ଏମାର ମଠର ଖନନସ୍ଥଳରେ ଆଜି ଜିପିଆର ସର୍ଭେ

Advertisment
ଏମାର ମଠର ଖନନସ୍ଥଳରେ ଆଜି ଜିପିଆର ସର୍ଭେ

ପୁରୀ: ଆଜି ଏମାର ମଠର ଖନନସ୍ଥଳରେ ଜିପିଆର ସର୍ଭେ କରୁଥିବା ଦେଖିବାକୁ ମିଳିଛି। ଯେଉଁ ମେସିନ ଜରିଆରେ ସର୍ଭେ କରାଯାଉଥିଲା, ତାହା ଜିପିଆରଏସ ମେସିନ ବୋଲି ଜଣାପଡ଼ିଥିଲା। ନିୟୋଜିତ ଅଧିକାରୀଙ୍କୁ ପଚାରିବା ପରେ କହିଛନ୍ତି କି ଓବିସିସିର ଚିଠିକ୍ରମେ ଗୁଜୁରାଟ ଆଇଆଇଟି ପକ୍ଷରୁ ଏହି ସର୍ଭେ କରାଯାଉଛି। ଜିଓକାର୍ଟ ରାଡାର ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ଜରିଆରେ ଏହି ସର୍ଭେ କରାଯାଉଛି।

ଆଜି ଶେଷ ହୋଇଛି ସର୍ଭେ କାର୍ଯ୍ୟ। ଏଥିରେ ତିନଟି ମେସିନ ବ୍ୟବହାର ହେଉଥିବା ବେଳେ ୫ ଜଣ ଇଂଜିନିୟର ଏବଂ ୮ ଜଣ କର୍ମଚାରୀ କାର୍ଯ୍ୟରେ ଲାଗିଥିଲେ। ଓବିସିସି ଗୁଜୁରାଟ ଆଇଆଇଟିକୁ ୪ ଦିନରେ ଏହି ସର୍ଭେ ସାରିବାକୁ ନିର୍ଦେଶ ଦେଇଥିଲେ।ଏହି ସର୍ଭେ ରିପୋର୍ଟ ଖୁବ୍ ଶୀଘ୍ର ଓବିସିସିକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି। ରାତିରେ ଏହି ସର୍ଭେ କରିବାକୁ ନିର୍ଦେଶ ରହିଥିଲା ବୋଲି ଦାୟିତ୍ବରେ ଥିବା ଇଂଜିନିୟର କହିଛନ୍ତି।

ଏଣେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଗତକାଲି ବିଳମ୍ବିତ ରାତିରେ ଜିପିଆର ସର୍ଭେକୁ ନେଇ ବିବାଦ ଦେଖାଦେଇଛି। ଖନନ ସରିବା ପରେ ଜିପିଆର୍‌ ସର୍ଭେ କାହିଁକି କରାଯାଉଛି ବୋଲି ପ୍ରଶ୍ନ ଉଠିଛି। ଏପରିକି ଏହି ଜିପିଆର୍‌ ସର୍ଭେ ବେଳେ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର କେହି ଅଧିକାରୀ ଉପସ୍ଥିତ ନ ରହିବା ଘଟଣା ମଧ୍ୟ ସନ୍ଦେହ ସୃଷ୍ଟି କରୁଛି। ଅପରପକ୍ଷେ ପୁରୀ ସାଂସଦ ପିନାକୀ ମିଶ୍ର କିଛି ଦିନତଳେ ଟ୍ବିଟ୍‌ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଞ୍ଚଳରେ ଜିପିଆର୍‌ ସର୍ଭେ କରାଯାଇଥିବା ଦର୍ଶାଇଥିଲେ। ଏ ସମ୍ପର୍କିତ କିଛି ନଥିପତ୍ର ସାମାଜିକ ଗଣମାଧ୍ୟମରେ ଉପସ୍ଥାପନ କରିଥିଲେ। କିନ୍ତୁ ବିଳମ୍ବିତ ରାତିରେ ଲୁଚାଛପାରେ ଜିପିଆର୍‌ ସର୍ଭେ ଧରାପଡ଼ିବା ପରେ ପିନାକୀଙ୍କୁ ସାମାଜିକ ଗଣମାଧ୍ୟମରେ ସମାଲୋଚନା ଆରମ୍ଭ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe