ଭୁବନେଶ୍ୱର: ଗ୍ରୀନ୍ କରିଡରରେ ଗୁରୁତର ଅମ୍ରିତଙ୍କୁ ନିଆଗଲା ବିମାନବନ୍ଦର । ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଅମ୍ରିତଙ୍କୁ ଭୁବନେଶ୍ୱର ବିମାନବନ୍ଦରକୁ ନିଆଯାଇଛି । ଏମ୍ସ ହସ୍ପିଟାଲରୁ ଭୁବନେଶ୍ୱର ବିମାନବନ୍ଦର ପର୍ଯ୍ୟନ୍ତ ପୁଲିସ ପକ୍ଷରୁ କରାଯାଇଛି ଗ୍ରୀନ୍ କରିଡର । ବିମାନବନ୍ଦରରେ ପହଞ୍ଚିବା ପରେ ପରେ ତାଙ୍କୁ ଏୟାରଲିଫ୍ଟ କରାଯାଇ ଚେନ୍ନାଇ ନିଆଯିବ। ସ୍ୱତନ୍ତ୍ର ବିମାନରେ ଅମ୍ରିତଙ୍କୁ ଚେନ୍ନାଇ ନିଆଯିବ ।
କରୋନା ସଂକ୍ରମିତ ହେବାରୁ ଅମ୍ରିତଙ୍କର ଫୁସଫୁସ କିଛି ମାତ୍ରାରେ ନଷ୍ଟ ହୋଇଛି । ଏହା ସହ ନିମୋନିଆ ଓ ସେପ୍ଟିସେମିଆରେ ସେ ପୀଡ଼ିତ ଅଛନ୍ତି। ଗତ ମାସ ୨ ତାରିଖରେ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା। ଏଥିପାଇଁ ସେ ୧୨ ତାରିଖରୁ ଭେଣ୍ଟିଲେଟରରେ ରଖାଯାଇଛି। ତାଙ୍କ ଅବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ଡ଼ାକ୍ତରୀ ଦଳ ସ୍ଥାନାନ୍ତରଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଅମ୍ରିତଙ୍କୁ ସ୍ଥାନାନ୍ତର କରିବା ପାଇଁ ଚେନ୍ନାଇ ଆପୋଲରୁ ଆସିଛନ୍ତି ୬ଜଣିଆ ଡାକ୍ତରୀ ଦଳ।
ଚେନ୍ନାଇ ନେବା ପରେ ପ୍ରଥମେ ଇକ୍ମୋ ଚିକିତ୍ସା ଚାଲିବ। ଆବଶ୍ୟକ ପଡ଼ିଲେ ଫୁସଫୁସ୍ ପ୍ରତିରୋପଣ ବି କରାଯାଇପାରେ। ଏପରି ଜଟିଳ ଚିକିତ୍ସାର ବ୍ୟବସ୍ଥା କରିବାକୁ ଚେନ୍ନାଇର ଆପୋଲ ହସ୍ପିଟାଲ ସହମତି ଦେବା ପରେ, ଅମ୍ରିତ ପ୍ରଧାନଙ୍କୁ ଭୁବନେଶ୍ୱର ଏମସରୁ ଏୟାର ଲିଫ୍ଟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
Follow Us