ଓଡ଼ିଆରେ ସରକାରୀ ସ୍କୁଲ ନାମଫଳକ ଗୋଟିଏ ରଙ୍ଗରେ ଲେଖାଯିବ

Advertisment
ଓଡ଼ିଆରେ ସରକାରୀ ସ୍କୁଲ ନାମଫଳକ ଗୋଟିଏ ରଙ୍ଗରେ ଲେଖାଯିବ

ଭୁବନେଶ୍ୱର : ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟର ନାମଫଳକ ଓଡ଼ିଆ ଭାଷାରେ ଲେଖା ହେବ। ଏହାର ରଙ୍ଗ ଗୋଟିଏ ପ୍ରକାର ଓ ବଡ଼ ଅକ୍ଷରରେ ଲେଖାଯିବ। ଓଡ଼ିଆରେ ଲେଖାଯିବା ପରେ ତଳ ଧାଡ଼ିରେ ଇଂରାଜୀ କିମ୍ବା ଅନ୍ୟ କୌଣସି ଭାଷାରେ ବିଦ୍ୟାଳୟ ନାମ ତୁଳନାତ୍ମକ ଭାବେ ଛୋଟ ଅକ୍ଷରରେ ଲେଖାଯାଇପାରେ। ଲେଖାର ପ୍ରଚ୍ଛଦପଟ୍ଟ ଟେରାକୋଟା ରଙ୍ଗର ହେବା ସହ ଅକ୍ଷରଗୁଡ଼ିକ ଧଳା ରଙ୍ଗରେ ଲେଖାଯିବ। ନାମଫଳକ ବିଦ୍ୟାଳୟ ଗୃହର ସମ୍ମୁଖ ଭାଗରେ ରହିବ।

ନାମଫଳକରେ ସରକାରୀ ବିଦ୍ୟାଳୟର ନାମ ଲେଖିବା ସହ କେତୋଟି ଶ୍ରେଣୀରେ ଶିକ୍ଷାଦାନ କରାଯାଉଛି, ବିଦ୍ୟାଳୟଟି କେବେ ପ୍ରତିଷ୍ଠା ହୋଇଛି ସେସମ୍ପର୍କରେ ଉଲ୍ଲେଖ ରହିବ। ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ଏହାକୁ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ସମେତ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ, ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ, ଓପେପା, ଓଡ଼ିଶା ମାଧ୍ୟମିକ ଶିକ୍ଷା ମିସନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe