ପୁଣି ଧୋକା ଦେଲା ଗ୍ରିଡ୍, ଅଧା ସମ୍ବଲପୁର ସହର ଅନ୍ଧାର

Advertisment
ପୁଣି ଧୋକା ଦେଲା ଗ୍ରିଡ୍, ଅଧା ସମ୍ବଲପୁର ସହର ଅନ୍ଧାର

OrissaPOST

ସମ୍ବଲପୁର: ସାମାନ୍ୟ ବର୍ଷା ହେଲେ ବିଜୁଳି ଯୋଗାଣ ବନ୍ଦ। ‌ଟାଟା ପାୱାର ପଶ୍ଚିମ ଓଡ଼ିଶାର ବିଦ୍ୟୁତ ବିତରଣ ଦାୟିତ୍ବ ନେବା ପରଠାରୁ ଏଭଳି କିଛି ଘଟଣା ବାରଂବାର ଦେଖିବାକୁ ମିଳୁଛି। ସେବା ଯୋଗାଣରେ ପୂର୍ବାପେକ୍ଷା ସୁଧାର ଆସିଥିବା ଓ ଉତ୍ତମ ସେବା ପ୍ରଦାନକୁ ପ୍ରାଥମିକତା ଦିଆଯିବା କଥା ଏହି କଂପାନି କହୁଥିବା ବେଳେ ବାସ୍ତବରେ ସେଭଳି କିଛି ହେଉ ନାହିଁ। ଆଜି ରାତି ୮ଟାରେ ବର୍ଷା ଆରମ୍ଭ ହେବା ପରେ ତୁରନ୍ତ ପୁଟିବନ୍ଧ ଗ୍ରିଡ୍‌ରୁ ବିଦ୍ୟୁତ ଯୋଗାଣ ବନ୍ଦ ହୋଇଯାଇଥିଲା।

ଗ୍ରିଡ୍‌ରେ ସମସ୍ୟା ହେବା କାରଣରୁ ଏଭଳି ଘଟିଥିଲା। ‌ମରାମତି କରିବା ଏବଂ ବିଦ୍ୟୁତ ଯୋଗାଣ ସ୍ବାଭାବିକ ହେବାକୁ ପାଖାପାଖି ୪ ଘଣ୍ଟା ସମୟ ଯାଇଥିଲା। ମରାମତି, ରକ୍ଷଣାବେକ୍ଷଣ ଆଦି ନାମରେ ଟାଟା ପାୱାର ଦିନ ଦିନ ବିଦ୍ୟୁତ ବିତରଣ ବନ୍ଦ ରଖୁଛି। ଏହା ସତ୍ତ୍ବେ ପୁଣି ଗ୍ରିଡ୍‌ରେ ସମସ୍ୟା ଦେଖାଦେଇଥିଲା। ପୁଟିବନ୍ଧ ଗ୍ରିଡ୍‌ରୁ ଅଧା ସମ୍ବଲପୁର ସହର ସହିତ ଆଖପାଖ ଗ୍ରାମାଂଚଳକୁ ବିଦ୍ୟୁତ ଯୋଗାଣ ହୋଇଥାଏ। ତେବେ, ଅନ୍ୟ ଗ୍ରିଡ୍ ଅପେକ୍ଷା ପୁଟିବନ୍ଧ ଗ୍ରିଡ୍‌ରୁ ଅଧିକ ସମସ୍ୟା ଦେଖାଯାଉଛି। ଏହାକୁ ନେଇ ବିଦ୍ୟୁତ ଉପଭୋକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଡ. ପ୍ରମୋଦ ରଥ ଟାଟା ପାୱାର ଏଭଳି ମନମୁଖୀ ନେଇ ତୀବ୍ର ଅସନ୍ତୋଷବ୍ୟକ୍ତ କରିଛନ୍ତି। ଟାଟା ପାୱାର ନିଜର ସେବା ଯୋଗାଣରେ ସୁଧାର ନଆଣିଲେ ଆଗାମୀ ଦିନରେ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଡ. ରଥ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe