ଯୁକ୍ତ୨ କଲେଜକୁ ସରକାରଙ୍କ ଚେତାବନୀ, ବାୟୋମେଟ୍ରିକ୍‌ ଉପସ୍ଥାନ ନଥିଲେ ଦରମା ବନ୍ଦ

ବାୟୋମେଟ୍ରିକ୍‌ ସହ ଯୋଡ଼ି ହେବ ୩ ମାସର ଦରମା, ୭୦୦ରୁ ଅଧିକ କଲେଜ ଲଗାଇ ନଥିବା ସୂଚନା

ଅପରାଧୀଙ୍କୁ ସାବାଡ଼ କରିବାକୁ ଆରମ୍ଭ ହେଲା ଏହି ବ୍ୟବସ୍ଥା, ଏହି ମେସିନରେ ହାତ ଦେଉ ଦେଉ ଜଣାପଡ଼ିଯିବ ଅପରାଧ ଇତିହାସ

TLNT.com

ଭୁବନେଶ୍ବର: ଥରେ କି ଦୁଇଥର ନୁହେଁ, ଦୁଇ ବର୍ଷ ମଧ୍ୟରେ ଅନେକଥର ଚିଠି ଲେଖାଗଲାଣି। ତଥାପି ଶୁଣୁନାହାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) କର୍ତୃପକ୍ଷ। ବାୟୋମେଟ୍ରିକ୍ ମେସିନ୍ ଲଗାଉ ନାହାନ୍ତି କି ଏ ଦିଗରେ ପଦକ୍ଷେପ ନେଉନାହାନ୍ତି। ଗତ ୫ମାସ ମଧ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ନିର୍ଦେଶକ ସୁନ୍ଦରଲାଲ୍‌ ସିଲ୍‌ ଦୁଇଥର ନିର୍ଦେଶ ଦେଇଥିଲେ ମଧ୍ୟ କଲେଜ ଅଧ୍ୟକ୍ଷମାନେ ‌ତାହାକୁ ମାନୁନାହାନ୍ତି। ଖୁଲମ୍‌ଖୁଲା ଉଲ୍ଲଂଘନ କରି ଚାଲିଛନ୍ତି। ତେଣୁ ନିର୍ଦ୍ଦେଶାଳୟ ଏବେ ବଡ଼ ନିଷ୍ପତ୍ତି ନେଇଛି। ଯଦି କଲେଜ ଅଧ୍ୟାପକ ଓ କର୍ମଚାରୀଙ୍କ ବାୟୋମେଟ୍ରିକ୍‌ ଉପସ୍ଥାନ ନଥିବ, ତେବେ ଦରମା ବନ୍ଦ। ଆସନ୍ତା ଅଗଷ୍ଟରୁ ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି।

ସୂଚନା ଅନୁଯାୟୀ, ସରକାରୀ, ଅନୁଦାନପ୍ରାପ୍ତ ବେସରକାରୀ, ସେଲ୍ଫ ଫାଇନାନ୍ସିଂ ଆଦି ବର୍ଗର ୧୬୩୧ଟି ଯୁକ୍ତ୨ କଲେଜ ରହିଛି। ‌ସେଥିମଧ୍ୟରୁ ୮୫୩ଟି କଲେଜରେ ବାୟୋମେଟ୍ରିକ୍‌ ମେସିନ୍‌ ଲାଗିଛି। ଆହୁରି ୭୦୦ରୁ ଅଧିକ କଲେଜ ଏପର୍ଯ୍ୟନ୍ତ ଲଗାଇ ନାହାନ୍ତି। ସେଲ୍‌ଫ ଫାଇନାନ୍ସିଂ କଲେଜଗୁଡ଼ିକ ଏ କ୍ଷେତ୍ରରେ ଆଗୁଆ ପଦ‌କ୍ଷେପ ନେଇଛନ୍ତି। ବାୟୋମେଟ୍ରିକ୍‌ ମେସିନ୍‌ ମାଧ୍ୟମରେ ଅଧ୍ୟାପକ ଓ କର୍ମଚାରୀଙ୍କ ଉପସ୍ଥାନ ନିଆଯାଉଛି। ତେବେ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜଗୁଡ଼ିକ ପଦକ୍ଷେପ ନେଉଥିବାରୁ ଏଥର କଡ଼ା ଚେତାବନୀ ଦେଇଛନ୍ତି ନିର୍ଦେଶାଳୟ ନିର୍ଦେଶକ ଶ୍ରୀ ସିଲ୍‌। କଲେଜ ଅଧ୍ୟକ୍ଷମାନଙ୍କୁ ସେ କହିଛନ୍ତି ଯେ ବାୟୋମେଟ୍ରିକ୍‌ ମେସିନ୍‌ ଲଗାଇବା ପାଇଁ ଗତ ଫେବ୍ରୁଆରି ୧୫ ଓ ଜୁନ୍‌ ୨୭ରେ ଚିଠି ଲେଖାଯାଇଥିଲା। କିନ୍ତୁ ଅଧିକାଂଶ କଲେଜ ଏପର୍ଯ୍ୟନ୍ତ ଲଗାଇ ନଥିବା ଦେଖାଯାଇଛି। ତେଣୁ ୨୦୧୯-୨୦ ଶିକ୍ଷାବର୍ଷ ପାଠପଢ଼ା ଆରମ୍ଭ ହେବା ପୂର୍ବରୁ ବାୟୋମେଟ୍ରିକ୍‌ ଲଗାଇବା ନେଇ ସୁନିଶ୍ଚିତ କରାଇବାକୁ କୁହାଯାଇଛି। ଆହୁରି କୁହାଯାଇଛି ଯେ ପ୍ରତି କର୍ମଚାରୀଙ୍କର ତିନି ମାସର ଦରମା ସହ ବାୟୋମେଟ୍ରିକ୍‌ ଉପସ୍ଥାନ ସଂଯୋଗ ରହିବ। ଯେଉଁ ଅଧ୍ୟାପକ ଓ କର୍ମଚାରୀଙ୍କ ବାୟୋମେଟ୍ରିକ୍‌ ଉପସ୍ଥାନ ନଥିବ, ସେମାନଙ୍କ ଦରମା ଆପେ ବନ୍ଦ ହୋଇଯିବ। ଏଥିପାଇଁ ସମ୍ପୃକ୍ତ କଲେଜ ଅଧ୍ୟକ୍ଷ ଦାୟୀ ରହି‌ବେ ବୋଲି ନିର୍ଦେଶାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। କୌଣସି କାର୍ଯ୍ୟାନୁଷ୍ଠାନ ହେବା ପୂର୍ବରୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe