ଫୁଲବାଣୀ: କନ୍ଧମାଳରେ ଦୁଇଦିନ ଧରି ଚାଲିଥିବା ନକ୍ସଲ ବିରୋଧୀ ଅପରେସନ୍ରେ ପୁଲିସକୁ ମିଳିଛି ବଡ଼ ସଫଳତା। ଗତକାଲି ବେଲଘର ଥାନା ଅନ୍ତର୍ଗତ ଗୁମା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୨ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଆଜି ଚକାପାଦ ଥାନା ଅନ୍ତର୍ଗତ ରାଣୀକିଆରି ଓ ଭାଲିଙ୍ଗିଆ ଜଙ୍ଗଲରେ ହୋଇଥିବା ଗୁଳି ବିନିମୟରେ ମାଓନେତା ଗଣେଶ ଉଇକେ (୬୯) ସମେତ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି। ମୃତ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ନାମରେ ୧କୋଟି ୨୦ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା।
Putin: ପାକିସ୍ତାନକୁ ନେଇ ୨୪ ବର୍ଷ ତଳେ ଆମେରିକାକୁ ସତର୍କ କରାଇଥିଲେ ପୁଟିନ
ଆଜି କନ୍ଧମାଳ-ଗଞ୍ଜାମ ସୀମାବର୍ତ୍ତୀ ଚକାପାଦ ଥାନା ଅନ୍ତର୍ଗତ ରାଣିକିଆରି ଓ ଭାଲିଙ୍ଗିଆ ଜଙ୍ଗଲରୁ ଗଣେଶ ଉଇକେ ସମେତ ମୋଟ ୪ ଜଣ ମାଓବାଦୀଙ୍କ ମୃତଦେହ ମିଳିଛି। ତେବେ ମାଓନେତା ଗଣେଶର ମୃତଦେହ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କ ସମ୍ପର୍କରେ ସୂଚନା ମିଳିନାହିଁ। ମୃତ ୪ ମାଓବାଦୀଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। କେକେବିଏନ୍ ମାଓ ଡିଭିଜନ୍ର ସେଣ୍ଟ୍ରାଲ୍ କମିଟି ସଦସ୍ୟ ଗଣେଶ ଉଇକେ ନିହତ ହେବା ପୁଲିସ ପାଇଁ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି। ପୁଲିସ ଘଟଣାସ୍ଥଳରୁ ୨ଟି ଇନ୍ସାସ୍ ରାଇଫଲ୍ ଓ ଗୋଟିଏ ୩୦୩ ରାଇଫଲ୍ ଜବତ କରିଛି। ଓଡ଼ିଶା ପୁଲିସ ପକ୍ଷରୁ ଗଣେଶ ଉଇକେ ନାମରେ ୧ କୋଟି ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଗଣେଶ ନାମରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ରେ ଶତାଧିକ ମାମଲା ରହିଛି। ଗଣେଶର ନିଜ ଘର ତେଲେଙ୍ଗାନାର ନାଲ୍ଗୋଣ୍ଡା ଜିଲ୍ଲା ଅନ୍ତର୍ଗତ ପୁଲେମାଲା ଗ୍ରାମରେ ବୋଲି ଜଣାପଡ଼ିଛି। ମାଓନେତା ଗଣେଶ ନିହତ ହୋଇଥିବା ଖବର ପାଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିଜ ଏକ୍ସ ହ୍ୟାଣ୍ଡେଲ୍ରେ ଓଡ଼ିଶା ପୁଲିସକୁ ପ୍ରଶଂସା କରିଛନ୍ତି।
Encounter:କନ୍ଧମାଳ ପୁଲିସକୁ ବଡ଼ ସଫଳତା,ଦୁଇ ଦିନରେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ସମେତ ୬ ମାଓ ନେତା ନିହତ
ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲାର ଚକାପାଦ, ଗଞ୍ଜାମ ଜିଲ୍ଲା ସୀମାନ୍ତ ବିଭିନ୍ନ ଜଙ୍ଗଲ ଏବଂ ବେଲଘର ଥାନା ଅନ୍ତର୍ଗତ ଗୁମା ଜଙ୍ଗଲରେ ଏବେ ବି ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଏସବୁ ଅଞ୍ଚଳରେ ମାଓ ଶିବିର ଧ୍ବଂସ କରାଯିବା ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି। ଏସ୍ଓଜି, ସିଆର୍ପିଏଫ୍, ବିଏସ୍ଏଫ୍ ଓ କନ୍ଧମାଳ ପୁଲିସକୁ ନେଇ ଗଠିତ ମୋଟ ୨୩ଟି ଟିମ୍ ଗଞ୍ଜାମ ଜିଲ୍ଲାର ରମ୍ଭା ବନାଞ୍ଚଳ ଏବଂ କନ୍ଧମାଳ ଜିଲ୍ଲାର ଚକାପାଦ ବନାଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ବୋଲି ଏସ୍ପି ହରୀଶ ବିସି ସୂଚନା ଦେଇଛନ୍ତି। କନ୍ଧମାଳ ପୁଲିସର ଏହି ସଫଳତା ଦେଶକୁ ମାଓମୁକ୍ତ କରିବା ଦିଗରେ ଏକ ମାଇଲ୍ଖୁଣ୍ଟ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦର୍ଶାଯାଇଛି। ୨୦୨୬ ମାର୍ଚ୍ଚ ସୁଦ୍ଧା ଓଡ଼ିଶା ସମେତ ସମଗ୍ର ଦେଶକୁ ମାଓମୁକ୍ତ କରାଯିବା ଲକ୍ଷ୍ୟରେ ନକ୍ସଲ ବିରୋଧୀ ଅଭିଯାନକୁ ଜୋର୍ଦାର କରାଯାଇଛି। ଛତିଶଗଡ଼ରେ ପୁଲିସ ପକ୍ଷରୁ ଜୋର୍ଦାର ଅପରେସନ୍ ଯୋଗୁ ଓଡ଼ିଶାର କନ୍ଧମାଳ ଜିଲ୍ଲା ଏବେ ମାଓବାଦୀଙ୍କ ହଟ୍ସ୍ପଟ୍ ପାଲଟିଛି। ସୂଚନାଯୋଗ୍ୟ, ଗତକାଲି ବେଲଘର ଥାନା ଅନ୍ତର୍ଗତ ଗୁମା ଜଙ୍ଗଲରେ ହୋଇଥିବା ଏନ୍କାଉଣ୍ଟରରେ ରାୟଗଡ଼ାର ରାକେଶ ଓ ବିଜାପୁରର ଅମ୍ରିତ୍ଙ୍କ ମୃତ୍ୟୁ ଘଟିଥିଲା। ଉଭୟଙ୍କ ମୁଣ୍ଡ ଉପରେ ୨୩ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/25/mkg-naxal-killed-2-villagers-2025-10-25-17-13-43.jpg)