ଗ୍ରାସିମ୍ ଦୁର୍ଘଟଣା : ଇଞ୍ଜିନିୟର୍ ଅଭିଷେକ ଆଖି ବୁଜିଲେ

୭ଜଣିଆ ବିଦେଶୀ ବୈଷୟିକ ଟିମ୍‌ର ତଦନ୍ତ ଆରମ୍ଭ

ଗ୍ରାସିମ୍ ଦୁର୍ଘଟଣା : ଇଞ୍ଜିନିୟର୍ ଅଭିଷେକ ଆଖି ବୁଜିଲେ

ଗଞ୍ଜାମ : ଗଞ୍ଜାମ ସହର ସ୍ଥିତ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌ରେ ଗତ ୬ ତାରିଖରେ ଷ୍ଟିମ୍‌ ପାଇପ୍‌ ଲାଇନ୍‌ ଫାଟି ବଡ଼ ଧରଣର ଦୁର୍ଘଟଣା ଘଟିଥିଲା। ଏଥିରେ ଗୁରୁତର ଇଞ୍ଜିନିୟର୍ ଅଭିଷେକ ପାଳ ଆଜି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ସେ ପାଞ୍ଚଦିନ ଧରି ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଏହାକୁ ମିଶାଇ ଏହି ଅଘଟଣରେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି। ଗତ ୯ ତାରିଖରେ ହେଲପର୍ ଶଙ୍କର ରାଉଳଙ୍କ ମୃତ୍ୟୁ ହୋଇଥିଲା।

ଆଜି ସକାଳେ ଇଞ୍ଜିନିୟର ଅଭିଷେକଙ୍କ ମୃତ୍ୟୁ ପରେ ତାଙ୍କ ଶବକୁ ନିଜ ଘର କଟକସ୍ଥିତ କାଜିପାଟଣା ପଠା ଯାଇଥିଲା। ଗ୍ରାସିମ୍‌ର ପଦାଧିକାରୀ ଓ ଶ୍ରମିକ ସଂଗଠନ ପ୍ରତିନିଧିଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିଲା। ତାଙ୍କ ବିୟୋଗରେ ଗ୍ରାସିମ୍‌ କମ୍ପାନୀ କର୍ମଚାରୀ ମହଲରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପକ୍ଷରେ ପାଇପ୍ ଲାଇନ୍ କିଭଳି ପରିସ୍ଥିତିରେ ଫାଟିଲା, ଏ ନେଇ ମାର୍ଶାଲ୍ ନାମକ ଏକ ବିଦେଶୀ କମ୍ପାନିର ୭ଜଣିଆ ଟିମ୍ ଆଜି ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌ରେ ପହଞ୍ଚି ସରଜମିନ୍ ତଦନ୍ତ ଆରମ୍ଭ କରିଛନ୍ତି। ବିଭିନ୍ନ ବୈଷୟିକ ଦିଗରୁ ଏହି ଟିମ୍ ଅନୁଧ୍ୟାନ କରିଥିବା ଜଣାପଡ଼ିଛି। ଇଣ୍ଡଷ୍ଟ୍ରିଜ୍‌ ମୁଖ୍ୟ ଶଶାଙ୍କ ଶେଖର ପାରିକ, ମାନବ ସମ୍ବଳ ମୁଖ୍ୟ ଜି.କେ.ଗ୍ୟାନିରିୟାଲ ଓ ବୈଷୟିକ ମୁଖ୍ୟଙ୍କ ସହ ଏହି ଟିମ୍ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe