ଗ୍ରାମପଞ୍ଚାୟତ, ରାଜସ୍ବ ଗ୍ରାମ ବୃଦ୍ଧି କରାଯାଉ: ରାଜ୍ୟପାଳ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ସୁଫଳ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ। ଏଥି ପାଇଁ ଗ୍ରାମପଞ୍ଚାୟତ ଓ ରାଜସ୍ବ ଗ୍ରାମ ସଂଖ୍ୟା ବୃଦ୍ଧି କରିବାକୁ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍‌ପାଟି ପରାମର୍ଶ ଦେଇଛନ୍ତି।

haribabu

Photograph: (Odisha TV)

ଭୁବନେଶ୍ୱର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ସୁଫଳ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ। ଏଥି ପାଇଁ ଗ୍ରାମପଞ୍ଚାୟତ ଓ ରାଜସ୍ବ ଗ୍ରାମ ସଂଖ୍ୟା ବୃଦ୍ଧି କରିବାକୁ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍‌ପାଟି ପରାମର୍ଶ ଦେଇଛନ୍ତି। ଏ ଦିଗରେ ଅନୁଧ୍ୟାନ କରିବାକୁ ରାଜ୍ୟପାଳ ସରକାରଙ୍କୁ କହିବା ସହ ପଞ୍ଚାୟତ ପରିସର ଓ ଲୋକସଂଖ୍ୟା କମ୍ ରହିଲେ ସରକାରୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ସହଜ‌ ହୋଇପାରିବ ବୋଲି ମତ ଦେଇଛନ୍ତି।  

ଆଜି ରାଜଭବନର ନ୍ୟୁ ଅଭିଷେକ ହଲ୍‌ରେ ପଞ୍ଚ‌ାୟତିରାଜ ଓ ପାନୀୟ ଜଳ ବିଭାଗ କାର୍ଯ୍ୟାବଳୀର ସମୀକ୍ଷା କରି ସରକ‌ାରଙ୍କ ପ୍ରତ୍ୟେକ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟରେ ଜଳ ଜୀବନ ମିସନ୍‌ ଯୋଜନା ଅନ୍ତର୍ଗତ ଗ୍ରାମୀଣ ଘରୋଇ ପାଇପ୍ ଜଳ ସଂଯୋଗ କ୍ଷେତ୍ରରେ ଅଗ୍ରଗତି ସଂପର୍କରେ ବିଶଦ ଭାବେ ସମୀକ୍ଷା କରିଥିଲେ। ବିଭିନ୍ନ କାର୍ଯ୍ୟନିର୍ବାହୀ ସଂସ୍ଥା ସମ୍ମୁଖୀନ ହେଉଥିବା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ।

ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସମୀକ୍ଷା

ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚିବା ଆବଶ୍ୟକ

ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟ ମାନ, ସମୟୋଚିତ କାର୍ଯ୍ୟ ସମାପନ ଓ ଦୀର୍ଘକାଳୀନ ସ୍ଥାୟିତ୍ୱ ସୁନିଶ୍ଚିତ କରିବା ଉପରେ ରାଜ୍ୟପାଳ ଗୁରୁତ୍ବାରୋପ କରିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ଠିକ୍ ରୂପାୟନ ଜୀବନ ଧାରଣର ମାନରେ ଉନ୍ନତି ଆଣିପାରିବ ବୋଲି କହିଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ପଞ୍ଚାୟତିରାଜ ସଂସ୍ଥାକୁ ସୁଦୃଢ଼ କରିବା ଓ ଗ୍ରାମୀଣ ବିକାଶକୁ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ସଂପର୍କରେ  କହିଥିଲେ। ବିଭାଗୀୟ ଶାସନ ସଚିବ ଏସ. ଏନ୍‌.ଗିରୀଶ ବିଭାଗୀୟ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିଥିଲେ। ରାଜ୍ୟପାଳଙ୍କ ସଚିବ ରୂପାରୋଶନ ସାହୁ ଓ ବିଭାଗୀୟ ପଦସ୍ଥ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe