Green Logistics is the Challenge of the Time: Prakash Dwivedi
ଭୁବନେଶ୍ବର: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି। ମଙ୍ଗଳବାର ଏହି ସମ୍ମିଳନୀର ପଞ୍ଚମ ଅଧିବେଶନରେ ‘ଭବିଷ୍ୟତ ପ୍ରମାଣ ଉଦ୍ୟୋଗ-ଭବିଷ୍ୟତ ପାଇଁ ଷ୍ଟାର୍ଟଅପ୍ଗୁଡ଼ିକୁ ପୁନଃକଳ୍ପନା କରିବା’ଶୀର୍ଷକ ଆାଲୋଚନାରେ ଆଇଲାଇନ୍ର ପ୍ରତିଷ୍ଠାତା ପ୍ରକାଶ ଦ୍ବିବେଦୀ କହିଲେ, ମୁଁ ଆମେରିକରେ ସାଢ଼େ ୪ ବର୍ଷ ରହିବା ପରେ ଭାରତ ଆସିଥିଲି।
ଲଜିଷ୍ଟିକ୍ କ୍ଷେତ୍ରରେ ଓଡ଼ିଶାରେ ସୁଯୋଗ ରହିଛି। କିନ୍ତୁ ଏହା ସଂଗଠିତ ନୁହେଁ। ଦେଶର ଜିଡିପିରେ ଲଜିଷ୍ଟିକ୍ କ୍ଷେତ୍ରର ଯୋଗଦାନ ୧୩% ରହିଛି। ଲଜିଷ୍ଟିକ୍ କ୍ଷେତ୍ରରେ କାର୍ବନ ନିର୍ଗମନ ଅଧିକ ରହିଛି। ତେଣୁ ଏକ୍ଷେତ୍ରରେ ଗ୍ରୀନ୍ ଲଜିଷ୍ଟିକ୍ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।
ଫଣ୍ଡ ଥିଲେ ଦୀର୍ଘ ସ୍ଥାୟୀ ଷ୍ଟାର୍ଟଅପ୍ କରିବା ସମ୍ଭବ। ଭାରତର ସମସ୍ୟା ସମାଧାନ କରି ଆମେ ବିଶ୍ବରେ ନିଜର ସ୍ଥିତି ସୁଦୃଢ଼ କରି ପାରବା।
ପରବର୍ତ୍ତୀ ଜ୍ଞାନକୌଶଳକୁ ଅପେକ୍ଷା ନକରି ବର୍ତ୍ତମାନ କାର୍ଯ୍ୟ ଆରମ୍ଭରଅଆବଶ୍ୟକତା ରହିଛି।
Follow Us