ଖର୍ଚ୍ଚ ହୋଇପାରୁନି ଅନୁଦାନ; ନିମାପଡ଼ା ବ୍ଲକ୍‌ ବିକାଶରେ ବାଧା, କର୍ମଚାରୀ, ଭିତ୍ତିଭୂମି ଅଭାବ

ଖର୍ଚ୍ଚ ହୋଇପାରୁନି ଅନୁଦାନ; ନିମାପଡ଼ା ବ୍ଲକ୍‌ ବିକାଶରେ ବାଧା, କର୍ମଚାରୀ, ଭିତ୍ତିଭୂମି ଅଭାବ

ନିମାପଡ଼ା : ନିମାପଡ଼ା ବ୍ଲକ୍‌ରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ୍ୟ ରୋଜଗାର ସବେକଙ୍କ ଅଭାବ ହେତୁ ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରୀ ହେବାରେ ବାଧକ ସାଜିଛି। ଜଣେ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏକାଧିକ ପଞ୍ଚାୟତ ଦାୟିତ୍ବରେ ରହିଥିବାରୁ ପଞ୍ଚାୟତର ବିକାଶ ପାଇଁ ଆସୁଥିବା ଅନୁଦାନ ଟଙ୍କା ପଡ଼ିରହୁଛି। ଫଳରେ ଜନହିତକର ଯୋଜନାର ସଫଳ ରୂପାୟନ ଜନସାଧାରଣଙ୍କ ନକଟରେ ପହଞ୍ଚି ପାରୁନାହିଁ।

ପୁରୀ ଜିଲ୍ଲାର ସବୁଠାରୁ ବଡ଼ ବ୍ଲକ୍‌ ନିମାପଡ଼ା ୩୨ଟି ପଞ୍ଚାୟତକୁ ନେଇ ଗଠିତ। ପଞ୍ଚାୟତଗୁଡ଼ିକରେ ଯୋଜନାର ସଫଳ ରୂପାୟନ କରିବା ଦାୟିତ୍ବ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କର। ୩୨ଟି ପଞ୍ଚାୟତ ମଧ୍ୟରୁ ୧୯ଟିରେ ସ୍ଥାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ବେଳେ ୧୩ଟି ପଞ୍ଚାୟତରେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଏହି ୧୯ଜଣ ପିଇଓଙ୍କୁ ଏକାଧିକ ପଞ୍ଚାୟତର ଦାୟିତ୍ବ ଦିଆଯିବାରେ ସେମାନେ ସରକାରଙ୍କ ‌ଯୋଜନା ପଞ୍ଚାୟତଗୁଡ଼ିକରେ କାର୍ଯ୍ୟକାରୀ କରିବାରେ ସମୟ ପାଉନାହାନ୍ତି। ସେହିଭଳି ମନରେଗା ଯୋଜନା କାର୍ଯ୍ୟକାରୀ କରିବା ଗ୍ରାମ ରୋଜଗାର ସେବକଙ୍କ ଦାୟିତ୍ବ। କିନ୍ତୁ ନିମାପଡ଼ା ବ୍ଲକ୍‌ରେ ୩ଟି ପଞ୍ଚାୟତରେ ଜିଆର୍‌ଏସ୍‌ ନାହାନ୍ତି।

ସେମାନଙ୍କୁ ମିଳୁଥିବା ପାରିଶ୍ରମିକ ନଗଣ୍ୟ ହୋଇଥିବାରୁ ସେମାନେ ଅନ୍ୟ ପଞ୍ଚାୟତକୁ ଯାଇ ମନରେଗା ଯୋଜନା ତଦାରଖ କରିବାକୁ ଇଚ୍ଛାପ୍ରକାଶ କରୁନାହାନ୍ତି। ନିମାପଡ଼ା ବ୍ଲକ୍‌ର ୪ଟି ପଞ୍ଚାୟତ ନୂତନ ଭାବେ ଗଠିତ ହେବାକୁ ୫ ବର୍ଷ ଅତିକ୍ରାନ୍ତ ହେଲାଣି ହେଲେ ନିଜସ୍ବ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ହୋଇପାରୁନି। ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ପାଇଁ ଆସିଥିବା ୭୦ ଲକ୍ଷ ଟଙ୍କା ପଡ଼ିରହିଥିବା ବେଳେ ସ୍ଥାନୀୟ କୋଠଘର କିମ୍ବା ଅଙ୍ଗନବାଡ଼ି କେନ୍ଦ୍ରରେ ପଞ୍ଚାୟତ ଅଫିସ୍‌ ଚାଲୁଛି। ପଞ୍ଚାୟତ ବୈଠକ ଦିନ ବ୍ୟତୀତ ଅନ୍ୟଦିନ ପଞ୍ଚାୟତ ଅଫିସ୍‌ ଖୋଲୁନଥିବା ଜଣାଯାଏ। ପଞ୍ଚାୟତ ଅଫିସ୍‌କୁ ରାସ୍ତାନଥିବା, ପିଇବା ପାଣି, ବିଦ୍ୟୁତ୍‌ ସଂଯୋଗ, ଟେଲିଫୋନ୍‌ ଓ ଇଣ୍ଟରନେଟ୍‌ର ସୁବିଧା ମିଳୁନଥିବା ଅଭିଯୋଗ ହୋଇଛି। ଗ୍ରାମାଞ୍ଚଳ ଲୋକମାନଙ୍କ ଅଭିଯୋଗ ଶୁଣିବା ପାଇଁ ପଞ୍ଚାୟତରେ ବ୍ୟବସ୍ଥା ନାହିଁ।

ସେହିଭଳି ସାମାଜିକ ସୁରକ୍ଷା ଯୋଜନାରେ ୬୦ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିମାନେ କେନ୍ଦ୍ର ସରକାରଙ୍କ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଓ ରାଜ୍ୟ ସରକାରଙ୍କ ମଧୁବାକୁ ପେନ୍‌ସନ୍‌ ଯୋଜନାର ଅନ୍ତର୍ଭୁକ୍ତ ହେବାକଥା। କିନ୍ତୁ ଏହି ଯୋଜନାର ଲକ୍ଷ୍ୟ ୨୦୧୯ରୁ ପୂରଣ ହେଉନାହିଁ। ପ୍ରଥମେ ପଞ୍ଚାୟତଗୁଡ଼ିକର ଭିତ୍ତିଭୂମି ସଜାଡ଼ିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe