ଦୁଷ୍କର୍ମ ଅଭିଯୋଗ ପରେ ଆତ୍ମହତ୍ୟା, ଅବସର ଦିନକ ପୂର୍ବରୁ ବିଷ ପିଇଲେ

Advertisment
ସାନପୁଅ ମୃତ୍ୟୁ ପରେ ପୂରା ପରିବାର ବିଷ ପିଇବା ଘଟଣା : ମଝିଆ ଝିଅ ବି ଆଖି ବୁଜିଲେ, ମୃତ୍ୟୁ ସଂଖ୍ୟା ୪ ହେଲା

image source-indiatoday

କେନ୍ଦ୍ରାପଡ଼ା : ‌ଚାକିରିରୁ ଅବସର ଗ୍ରହଣ କରିବା ଦିନ ଆଖି ବୁଜିଲେ ସରକାରୀ କର୍ମଚାରୀ। ଏଭଳି ଏକ ଅଭାବନୀୟ ଘଟଣା ଡେରାବିଶ ବ୍ଲକ୍ କୁଶିଆପାଳ ଗାଁରେ ଦେଖିବାକୁ ମିଳିଛି। ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ସୁରେନ୍ଦ୍ର ନାଥ ସ୍ବାଇଁ ଏବଂ ସେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଥିଲେ। ଆଜି ଅବସର ନେବାକୁ ଥିବା ବେଳେ ଗତକାଲି ସେ ବିଷ ‌ପିଇ ଦେଇଥିଲେ। ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ମାତ୍ର ଆଜି ଦିନ ପ୍ରାୟ ସାଢ଼େ ୩ଟା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନାନୁଯାୟୀ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶ୍ରୀ ସ୍ବାଇଁ ପିଅନ ଥିଲେ। ମାତ୍ର ତାଙ୍କ ବିରୋଧରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ପରେ ଉପଜିଲ୍ଲାପାଳ ତାଙ୍କୁ ପଟ୍ଟାମୁଣ୍ଡାଇ ତହସିଲକୁ ଡେପୁଟେସନ୍‌ରେ ପଠାଇ ଦେଇଥିଲେ। ମାତ୍ର ତାଙ୍କ ବିରୋଧରେ ବିଭିନ୍ନ ପ୍ରକାର ଆସିଥିବା ଅଭିଯୋଗକୁ ନେଇ ସେ ଭୀଷଣ ମାନସିକ ଚାପରେ ରହୁଥିଲେ। ଏଭଳି ସ୍ଥିତିରେ ଅବସର ନେବାର ‌ଦିନକ ପୂର୍ବରୁ ଗତକାଲି ସେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲେ। ପରିବାର ଲୋକ ତାଙ୍କୁ କଟକ ବଡ଼ ମେଡିକାଲ୍ ନେଇଯାଇଥିଲେ। ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ଆଜି ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe