ପ୍ରଥମାଷ୍ଟମୀ ପୂର୍ବରୁ ଆଖିବୁଜିଲେ ଅଜା; ଦୁର୍ଘଟଣାରେ ମାମୁ, ଆଈ ଗୁରୁତର

Advertisment
ପ୍ରଥମାଷ୍ଟମୀ ପୂର୍ବରୁ ଆଖିବୁଜିଲେ ଅଜା; ଦୁର୍ଘଟଣାରେ ମାମୁ, ଆଈ ଗୁରୁତର

ବାଲେଶ୍ୱର : ମୃତ୍ୟୁ ଏମିତି ଆସେ। ରାତି ପାହିଲେ ପ୍ରଥମାଷ୍ଟମୀ। ହେଲେ ଏମିତି ଏକ ଖୁସିର ମୁହୂର୍ତ୍ତ ଦେଖିବା ପୂର୍ବରୁ ଦୁଃଖର କଳାବାଦଲ ଘୋଟିଆସିଛି। ପ୍ରଥମାଷ୍ଟମୀରେ ନିଜ ନାତୁଣିକୁ ପଢ଼ୁଆଁ କରିବାକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏଥିରେ ମୃତକଙ୍କ ପତ୍ନୀ ଏବଂ ପୁଅ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ମୃତକଜଣକ ହେଲେ ରେମୁଣା ଅଞ୍ଚଳର ନିର୍ମଳ ମଣ୍ଡଳ(୫୫)।

ମିଳିଥିବା ସୂଚନା ମୁତାବକ, ସୋମବାର ଅପରାହ୍‌ଣରେ ନିର୍ମଳ ତାଙ୍କ ନାତୁଣିକୁ ପଢ଼ୁଆଁ କରିବା ପାଇଁ ପତ୍ନୀ ଓ ପୁଅକୁ ବାଇକ୍‌ରେ ବସାଇ ଜଳେଶ୍ବରସ୍ଥିତ ରାଇବଣିଆ ଥାନା ଖୁଦିଆମାଝୀସାହି ପଞ୍ଚାୟତ ଗୋପାଳପ୍ରସାଦ ଗ୍ରାମର କୃଷ୍ଣଚନ୍ଦ୍ର ବାରିକଙ୍କ ଘରକୁ ଯାଉଥିଲେ। ତେବେ ଶିଖରପୁର ଗ୍ରାମ ଘୋଳାଇ ଛକ ନିକଟରେ ରାସ୍ତାରେ ଥିବା ଏକ ଗର୍ତ୍ତରେ ଗାଡ଼ିଟି ଫସିଯିବାରୁ କିଛିଦୂର ଛିଟିକି ଯାଇ ଏକ ଗଛରେ ସମସ୍ତେ ପିଟି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ନିର୍ମଳଙ୍କ ଆଖି ବୁଜିଦେଇଥିଲେ। ସ୍ଥାନୀୟ ଲୋକେ ଏକ ଅଟୋରିକ୍ସା ଯୋଗେ ସେମାନଙ୍କୁ ନେଇ ସ୍ଥାନୀୟ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe