ମିସନ ଶକ୍ତିକୁ ଭାଙ୍ଗିବାକୁ ଚାହୁଁଛନ୍ତି ସରକାର: ବିଜେଡ଼ି

ମିସନ ଶକ୍ତିକୁ ସରକାର ଭାଙ୍ଗିବାକୁ ଚାହୁଁଛନ୍ତି ବୋଲି ବିରୋଧୀ ଦଳ ବିଜେଡ଼ି ପକ୍ଷରୁ ଶାସକ ଦଳ ବିରୋଧରେ ଅଭିଯୋଗ ଅଣାଯାଇଛି। ମିସନ ଶକ୍ତି ମହିଳାଙ୍କୁ ଭ୍ରମିତ କରାଯାଉଛି ବୋଲି ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି।

Govt wants to break Mission Shakti

Govt wants to break Mission Shakti Photograph: (sambad.in)

ଭୁବନେଶ୍ବର: ମିସନ ଶକ୍ତିକୁ ସରକାର ଭାଙ୍ଗିବାକୁ ଚାହୁଁଛନ୍ତି ବୋଲି ବିରୋଧୀ ଦଳ ବିଜେଡ଼ି ପକ୍ଷରୁ ଶାସକ ଦଳ ବିରୋଧରେ ଅଭିଯୋଗ ଅଣାଯାଇଛି।  ମିସନ ଶକ୍ତି ମହିଳାଙ୍କୁ ଭ୍ରମିତ କରାଯାଉଛି ବୋଲି ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି। ମିସନ ଶକ୍ତି ଇସି ସଦସ୍ୟଙ୍କୁ ନେଇ ରଣେନ୍ଦ୍ର କହିନ୍ତି କେନ୍ଦ୍ର ସରକାର ୧୯୯୯ ମସିହା ଏପ୍ରିଲ ପହିଲାରୁ  ସ୍ୱର୍ଣ୍ଣ ଜୟନ୍ତୀ ଗ୍ରାମ୍ୟ ସ୍ୱରୋଜଗାର ଯୋଜନା ଆରମ୍ଭ କରିଥିଲେ।

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଅଙ୍ଗନବାଡି କର୍ମୀ ଇସି ସଦସ୍ୟଙ୍କୁ ବଛା ଯାଇ ମହିଳା ମହାସଂଘକୁ କାର୍ଯ୍ୟଭାର ଦିଆଯାଇଥିଲା । ଏମାନେ ନିର୍ବାଚିତ ଲୋକ ପ୍ରତିନିଧି ନୁହନ୍ତି । ତୃଣମୂଳସ୍ତରର ମହିଳାଙ୍କୁ ଆତ୍ମନିର୍ଭରଶୀଳ ଓ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରାଇବା କାର୍ଯ୍ୟ  ମିସନ ଶକ୍ତି କରିଆସୁଛି। ମିସନ ଶକ୍ତିର ଇସିମାନେ ବୈଠକ ବାବଦରେ ସିଟିଂ ଆଲାଉନ୍ସ ପାଉଥିଲେ । ଏହା ବ୍ୟତୀତ ମାସିକ ୧ ହଜାର ଟଙ୍କା ଫିକ୍ସଡ୍ ଟ୍ରାଭେଲିଂ ଆଲାଉନ୍ସ ସେମାନଙ୍କୁ ଦିଆଯାଉଥିଲା । ଇସି ମହିଳାଙ୍କୁ ବିନା ସୁଧରେ ପୂର୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ସ୍କୁଟି ପ୍ରଦାନ କରିଥିଲେ ।

ପୁନର୍ଗଠନ ଆଳରେ ସେମାନଙ୍କୁ ହଟାଇ ସୀମିତ ସଂଖ୍ୟକ ଅସ୍ଥାୟୀ ନୂତନ ଇସି ଚୟନ, ସୀମିତ ସଂଖ୍ୟକ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ରଖି ବିଜେପି କର୍ମୀଙ୍କୁ ନିଯୁକ୍ତି କରିବା ପାଇଁ ରାଜ୍ୟ ସରକାର ମିସନ ଶକ୍ତିକୁ ଧ୍ଵଂସ କରିବାକୁ ଷଡ଼ଯନ୍ତ୍ର କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଅଧିକ ପଢ଼ନ୍ତୁ: ଆଜିଠୁ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଆରମ୍ଭ; ଭାରତର ପ୍ରଥମ ମ୍ୟାଚ୍‌ ଆସନ୍ତାକାଲି

ମିସନ ଶକ୍ତି ଇସି ମହିଳାଙ୍କୁ ହଟେଇବାକୁ ରାଜ୍ୟ ସରକାର ଯୋଜନା କରୁଥିବା ସେ ଅଭିଯୋଗ କରିଛନ୍ତି। ସରକାର ଏଭଳି କରିବା ପରିବର୍ତ୍ତେ ମିସନ ଶକ୍ତିକୁ ଅଧିକ ସଶକ୍ତ କରାଯିବାକୁ ସେ ଦାବି କରିଛନ୍ତି । ସରକାର ନିଜର କାର୍ଯ୍ୟଧାରାରେ ପରିବର୍ତ୍ତନ ନକଲେ ରାଜ୍ୟର ୩୧୪ ବ୍ଲକରେ ବିଜେଡ଼ି ପକ୍ଷରୁ ପ୍ରତିବାଦ କରାଯିବ ବୋଲି ସେ କହିଛନ୍ତି। 

ଅଧିକ ପଢ଼ନ୍ତୁ: ଟସ୍ ଜିତିଲା ପାକିସ୍ତାନ: ବୋଲିଂ ନିଷ୍ପତ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe