ରତ୍ନଭଣ୍ଡାରର ହେବ ଜିପିଆର୍‌ ସର୍ଭେ: ଆଇନମନ୍ତ୍ରୀ

Advertisment

ଭକ୍ତଙ୍କୁ ମାଗଣା ମହାପ୍ରସାଦ ବଣ୍ଟନ ନେଇ ଚାଲିଛି ଆଲୋଚନା, ନିର୍ମାଣ ହେବ ବ୍ୟାଖ୍ୟାନ କେନ୍ଦ୍ର, ଦୂର ହେବ ଜମିଜମା ସମସ୍ୟା

ଭକ୍ତଙ୍କୁ ମାଗଣା ମହାପ୍ରସାଦ ବଣ୍ଟନ ନେଇ ଚାଲିଛି ଆଲୋଚନା, ନିର୍ମାଣ ହେବ ବ୍ୟାଖ୍ୟାନ କେନ୍ଦ୍ର, ଦୂର ହେବ ଜମିଜମା ସମସ୍ୟା

ରତ୍ନ ଭଣ୍ଡାର ପାଇଁ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ

NF Times

ପୁରୀ: ପୂର୍ବରୁ ରତ୍ନଭଣ୍ଡାରରୁ ଖାଲିବାକ୍ସ, ଆଲମିରା ସ୍ଥାନାନ୍ତର ପାଇଁ ସରକାରୀ ଅନୁମତି ମିଳିସାରିଛି। ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି ସାଙ୍ଗକୁ ଅଳଙ୍କାର ଗଣତି, ମଣତି ପ୍ରକ୍ରିୟା ଆରମ୍ଭ ହେବ। ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ପାଇଁ ଜିପିଆର୍‌ଏସ୍‌ ସର୍ଭେ ସହ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରାଯିବ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।

ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣା ମହାପ୍ରସାଦ ବଣ୍ଟନ ବ୍ୟବସ୍ଥା ଉପରେ ବିଭିନ୍ନ ଦାତାଙ୍କ ସହ ଯୋଗାଯୋଗ ଚାଲିଛି। ପ୍ରତିଦିନ ପାଖାପାଖି ଶ୍ରୀମନ୍ଦିରକୁ ୬୦ରୁ ୭୦ହଜାର ଲୋକ ଦର୍ଶନ ପାଇଁ ଆସୁଛନ୍ତି। ବିଭିନ୍ନ ପର୍ବପର୍ବାଣିରେ ପ୍ରାୟ ୨ରୁ ଅଢ଼େଇ ଲକ୍ଷ ଲୋକ ଦର୍ଶନ କରୁଛନ୍ତି। ସମସ୍ତଙ୍କୁ ମହାପ୍ରସାଦ ଦେବା ଭଳି ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଚିନ୍ତନ ଚାଲିଛି। ଖୁବଶୀଘ୍ର ତାର ଚୂଡ଼ାନ୍ତ ରୂପରେଖ ପାଇଁ ପ୍ରଚେଷ୍ଟା ଜାରି ରହିଛି। ଯିଏ ଶ୍ରୀମନ୍ଦିରକୁ ଆସିବ, ସେ ଅବଢ଼ା ନେବା ବେଳେ ଯେଉଁ ମାନସିକ ଶାନ୍ତି ପାଇବ ଓ ଅନ୍ତରରୁ ସୁଖ ଅନୁଭବ କରିବ, ସେ ଦିଗକୁ ସରକାର ଧ୍ୟାନରେ ରଖିଛନ୍ତି।

ଶ୍ରୀ ହରିଚନ୍ଦନ ଆହୁରି କହିଥିଲେ, ଶ୍ରୀଜଗନ୍ନାଥ ସଂସ୍କୃତି ଆଧାରିତ ବ୍ୟାଖ୍ୟାନ କେନ୍ଦ୍ର ନିଶ୍ଚିତ ଭାବେ ଆମେ କରିବୁ। ବ୍ୟାଖ୍ୟାନ କେନ୍ଦ୍ର କରିବାର ମୁଖ୍ୟ କାରଣ ହେଉଛି, ଶ୍ରୀଜଗନ୍ନାଥ ସଂସ୍କୃତିର ବିଶ୍ବବ୍ୟାପୀ ପ୍ରଚାର। ଯେଉଁମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ନାହିଁ, ସେମାନେ ଏହି ବ୍ୟାଖ୍ୟାନ କେନ୍ଦ୍ର ଜରିଆରେ ମହାପ୍ରଭୁଙ୍କ ସଂସ୍କୃତିକୁ ଅନୁଭବ କରିବେ। ଶ୍ରୀକ୍ଷେତ୍ରରେ ୨୨ଶହ କୋଟି ପ୍ରକଳ୍ପ ଅଧାପନ୍ତରିଆ ପଡ଼ିରହିବା ସମ୍ପର୍କରେ ଆଇନମନ୍ତ୍ରୀ କହିଛନ୍ତି, ଯେଉଁ ପ୍ରକଳ୍ପ ଅଧାପନ୍ତରିଆ ରହିଛି; ସେଠାରେ ଜମି ଅଧିଗ୍ରହଣ ସମସ୍ୟା ରହିଛି। କିଛି ଜମି ମହାପ୍ରଭୁଙ୍କର ଓ ଆଉ କିଛି ବ୍ୟକ୍ତିଗତ ଲୋକଙ୍କର ଅଛି। ଏହାର ଦୁଇ ଥର ସମୀକ୍ଷା କରାଯାଇସାରିଲାଣି।

ଏହି ପ୍ରକଳ୍ପର କିଭଳି ଅଗ୍ରଗତି ହେବ, ସେ ବାବଦରେ ସ୍ପଷ୍ଟ ନିଷ୍ପତ୍ତି ନିଆସରିଛି ଓ ଓବିସିସିକୁ ସ୍ପଷ୍ଟ ନିର୍ଦ୍ଦେଶ ବି ଦିଆସରିଛି। ଯେଉଁଠି ଜମି ଅଧିଗ୍ରହଣ ସମସ୍ୟା ରହିଛି, ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେ ସଂକ୍ରାନ୍ତରେ ପଦକ୍ଷେପ ନିଆଯିବ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଓବିସିସିର ବୈଠକ ବସିବାକୁ ଯାଉଛି। ମହାପ୍ରଭୁଙ୍କ ଜମିଜମା ସମସ୍ୟା ସମାଧାନ ପାଇଁ ୟୁନିଫର୍ମ ପଲିସି ପ୍ରକ୍ରିୟା ଆରମ୍ଭ କରିଛୁ। ଲୋକଙ୍କ ଜମିର ବନ୍ଦୋବସ୍ତ ହେବା ପାଇଁ ଯାହା ପ୍ରକ୍ରିୟା ଆବଶ୍ୟକ, ସେ ଉପରେ ପଦକ୍ଷେପ ନେଉଛୁ। ଆଗାମୀ ଦିନରେ ଲୋକଙ୍କ ଜମିଜମା ସମସ୍ୟା ନ ଥିବ ବୋଲି ଶ୍ରୀ ହରିଚନ୍ଦନ ଦୃଢ଼ ଆଶା ପୋଷଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe