ଗ୍ରାଣ୍ଟ-ଇନ୍-ଏଡ୍ ପାଇଁ ସତ୍ୟପାଠ ପ୍ରସଂଗ : ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟରେ କାଏମ

ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକ ଆଶ୍ବସ୍ତ

ଗ୍ରାଣ୍ଟ-ଇନ୍-ଏଡ୍ ପାଇଁ ସତ୍ୟପାଠ ପ୍ରସଂଗ : ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟରେ କାଏମ

କଟକ : ଅନୁଦାନପ୍ରାପ୍ତ କଲେଜର ଅଧ୍ୟାପକଙ୍କ ପାଇଁ ଗ୍ରାଣ୍ଟ-ଇନ୍-ଏଡ୍ ପାଇବାକୁ ସତ୍ୟପାଠ ବାଧ୍ୟତାମୂଳକ ପ୍ରସଂଗରେ ହାଇକୋର୍ଟ ପ୍ରଦାନ କରିଥିବା ରାୟ ସୁପ୍ରିମକୋର୍ଟରେ କାଏମ ରହିଛି। ଜଷ୍ଟିସ ଅରୁଣ ମିଶ୍ର ଓ ଜଷ୍ଟିସ ଭିନିତ ସରନଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଏସ୍‌ଏଲ୍‌ପିକୁ ଖାରଜ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୮, ଅଗଷ୍ଟ ୨୧ରେ ହାଇକୋର୍ଟ ପ୍ରଦାନ କରିଥିବା ଏ ସଂପର୍କିତ ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଏସଏଲ୍‌ପି ଦାଖଲ କରିଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ଅନୁଦାନପ୍ରାପ୍ତ କଲେଜର ଅଧ୍ୟାପକଙ୍କ ପାଇଁ ସରକାର ଗ୍ରାଣ୍ଟ-ଇନ୍-ଏଡ୍ ଅର୍ଡର, ୨୦୧୭ ଆଣିଥିଲେ। ୨୦୧୭, ଅକ୍ଟୋବର ୨୨ରେ ଉଚ୍ଚଶିକ୍ଷା ବିଭାଗ ଏହି ନିର୍ଦ୍ଦେଶନାମା ଜାରି କରିଥିଲା। ଗ୍ରାଣ୍ଟ-ଇନ୍-ଅର୍ଡର, ୨୦୧୭ ଅନୁସାରେ ପ୍ରାପ୍ୟ ପାଇବାକୁ ଆଗ୍ରହୀ କର୍ମଚାରୀଙ୍କ ପାଇଁ କେତେକ ସର୍ତ୍ତ ରଖାଯାଇଥିଲା। ସର୍ତ୍ତ ଅନୁସାରେ ସଂପୃକ୍ତ କର୍ମଚାରୀ ଏକ ନନ୍-ଜୁଡିସିଆଲ୍ ଷ୍ଟାମ୍ପ ପେ‌ପରରେ ସତ୍ୟପାଠ ଦାଖଲ କରିବେ। ସତ୍ୟପାଠରେ ଉଲ୍ଲେଖ କରାଯିବ ଯେ ଗ୍ରାଣ୍ଟ-ଇନ୍-ଏଡ୍ ଅର୍ଡର, ୧୯୯୪ ଅନୁସାରେ ପ୍ରାପ୍ୟ ପାଇବା ପାଇଁ ଅଦାଲତରେ ତାଙ୍କର କୌଣସି ମାମଲା ବିଚାରାଧୀନ ନାହିଁ। ଗ୍ରାଣ୍ଟ-ଇନ୍-ଏଡ୍ ସଂପର୍କିତ ସମସ୍ତ ମାମଲା ଟ୍ରିବୁନାଲ, ହାଇକୋର୍ଟ, ସୁପ୍ରିମକୋର୍ଟରୁ ସେ ପ୍ରତ୍ୟାହାର କରି ସାରିଛନ୍ତି। ପରବର୍ତ୍ତୀ ସମୟରେ ଯଦି ଏପରି ତଥ୍ୟ ଭୁଲ ବୋଲି ଜଣା ପଡେ ତେବେ ଗ୍ରାଣ୍ଟ-ଇନ୍-ଏଡ୍ ଅର୍ଡର, ୨୦୧୭‌େର ପ୍ରଦାନ କରାଯାଇଥିବା ସୁବିଧା ପ୍ରତ୍ୟାହାର କରାଯିବ। ସଂପୃକ୍ତ କର୍ମଚାରୀଙ୍କ ନିକଟରୁ ଏହି ନିର୍ଦ୍ଦେଶ ବଳରେ ପ୍ରଦାନ କରାଯାଇଥିବା ଟଙ୍କା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆଦାୟ କରାଯିବ ବୋଲି ସର୍ତ୍ତ ରଖାଯାଇଥିଲା। ଏପରି ସର୍ତ୍ତକୁ ବିରୋଧ କରି ଡାଲମିଆ ଡିଗ୍ରି କଲେଜ ଅଧ୍ୟାପିକା ଲତା ନାୟକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେ ଦର୍ଶାଇଥିଲେ ଯେ ଏପରି ସର୍ତ୍ତ ସମ୍ବିଧାନର ଧାରା ୧୪ ଓ ୨୧ରେ ପ୍ରଦାନ କରାଯାଇଥିବା ମୌଳିକ ଅଧିକାର କ୍ଷୁର୍ଣ୍ଣ କରୁଛି। କୌଣସି ସୁବିଧା ପାଇବା ପାଇ ଜଣେ କର୍ମଚାରୀ ଅଦାଲତଙ୍କ ଦ୍ବାରସ୍ଥ ହୋଇ ପାରିବ ନାହିଁ ସରକାର ସର୍ତ୍ତ ରଖିବା ଗ୍ରହଣୀୟ ନୁହେଁ। ନ୍ୟାୟ ପାଇବା ସବୁ ନାଗରିକଙ୍କ ଅଧିକାର ହୋଇଥିବା ବେଳେ ଏପରି ସର୍ତ୍ତ ଦ୍ବାରା ଜ‌ଣଙ୍କୁ ଅଦାଲତରୁ ମାମଲା ପ୍ରତ୍ୟାହାର ପାଇଁ ବାଧ୍ୟ କରାଯିବା ଆଇନ ସମ୍ମତ ନୁହେଁ। ୨୦୧୮, ଅଗଷ୍ଟ ୨୧ରେ ହାଇକୋର୍ଟ ମାମଲାର ଶୁଣାଣି କରି ପ୍ରକାଶ କରିଥିବା ରାୟରେ ଏପରି ସର୍ତ୍ତ ସମ୍ବିଧାନର ଧାରା ୧୪ ଓ ୨୧‌ର ଉଲ୍ଲଂଘନ କରୁଛି ବୋଲି ଉଲ୍ଲେଖ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe