ସମସ୍ତ ଅଣଅନୁଦାନପ୍ରାପ୍ତ ଅଧ୍ୟାପକ, କର୍ମଚାରୀଙ୍କୁ ଅନୁଦାନଭୁକ୍ତ ଦାବି

ସମସ୍ତ ଅଣଅନୁଦାନପ୍ରାପ୍ତ ଅଧ୍ୟାପକ, କର୍ମଚାରୀଙ୍କୁ ଅନୁଦାନଭୁକ୍ତ ଦାବି

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବେସରକାରୀ ମହାବିଦ୍ୟାଳୟର ଅଣଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ତୁରନ୍ତ ଅନୁଦାନଭୁକ୍ତ କରିବାକୁ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ଦାବି କରିଛି। ଏ ନେଇ ସଂଘ ଜିଲ୍ଲା ସଂଯୋଜକ ସଂଜୟ କୁମାଓର ନାୟକଙ୍କ ନେତୃତ୍ବରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ରାଜ୍ୟ ସରକାର ୨୦୦୬ରୁ ୨୦୧୩ ମଧ୍ୟରେ ରାଜ୍ୟରେ ଖୋଲିଥିବା ଅଣଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଓ ଏହି ସମୟ ମଧ୍ୟରେ ନିଯୁକ୍ତି ପାଇଥିବା ଅଧ୍ୟାପକ, କର୍ମଚାରୀମାନଙ୍କୁ ତାଲିକା ମଗାଥିବା ବେଳେ ତାକୁ ବିରୋଧ କରି ସଂଘ ଏହି ସମୟ ସୀମାକୁ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଦାବି କରିଛନ୍ତି। ଯାହା ଦ୍ବାରା ବହୁଦିନ ଧରି ନିଷ୍ଠାପର ଭାବେ କାର୍ଯ୍ୟ କରୁଥିବା ଅଧ୍ୟାପକ, କର୍ମଚାରୀମାନେ ଉପକୃତ ହେବେ ବୋଲି ସଂଘର ସୁନ୍ଦରଗଡ଼ ଜିଲ୍ଲା ଶାଖା ପ୍ରକାଶ କରିଛି। ସରକାର ସମାନ କାମକୁ ସମାନ ଦରମା କଥା କହୁଥିଲେ ମଧ୍ୟ ତାହା ବାସ୍ତବରେ କାର୍ଯ୍ୟକାରୀ ହେଉ ନାହିଁ।

ଅଧ୍ୟାପକ, କର୍ମଚାରୀମାନେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଶିକ୍ଷାଦାନ ସହ ନିର୍ବାଚନ ଦାୟିତ୍ବ, ପରୀକ୍ଷା ଖାତା ମୂଲ୍ୟାୟନ ଆଦି କାମ କରୁଥିଲେ ମଧ୍ୟ ସେମାନଙ୍କୁ କମ୍ ଦରମା ଦିଆଯାଉଥିବା ଅଭିଯୋଗ କରିଛନ୍ତି। ନ୍ୟାୟ ପାଇଁ ବହୁଦିନରୁ ଏହି ଦାବି ହୋଇ ଆସୁଥିଲେ ମଧ୍ୟ ରାଜ୍ୟ ସରକାର କର୍ଣ୍ଣପାତ କରୁ ନଥିବା ସଂଘ ଅଭିଯୋଗ କରିଛି। ଦାବିପତ୍ର ପ୍ରଦାନ ବେଳେ ଯସ୍ମିନ ପୁରୋହିତ, ସୁଶ୍ରିତା ପଟେଲ, ଯୋଗେଶ୍ବର ନାଏକ, କୁସୁମ ଲାକ୍ରା, ଅରୁଣ ଦାଶ, କୌଶଲ୍ୟା ହୋତା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe