ପୋଖରୀ ପାଣିରେ ବୁଡି ଜେଜେ-ନାତିଙ୍କ ମୃତ୍ୟୁ

Advertisment
ପୋଖରୀ ପାଣିରେ ବୁଡି ଜେଜେ-ନାତିଙ୍କ ମୃତ୍ୟୁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା କାନାଗୁଡା ଗାଁରେ ଅଘଟଣ।ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଜେଜେ, ନାତିର ମୃତ୍ୟୁ। ଘଟଣା ଅନୁସାରେ କାନାଗୁଡା ଗାଁର ଲବ ହରିଜନ ଜମିରେ କାମ ସାରି ବଳଦ ଗୁଡିକୁ ଗାଧେଇ, ଜେଜେ ଓ ୯ ବର୍ଷର ନାତି ୟସ ହରିଜନ ଗାଧଉଥିବା ସମୟରେ ପୋଖରୀ ପାଣିରେ ବୁଡି ଯାଇଥିଲେ। ସେ ପାଖ ଦେଇ ଯାଉଥିବା ଗାଁ ଲୋକ ଦେଖି କୋଷାଗୁମୁଡ଼ା ଅଗ୍ନିଶମ ବିଭାଗକୁ ଫୋନ କରିବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଜେଜେ ଓ ନାତିକୁ ପାଣିରୁ ଉଦ୍ଧାର କରି କୋଷାଗୁମୁଡ଼ା ମେଡିକାଲ ନେଇଥିଲେ। ମେଡିକାଲ ନେବାପରେ ଡାକ୍ତର ଜେଜେ, ନାତୀଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe