ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ପୂର୍ଣ୍ଣରୂପେ ଲାଗୁହେବ ସରକାରଙ୍କ ଅନ୍‌ଲକ୍ ୨.୦ ଗାଇଡ୍‌ଲାଇନ୍

Advertisment
ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ପୂର୍ଣ୍ଣରୂପେ ଲାଗୁହେବ ସରକାରଙ୍କ ଅନ୍‌ଲକ୍ ୨.୦ ଗାଇଡ୍‌ଲାଇନ୍

Image Courtesy of The Hindu

ଭୁବନେଶ୍ବର: ଜୁନ୍ ୩୦ ତାରିଖ ଦିନ ରାଜ୍ୟ ସରକାର ଜାରି କରିଥିବା ଅନ୍‌ଲକ୍ ୨.୦ ମାର୍ଗଦର୍ଶିକା ଭୁବଶ୍ବେର ମହାନଗର ନିଗମ ଅଞ୍ଚଳରେ ପୂର୍ଣ୍ଣରୂପେ ଲାଗୁ କରାଯିବ ବୋଲି ବୁଧବାର ଦିନ ‘ବିଏମ୍‌ସି’ ଟୁଇଟ୍ କରି ଜଣାଇଛି।

ଆଜି ଠାରୁ ଏହି ମାର୍ଗଦର୍ଶିକା ଜାରି କରାଯାଉଛି ଏବଂ ପରେ ପରିସ୍ଥିତିର ସମୀକ୍ଷା କରାଯାଇ ସପିଙ୍ଗ୍‌ ମଲ୍‌ ଖୋଲିବା ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଭୁବନେଶ୍ବର ମହାନଗର ନିଗମ ସୂଚନା ଦେଇଛି।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ଅନ୍‌ଲକ୍ ୨.୦ ନିମନ୍ତେ ଜୁନ୍ ୨୯ ତାରିଖ ଦିନ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ମାର୍ଗଦର୍ଶିକା ଜାରି କରିଥିଲା। ଧୀରେ ଧୀରେ ବିଭିନ୍ନ କାର୍ଯ୍ୟକଳାପ ପୁନର୍ବାର ଚାଲୁ କରାଯାଉଥିବା ବେଳେ କୋଭିଡ୍-୧୯ ସଂକ୍ରମଣ ଦମନ ପାଇଁ ରାଜ୍ୟ ସରକାର ଓ ରାଜ୍ୟ କର୍ତ୍ତୃପକ୍ଷମାନେ କେଉଁ ପ୍ରକାର ପଦକ୍ଷେପ ଗ୍ରହଣ କରିବେ ତାହା ସେଥିରେ ଉଲ୍ଲେଖ କରାଯାଇଥିଲା।

ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତିତ ମାର୍ଗଦର୍ଶିକା ଆଧାରରେ ଜୁଲାଇ ୩୧ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ରାଜ୍ୟର କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ରେ ଲକ୍‌ଡାଉନ୍‌ ଘୋ‌ଷଣା କରିଛନ୍ତି। କୋଭିଡ୍-୧୯ ସଂକ୍ରମଣ ରୋକିବା ପାଇଁ ଏହି ଲକ୍‌ଡାଉନ୍‌ ଆଦେଶକୁ ଆବଶ୍ୟକସ୍ଥଳେ ଫଳପ୍ରଦ ଭାବେ ଲାଗୁ କରିବାକୁ ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମ୍ୟୁନିସ୍‌ପାଲ୍ କମିସନର୍‌ମାନଙ୍କୁ କ୍ଷମତା ପ୍ରଦାନ କରିଛି।

ତେଣୁ, ରାଜ୍ୟ ସରକାରଙ୍କ ୩୦. ୬. ୨୦ ଆଦେଶନାମା ଭୁବନେଶ୍ବର ମହାନଗର ନିଗମରେ ସମ୍ପୂର୍ଣ୍ଣ ଲାଗୁ କରାଯିବ ବିଏମ୍‌ସି କମିସନର୍ ଆଜି ଆଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe