ଟିଟିପିଏସ୍‌ ସମ୍ପ୍ରସାରଣ ପାଇଁ ସବୁଜ ସଙ୍କେତ

Advertisment
ଶେଷ ଆଶା ବି ଲିଭିଗଲା, ଅଗଷ୍ଟ ୨୦ରୁ ଟିଟିପିଏସ୍‌ରେ ତାଲା

Twitter

ଅନୁଗୁଳ : ତାଳଚେର ଥର୍ମାଲ ପାୱାର ଷ୍ଟେସନ(ଟିଟିପିଏସ)ର ପୁରୁଣା ୟୁନିଟ୍ ସବୁଦିନ ପାଇଁ ବନ୍ଦ ହେବାକୁ ଯାଉଛି। ଆସନ୍ତା ଅଗଷ୍ଟ ୨୦ରୁ କାରଖାନାରେ ତାଲା ଝୁଲିବା ଏକ ପ୍ରକାର ନିଶ୍ଚିତ ହୋଇଥିଲା ବେଳେ ଏପଟେ ନୂଆ ପ୍ଲାଣ୍ଟ ସ୍ଥାପନ ନେଇ ଆଶା ବଢିଛି। ଏହି ନୂତନ ପ୍ଲାଣ୍ଟ ସ୍ଥାପନ ନେଇ ରାଜ୍ୟ ସରକାର ଗତକାଲି ସବୁଜ ସଙ୍କେତ ଦେବା ପରେ ଖୁବଶୀଘ୍ର କାମ ଆରମ୍ଭ କରିବାକୁ ଯୋଜନା କରୁଛି ଏହାର ପରିଚାଳନାରେ ଦାୟିତ୍ବରେ ଥିବା ଏନଟିପିସି। ପ୍ରସ୍ତାବିତ ନୂତନ ପ୍ଲାଣ୍ଟରେ ୬୬୦ମେଗା ୱାଟ ବିଶିଷ୍ଟ ଦୁଇଟି ୟୁନିଟ୍ ରହିବ ବୋଲି ଜଣାପଡ଼ିଛି। ଅପରପକ୍ଷରେ ନୂଆ ପ୍ଲାଣ୍ଟ କାମ ଆରମ୍ଭ ନେଇ ସୂଚନା ପାଇବା ପରେ କର୍ମଚାରୀଙ୍କ ମହଲରେ ଉତ୍ସାହ ଫେରିଛି।

ଟିଟିପିଏସ୍‌ର ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣରେ ନୂଆ ପ୍ଲାଣ୍ଟ ବସାଇବା ନେଇ ଆଗରୁ ଘୋଷଣା ହୋଇଥିଲେ ମଧ୍ୟ ଏହାର କାମ ବିଶେଷ ଆଗେଇ ପାରି ନ ଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ଅନୁମତି ନ ଥିବାରୁ ନିର୍ମାଣ କାମ ଆରମ୍ଭ ହୋଇ ପାରି ନ ଥିଲା। ତେବେ ଶେଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ପ୍ଲାଣ୍ଟ ସ୍ଥାପନ ନେଇ ସବୁଜ ସଙ୍କେତ ମିଳିଛି। ଏଥିନେଇ ଏନଟିପିସି କର୍ତ୍ତୃପକ୍ଷଙ୍କୁ ରାଜ୍ୟ ଶକ୍ତି ବିଭାଗ ଚିଠି ଲେଖି ଜଣାଇଦେଇଛି। ପୂର୍ବରୁ ରାଜ୍ୟ ସରକାର ଲଗାଇଥିବା କଡ଼ା ସର୍ତ୍ତକୁ ଏବେ କିଛି ମାତ୍ରାରେ କୋହଳ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe