ଜେଜେଙ୍କ ଶୁଦ୍ଧିକ୍ରିୟା ସ୍ନାନ ବେଳେ ନଦୀରେ ଭାସିଯାଇ ନାତି ନିଖୋଜ

Advertisment
ଜେଜେଙ୍କ ଶୁଦ୍ଧିକ୍ରିୟା ସ୍ନାନ ବେଳେ ନଦୀରେ ଭାସିଯାଇ ନାତି ନିଖୋଜ

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ସଂସିଧା ପଞ୍ଚାୟତର ମଙ୍ଗରାଜପୁର ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଶୁଦ୍ଧିକ୍ରିୟା କର୍ମ ଅନୁଯାୟୀ ବାରିକ ପାଖରୁ ବାଳ କାଟି ସାରି ନଦୀରେ ଗାଧୋଉଥିବା ବେଳେ ଜନୈକ ଯୁବକ କାଣୀନଦୀ ସ୍ରୋତରେ ଭାସି ଯାଇଛନ୍ତି। ଘଟଣାରୁ ଜଣାପଡ଼ିଛି ଯେ, ମଙ୍ଗରାଜପୁର ଗ୍ରାମର ପରଲୋକଗତ ପୁରୁଷୋତ୍ତମ ଗିରିଙ୍କ ଦଶାହରେ ଆଜି ଜ୍ଞାତିକୁଟୁମ୍ବ ଶୁଦ୍ଧିକ୍ରିୟାରେ ଯୋଗ ଦେଇଥିଲେ।

ସୁଶାନ୍ତ ଗିରିଙ୍କ ପୁଅ ତଥା ମୃତ ପୁରୁଷୋତ୍ତମଙ୍କ ନାତି ପ୍ରକାଶ(୨୨) ଶୁଦ୍ଧିକ୍ରିୟା ସାରି ନଦୀରେ ଗାଧୋଉଥିବା ବେଳେ ହଠାତ୍ ନଦୀସ୍ରୋତରେ ଭାସି ଯାଇଥିଲେ। ଦିଲ୍ଲୀରେ ରହୁଥିବା ପ୍ରକାଶ ନଦୀରେ ଗାଧୋଇବାର ଅଭ୍ୟାସ ନଥିବା ଓ ପହଁରା ଜାଣି ନଥିବା କାରଣରୁ ପାଣିରେ ବୁଡ଼ି ନିଖୋଜ ହୋଇଯାଇଛନ୍ତି।

ଖବର ପାଇ ଅଗ୍ନିଶମ ବାହିନୀ ଓ ଗ୍ରାମବାସୀମାନେ ପହଞ୍ଚି ନଦୀରେ ଖୋଜାଖୋଜି କରୁଛନ୍ତି। ଏ ପର୍ଯ୍ୟନ୍ତ ନିଖୋଜ ପ୍ରକାଶଙ୍କର କୌଣସି ସନ୍ଧାନ ମିଳି ନଥିବା ବେଳେ ଘଟଣାସ୍ଥଳରେ ଶହଶହ ଲୋକ ରୁଣ୍ଡ ହୋଇ ରହିଛନ୍ତି। ନିଖୋଜ ପ୍ରକାଶ ବାପମା'ଙ୍କର ଏକମାତ୍ର ପୁଅ ହୋଇଥିବାରୁ ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe