ସୁନ୍ଦରଗଡ଼ର ପୂର୍ବତନ ଜିଲ୍ଲାପାଳଙ୍କ ନାତି ଲଢ଼ୁଛନ୍ତି ନ୍ୟୁୟର୍କ ମେୟର ନିର୍ବାଚନ

Advertisment

ନ୍ୟୁୟର୍କ ମେୟର ପଦ ପାଇଁ ଡେମୋକ୍ରାଟିକ୍ ପାର୍ଟିରୁ ନିର୍ବାଚନ ଲଢ଼ୁଛନ୍ତି ଭାରତୀୟ ବଂଶୋଦ୍ଭବ ଜୋହରନ୍ କ୍ବାମି ମମଦାନି। ୩୩ ବର୍ଷୀୟ ଜୋହରନ୍ ସୁନ୍ଦରଗଡ଼ର ପୂର୍ବତନ ଜିଲ୍ଲାପାଳ ଅମୃତଲାଲ ନାୟାରଙ୍କ ନାତି। ୧୯୫୮ରେ ଅମୃତଲାଲ ସୁନ୍ଦରଗଡ଼ ଜିଲ୍ଲାପାଳ ଥିଲେ।

ନ୍ୟୁୟର୍କ ମେୟର ପଦ ପାଇଁ ଡେମୋକ୍ରାଟିକ୍ ପାର୍ଟିରୁ ନିର୍ବାଚନ ଲଢ଼ୁଛନ୍ତି ଭାରତୀୟ ବଂଶୋଦ୍ଭବ ଜୋହରନ୍ କ୍ବାମି ମମଦାନି। ୩୩ ବର୍ଷୀୟ ଜୋହରନ୍ ସୁନ୍ଦରଗଡ଼ର ପୂର୍ବତନ ଜିଲ୍ଲାପାଳ ଅମୃତଲାଲ ନାୟାରଙ୍କ ନାତି। ୧୯୫୮ରେ ଅମୃତଲାଲ ସୁନ୍ଦରଗଡ଼ ଜିଲ୍ଲାପାଳ ଥିଲେ।

dgdgdgcvvc

ସୁନ୍ଦରଗଡ଼: ନ୍ୟୁୟର୍କ ମେୟର ପଦ ପାଇଁ ଡେମୋକ୍ରାଟିକ୍ ପାର୍ଟିରୁ ନିର୍ବାଚନ ଲଢ଼ୁଛନ୍ତି ଭାରତୀୟ ବଂଶୋଦ୍ଭବ ଜୋହରନ୍ କ୍ବାମି ମମଦାନି। ୩୩ ବର୍ଷୀୟ ଜୋହରନ୍ ସୁନ୍ଦରଗଡ଼ର ପୂର୍ବତନ ଜିଲ୍ଲାପାଳ ଅମୃତଲାଲ ନାୟାରଙ୍କ ନାତି। ୧୯୫୮ରେ ଅମୃତଲାଲ ସୁନ୍ଦରଗଡ଼ ଜିଲ୍ଲାପାଳ ଥିଲେ। ଜଣେ ବିଚାରବନ୍ତ, ଦୂରଦୃଷ୍ଟିସମ୍ପନ୍ନ ଜିଲ୍ଲାପାଳ ଭାବେ ସୁନ୍ଦରଗଡ଼ରେ ଲୋକପ୍ରିୟ ଥିବା ଶ୍ରୀ ନାୟାର ନିଜ ଉଦ୍ୟମରେ ଗଣଚାନ୍ଦାରେ ସୁନ୍ଦରଗଡ଼ରେ ଉଚ୍ଚଶିକ୍ଷା ପାଇଁ ପ୍ରତିଷ୍ଠା କରିଥିଲେ ମହାବିଦ୍ୟାଳୟ। ଯାହା ଆଜି ବିଶେଷ ରୂପେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ମାଇଲ୍‌ଖୁଣ୍ଟ ହୋଇରହିଛି।

ଗୁଜରାଟର ମୂଳବାସିନ୍ଦା ଅମୃତଲାଲ ଜିଲ୍ଲାପାଳ ଥିବା ସମୟରେ ରାଉରକେଲାରେ ଜନ୍ମ ହୋଇଥିଲେ ତାଙ୍କ ଝିଅ ପ୍ରସିଦ୍ଧ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ମୀରା ନାୟାର। ‘ସଲାମ ବମ୍ବେ’ ଭଳି ଚର୍ଚ୍ଚିତ ଚଳଚ୍ଚିତ୍ର ତିଆରି କରି ପଦ୍ମଭୂଷଣ ସମ୍ମାନ ପାଇଥିବା ମୀରାଙ୍କ ଏକମାତ୍ର ପୁଅ ଜୋହରନ୍‌ ଉଗାଣ୍ଡା ରାଷ୍ଟ୍ରର କମ୍ପାଲା ସହରରେ ୧୯୯୧ ଅକ୍ଟୋବର ୧୮ରେ ଜନ୍ମଗ୍ରହଣ କରିଥିଲେ। ସେ ଏବେ ଡେମୋକ୍ରାଟିକ ପାର୍ଟିର ମେୟର ଭାବେ ପ୍ରାର୍ଥୀ ହୋଇ ଚର୍ଚ୍ଚାକୁ ଆସିଛନ୍ତି। ଇଂରାଜୀ, ହିନ୍ଦୀ, ବଙ୍ଗାଳୀ ଭାଷାରେ ଦକ୍ଷତା ରଖିଥିବା ଜୋହରନ୍‌ ଉଭୟ ଭାରତ ଓ ନ୍ୟୁୟର୍କରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe