଶିକ୍ଷାଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ, ଗମନାଗମନ ଓ ଜଳଯୋଗାଣ ବ୍ୟବସ୍ଥା ଏକ ପ୍ରକାର ଠପ୍ ହୋଇଯାଇଛି। ଯୋଜନା ସଂପର୍କରେ ଆଦିବାସୀମାନେ ଜାଣି ନଥିବା ବେଳେ ଗାଁମାନଙ୍କରେ ସରକାରୀ ବାବୁଙ୍କ ପାଦ ପଡ଼ିନି। ଏବେ ସବୁ ଯୋଜନାରୁ ବଂଚିତ ହୋଇ ଗ୍ରାମବାସୀମାନେ ନିଜ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ଏପଟେ ବ୍ଲକ୍ ପ୍ରଶାସନ ବିକାଶର ନାରାବାଜି କରୁଥିବା ଜଣାପଡ଼ିଛି।

publive-image

ଖବରରୁ ପ୍ରକାଶ, ଗାଁର ଉନ୍ନତି ପାଇଁ ସରକାର ଆମ ଗାଁ ଆମ ବିକାଶଠାରୁ ଆରମ୍ଭ କରି ଗୋପବନ୍ଧୁ ଗ୍ରାମୀଣ ଯୋଜନା, ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆସୁଛନ୍ତି। କିନ୍ତୁ କିଛି ଦୁର୍ନୀତିଖୋର କର୍ମଚାରୀମାନଙ୍କ ପାଇଁ ଏହିସବୁ ଯୋଜନା ବାଟବଣା ହେଉଥିବା ଜଣାପଡ଼ିଛି। ରାଣୀଗୁମା ଗାଁ ଏବେ ସମସ୍ତ ସରକାରୀ ଯୋଜନାରୁ ବଂଚିତ ହୋଇ ରହିଛି। ଆଜି ପର୍ଯ୍ୟନ୍ତ ଗାଁକୁ ପକ୍କା ରାସ୍ତାଟିଏ ନିର୍ମାଣ ହୋଇନଥିଲା ବେଳେ ପ୍ରତିଦିନ ଲୋକେ ଜଙ୍ଗଲିଆ ଖାଲଖମା ରାସ୍ତାରେ ଅତି ଦୟନୀୟ ଅବସ୍ଥାରେ ଯାତାୟାତ କରୁଛନ୍ତି। ଗାଁରେ କାହାରି ଜ୍ବର କିମ୍ବା ଦେହ ଖରାପ ହେଲେ ଅଟୋ କିମ୍ବା ଆମ୍ବୁଲାନ୍ସ ଆସିପାରି ନଥାଏ। ଏବେ ଗାଁରେ ୨୦ ପରିବାରରେ ଏକ ଶହରୁ ଊର୍ଦ୍ଧ୍ବ ଲୋକ ବାସବାସ କରୁଥିଲେ ମଧ୍ୟ ସେଠାରେ ଅଙ୍ଗନବାଡ଼ି କେନ୍ଦ୍ରଟିଏ ନିର୍ମାଣ ହୋଇପାରିନାହିଁ। କୁନି କୁନି ପିଲାମାନେ ଶିକ୍ଷାଦାନରୁ ବଞ୍ଚିତ ହୋଇଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ମିଶନ ଯୋଜନା ସଂପୂର୍ଣ୍ଣ ଫେଲ୍ ମାରିଛି। ରାଣୀଗୁମା ଗାଁରେ ଆଜି ସୁଦ୍ଧା ଗୋଟିଏ ହେଲେ ପାଇଖାନା ନିର୍ମାଣ ହୋଇପାରିନାହିଁ। ଲୋକମାନେ ଏବେ ବି ବାହାରେ ଯାଇ ମଳତ୍ୟାଗ କରୁଛନ୍ତି। ପାନୀୟ ଜଳ ଯୋଗାଣ କିମ୍ବା ଶିକ୍ଷା ବ୍ୟବସ୍ଥା କଥା ନ କହିବା ଭଲ।

publive-image

ବର୍ଷ ବର୍ଷ ଧରି ଗାଁଟି ଅବହେଳିତ ହୋଇ ରହିଥିଲେ ମଧ୍ୟ ବ୍ଲକ୍ ପ୍ରଶାସନ କିମ୍ବା ରାଜନେତାମାନେ ସାହାଯ୍ୟର ହାତ ବଢ଼ାଉ ନାହାନ୍ତି। ନିର୍ବାଚନ ସମୟ ଆସିଲେ ରାଜନେତାମାନେ ଭୋଟ୍‌ ହାତେଇବା ପାଇଁ କାଁଭାଁ ଯାଇ ବୁଲି ଆସନ୍ତି ବୋଲି ଗ୍ରାମବାସୀମାନେ କହିଛନ୍ତି। ସେହିପରି ପଞ୍ଚାୟତ ଏବଂ ବ୍ଲକ୍‌ଠାରୁ ଗାଁଟି ବହୁ ଦୂରରେ ଥିବାରୁ ସରକାରୀ କର୍ମଚାରୀମାନେ ଯିବାକୁ ଅନିଚ୍ଛା ପ୍ରକାଶ କରୁଥିବା ଅଭିଯୋଗ ହୋଇଛି। ଏହି ଗାଁର ବିକାଶ ତଥା ଗମନାଗମନ ପାଇଁ ବ୍ଲକ୍ ପ୍ରଶାସନ ତତ୍ପରତା ଦେଖାଇବା ସହିତ ପଦକ୍ଷେପ ଗ୍ରହଣ କରୁ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe