ଧର୍ମ ପରିବର୍ତ୍ତନ ପାଇଁ ମିଳିଲାନି ଶ୍ମଶାନ: ୩୨ ଘଣ୍ଟା ପରେ ଦିଆଗଲା କବର

ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ପୋଣ୍ଡିକୋଟ ଗାଁର ଡୋମୁ ଜାନିଙ୍କ ଶେଷକୃତ୍ୟ ଆଜି ଅପରାହ୍ନରେ ସଂପନ୍ନ ହୋଇଛି। ଶେଷକୃତ୍ୟ ପାଇଁ ଶ୍ମଶାନ ନ ମିଳିବାରୁ ଘରେ ୩୨ଘଣ୍ଟା ଧରି ମରଶରୀର ରହିଥିଲା।

fshfsfffh

ପାପଡ଼ାହାଣ୍ଡି: ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ପୋଣ୍ଡିକୋଟ ଗାଁର ଡୋମୁ ଜାନିଙ୍କ ଶେଷକୃତ୍ୟ ଆଜି ଅପରାହ୍ନରେ ସଂପନ୍ନ ହୋଇଛି। ଶେଷକୃତ୍ୟ ପାଇଁ ଶ୍ମଶାନ ନ ମିଳିବାରୁ ଘରେ ୩୨ଘଣ୍ଟା ଧରି ମରଶରୀର ରହିଥିଲା। ପ୍ରଶାସନ ଶ୍ମଶାନ ପାଇଁ ସରକାରୀ ଜମି ଯୋଗାଇ ଦେବାପରେ ବି କାନ୍ଧ ଦେବାକୁ କେହି ଆସିନଥିଲେ।

ପ୍ରାୟ ଦୁଇ ବର୍ଷ ତଳେ ଡୋମୁ ଜାନି ଧର୍ମ ପରିବର୍ତ୍ତନ କରିଥିଲେ। ସୋମବାର ସକାଳେ ତାଙ୍କର ମୃତ୍ୟୁ ହେବାରୁ ପରିବାର ଲୋକ ଧର୍ମ ଅନୁସାରେ କବର ଦେବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ଗାଁ ଶ୍ମଶାନରେ ସ୍ଥାନ ମିଳିନଥିଲା। ଖବର ପାଇ ପ୍ରଶାସନ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ଗ୍ରାମବାସୀ କୌଣସି କଥା ଶୁଣି ନଥିଲେ। ତେଣୁ କବର ଦେବାକୁ ରାଜସ୍ବ ବିଭାଗର ଜମି ଚିହ୍ନଟ କରିବାକୁ ରାଜସ୍ବ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଅନ୍ୟପଟେ ଡୋମୁ ଜାନିଙ୍କ ମରଶରୀର ଗୋଟିଏ ଦିନରୁ ଅଧିକ ସମୟ ଧରି ଘରେ ରହିଥିଲା।     

ଆଜି ସକାଳେ ଅତିରିକ୍ତ ତହସିଲଦାର ସସ୍ମିତା କୁମାରୀ ଜେନା, ଏସ୍‌ଡିପିଓ ମୀନାକ୍ଷୀ ଠାକୁର, ଥାନା ଅଧିକାରୀଙ୍କ ଉପସ୍ଥିତରେ ପୋଟାକୋଟ ଜଙ୍ଗଲ ନିକଟରେ ସରକାରୀ ଜମି ଚିହ୍ନଟ ହୋଇଥିଲା। ଏହାପରେ ଡୋମୁ ଜାନିଙ୍କ ମରଶରୀର ଉକ୍ତ ସ୍ଥାନକୁ ନିଆଯାଇଥିଲା। କିନ୍ତୁ ଶବକୁ କାନ୍ଧ ଦେବାକୁ ଗାଁରୁ କେହି ଆସିନଥିଲେ। ଏପରିକି ନିଜ ଧର୍ମର ଲୋକ ବି ଡୋମୁ ଜାନିଙ୍କୁ କାନ୍ଧ ଦେବାକୁ ଆସିଲେ ନାହିଁ। ପରେ ପ୍ରଶାସନ ଓ ସାମ୍ବାଦିକଙ୍କ ହସ୍ତକ୍ଷେପ ଯୋଗୁଁ ଅପରାହ୍ନ ପ୍ରାୟ ୩ଟାରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ସରକାରୀ ଜମି ପ୍ରଦାନ କରାଯାଇଥିବାରୁ ଆଗକୁ ଗାଁରେ କୌଣସି ଅସୁବିଧା ହେବନାହିଁ ବୋଲି ଅତିରିକ୍ତ ତହସିଲଦାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe