ନନ୍ଦନକାନନରେ ଧୂସର ଗଧିଆ ଅସୁସ୍ଥ, ୨ ଦିନ ତଳେ ରାଜସ୍ଥାନରୁ ଆସିଥିଲା

Advertisment
ନନ୍ଦନକାନନରେ କନୁର ମୃତ, ଶାଗୁଣା ଅସୁସ୍ଥ

Kalinga TV

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିବାର ଦୁଇଦିନ ନ ପୂରୁଣୁ ଭାରତୀୟ ମାଈ ଧୂସର ଗଧିଆ(୭) ଅସୁସ୍ଥ ହୋଇପଡ଼ିଛି। ସେ ଖାଦ୍ୟ ଗ୍ରହଣ କରୁ ନଥିବା ବେଳେ ତା’ ଦେହ ଥରୁଛି। ସେ କୌଣସି ସଂକ୍ରମଣର ଶିକାର ହୋଇଥିବାର ଆଶଙ୍କା କରାଯାଉଛି। ତା’ ଜୀବନ ପ୍ରତି ବିପଦ ଥିବାରୁ ତାକୁ ଚିକିତ୍ସା ପାଇଁ ନନ୍ଦନକାନନ ପ୍ରାଣୀ ଚିକିତ୍ସା କେନ୍ଦ୍ରର କ୍ବାରାଣ୍ଟିନ୍‌ କକ୍ଷରେ ରଖାଯାଇଛି। ସେଠାରେ ତାକୁ ରୋଗ ପ୍ରତିରୋଧକ ଟିକା ଦିଆଯାଇ ଚିକିତ୍ସା କରାଯାଉଛି।

ସୂଚନାଯୋଗ୍ୟ ଯେ ଶୁକ୍ରବାର ରାଜସ୍ଥାନର କୈଳାଶପୁରସ୍ଥିତ ଜୟପୁର ଚିଡ଼ିଆଖାନାରୁ ହଳେ ଭାରତୀୟ ଧୂସର ଗଧିଆ ନନ୍ଦନକାନନକୁ ଅଣାଯାଇଥିଲା। ସେଥିମଧ୍ୟରୁ ମାଈଟି ଏବେ ଅସୁସ୍ଥ ହୋଇପଡ଼ିଛି। ନନ୍ଦନକାନନରେ ଏବେ ୨ଟି ମାଈ ଓ ଗୋଟିଏ ଅଣ୍ଡିରାକୁ ମିଶାଇ ମୋଟ ୩ଟି ଧୂସର ଗଧିଆ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe