ଆରଡ଼ି: ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ତଳମଣିଙ୍କ ଉଦ୍ଦେଶ୍ୟରେ ଭଦ୍ରକ ଗୁଜୁରାଟୀ ସମାଜ ପକ୍ଷରୁ ୧ କୁଇଣ୍ଟାଲ୍ ୨୬ କେଜି ଓଜନର ରୁପା ଛାଉଣି ଓ ଶକ୍ତି ମୂର୍ତ୍ତି ଦାନ ଦିଆଯାଇଛି। ଆଶୋକ ଭାୟାଣୀଙ୍କ ନେତୃତ୍ବରେ ଆଜି ଉକ୍ତ ଦାନ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ଛାଉଣି ଓ ଶକ୍ତି ମୂର୍ତ୍ତିର ଆନୁମାନିକ ମୂଲ୍ୟ ପାଖାପାଖି ୧ କୋଟି ଟଙ୍କା ହେବ ବୋଲି କୁହାଯାଇଛି। ଏହିଦାନ ପାଇଁ ମନ୍ଦିର ପ୍ରଶାସନ ତଥା ସେବାୟତ ଏବଂ ଭକ୍ତମାନଙ୍କ ପକ୍ଷରୁ ଗୁଜୁରାଟୀ ସମାଜର ସମସ୍ତ ସଦସ୍ୟଙ୍କୁ ସାଧୁବାଦ ଜଣାଯାଇଛି। ସୂଚନାଥାଉକି, ବାବା ଆଖଣ୍ତଳମଣିଙ୍କ ବିଗ୍ରହ ବହୁ ପୁରୁଣା। ତେଣୁ ଏହା ଧୀରେଧୀରେ କ୍ଷୟାବସ୍ଥାକୁ ଆସିଯାଇଛି। ରୁପା ଛଉଣି ଦ୍ବାରା ଉକ୍ତ ସମସ୍ୟାର ସମାଧାନ ହୋଇପାରିବ ବୋଲି ଶ୍ରୀ ଭାୟାଣୀ କହିଛନ୍ତି।
ଭଦ୍ରକ ଗୁଜୁରାଟୀ ସମାଜର ମହାନତା: ବାବା ଆଖଣ୍ତଳମଣିଙ୍କୁ ରୁପା ଛାଉଣି, ଶକ୍ତି ମୂର୍ତ୍ତି ଦାନ
Advertisment
Follow Us