ଶ୍ରୀଜିଉଙ୍କ ମହାସ୍ନାନ ନୀତି ସମ୍ପନ୍ନ

ଦେବସ୍ନାନ ପୂର୍ଣ୍ଣିମାରେ ଚାରି ଠାକୁରଙ୍କ ମହାସ୍ନାନ ନୀତି ସମ୍ପନ୍ନ ହୋଇଛି । ସୁନା କୂଅରୁ ୧୦୮ ଗରା ପାଣି ଅଣାଯାଇ ମହାପ୍ରଭୁଙ୍କୁ ସେବାୟତମାନେ ମହାସ୍ନାନ କରାଇଛନ୍ତି...

great bathing ritual of Shrijiu is complete.

great bathing ritual of Shrijiu is complete. Photograph: (sambad.in)

ପୁରୀ: ଦେବସ୍ନାନ ପୂର୍ଣ୍ଣିମାରେ ଚାରି ଠାକୁରଙ୍କ ମହାସ୍ନାନ ନୀତି ସମ୍ପନ୍ନ  ହୋଇଛି । ସୁନା କୂଅରୁ ୧୦୮ ଗରା ପାଣି ଅଣାଯାଇ ମହାପ୍ରଭୁଙ୍କୁ ସେବାୟତମାନେ ମହାସ୍ନାନ କରାଇଛନ୍ତି । 

ମଙ୍ଗଳ ଆଳତି, ମଇଲମ, ଅବକାଶ ନୀତି ପରେ  ମହାସ୍ନାନ ନୀତି ଆରମ୍ଭ ହୋଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ମା’ସୁଭଦ୍ରାଙ୍କୁ ସ୍ନାନ ମଣ୍ଡପରେ ୧୦୮ କଳସ ଜଳରେ ସ୍ନାନ କରାଯାଇଛି ।

ଶ୍ରୀଜଗନ୍ନାଥଙ୍କୁ ୩୫ ଗରା ଓ ବଡ଼ ଭାଇ ଶ୍ରୀବଳଭଦ୍ରଙ୍କୁ ୩୩ ଗରା ଜଳରେ ସ୍ନାନ କରାଯାଇଛି। ସେହିପରି ଦେବୀ ମା’ ସୁଭଦ୍ରାଙ୍କୁ ୨୨ ଗରା ଓ ସୁଦର୍ଶନଙ୍କୁ ୧୮ ଗରା ଜଳରେ ମହାସ୍ନାନ କରାଯାଇଛି। 

ଶ୍ରୀଜିଉଙ୍କ ମହାସ୍ନାନ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପାଲିଙ୍କିରେ ବସି ସ୍ନାନ ମଣ୍ଡପରେ ପହଞ୍ଚିବେ ଏବଂ ଛେରାପହଁରା ନୀତି ପରେ ବିଧି ଅନୁଯାୟୀ ଆଳତି କରିବେ । ଏହାପରେ ଶ୍ରୀଜିଉମାନଙ୍କର ଗଜାନନ ବେଶ ଆରମ୍ଭ ହେବ।

ସୂଚନାଯୋଗ୍ୟ, ସ୍ନାନଯାତ୍ରା ପରେ ଶ୍ରୀଦିଅଁମାନେ ଆଉ ରତ୍ନବେଦୀକୁ ନ ଫେରି ଅତ୍ୟଧିକ ଗାଧୋଇବା ଯୋଗୁ ଜ୍ୱରରେ ପଡ଼ି ଅଣସର ଘରକୁ ଯିବେ। ଅଣସର ଘରେ ୧୩ ଦିନର ଗୁପ୍ତ ସେବା ପରେ ଜ୍ୱରରୁ ଶ୍ରୀଦିଅଁ ଆରୋଗ୍ୟ ଲାଭ କରି ନବଯୌବନ ପ୍ରାପ୍ତି ପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବା ପାଇଁ ରଥାଯାତ୍ରାରେ ଶ୍ରୀମନ୍ଦିର ବାହାରକୁ ଆସି ମାଉସୀମା ମନ୍ଦିରର ଜନ୍ମବେଦୀକୁ ଯିବେ।

puri | Puri Jagannath temple | lord jagannath | Snan Purnima 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe