ଓଡ଼ିଶା ଗସ୍ତରେ ଦି ଗ୍ରେଟ ଖଲି, ଫ୍ୟାନ୍‌ଙ୍କ ସହ ସେୟାର କଲେ ନିଜର ଫିଟ୍‌ନେସ୍‌ ଫଣ୍ଡା

Advertisment
ଓଡ଼ିଶା ଗସ୍ତରେ ଦି ଗ୍ରେଟ ଖଲି, ଫ୍ୟାନ୍‌ଙ୍କ ସହ ସେୟାର କଲେ ନିଜର ଫିଟ୍‌ନେସ୍‌ ଫଣ୍ଡା

ଭୁବନେଶ୍ୱର: ସୁପରଷ୍ଟାର ତଥା ଭାରତର ଜଣାଶୁଣା ରେସଲର ଦି ଗ୍ରେଟ ଖଲି ସଲିଡ ପ୍ଲାଇ କମ୍ପାନିର ବିଜ୍ଞାପନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସିଛନ୍ତି। ଦି ଗ୍ରେଟ ଖଲିଙ୍କ ଫ୍ୟାନ୍‌ ନିଜର ପ୍ରିୟ ସୁପରଷ୍ଟାରଙ୍କ ସହ ସେଲଫି ନେବା ସହ ମଜାଦାର ବାର୍ତ୍ତାଳାପ କରିଥିବା ମଧ୍ୟ ଦେଖିବାକୁ ମିଳିଛି।

ଓଡିଶା ଗସ୍ତ ସମୟରେ ଖଲି ନିଜର ଫିଟନେସ ଫଣ୍ଡା ସେୟାର କରିଛନ୍ତି । ଖଲି ନିଜ ଡାଏଟରେ ପୁଷ୍ଟିକର ଆହାର ଖାଉଥିବା ବେଳେ ଜଙ୍କ୍‌ ଫୁଡ ଠାରୁ ଦୂରେଇ ରହୁଥିବା କଥା କହିଛନ୍ତି । ଏହାଛଡା ପ୍ରତିଦିନ ବ୍ୟାୟାମ କରିବା ଦ୍ୱାରା ସେ ଫିଟ୍‌ ଅଛନ୍ତି ବୋଲି କହିଛନ୍ତି ଖଲି ।

publive-image

ଖଲି କହନ୍ତି, ମୋର ଶରୀରର ଓଜନ ୧୫୦ କିଲୋରୁ ଅଧିକ ଥିଲେ ମଧ୍ୟ ପ୍ରତିଦିନ ଶାରୀରିକ ବ୍ୟାୟାମ କରି ଫିଟ୍‌ ରହିଛି। ଏହାଛଡା ପ୍ରତିଦିନ ୫ ଲିଟର କ୍ଷୀର, ୩ କିଲୋ ଚିକେନ ଖାଇଥାଏ। ଅନ୍ୟମାନଙ୍କୁ ଏପରି କରିବା ପାଇଁ ବାରଣ କରିଛି। କାରଣ ଏହାଦ୍ୱାରା ପେଟ ଖରାପ ହୋଇପାରେ। ଏହାବାଦ୍‌ ଫିଟ୍‌ ରଖିବା ପାଇଁ ଉଭୟ ସକାଳ ଓ ସନ୍ଧ୍ୟାରେ ୨ ଘଣ୍ଟା ଲେଖାଏଁ ୱାର୍କ ଆଉଟ କରିଥାଏ।

ଖଲି ଏବେ ରେସଲର ମାନଙ୍କୁ ତାଲିମ ଦେବା ପାଇଁ ନିଜର ଏକ ରେସଲିଂ ଆକାଡେମୀ ପଞ୍ଜାବର ଜଳନ୍ଧର ଠାରେ ଖୋଲିଛନ୍ତି । ଏପରିକି ଭୁବନେଶ୍ୱରର କୌଣସି ଯୁବକ ରେସଲିଂରେ କ୍ୟାରିୟର କରିବାକୁ ଚାହୁଁଥିଲେ ତାଙ୍କ ଏକାଡେମୀକୁ ଆସିବାକୁ କହିଛନ୍ତି ଖଲି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe