କ୍ଷତିରେ ଚାଲିଛି ଗ୍ରିଡ୍‌କୋ, ଓପିଜିସି, ଓପିଟିସିଏଲ୍‌

Advertisment
ଗ୍ରିଡ୍‌କୋର ବୈଧତା ନେଇ ପ୍ରଶ୍ନ ଉଠିଲା, ଜନଶୁଣାଣିରେ ଆପତ୍ତିକର୍ତ୍ତା ଗର୍ଜିଲେ

Iamrenew.com

ଭୁବନେଶ୍ବର : ଆର୍ଥିକ ବର୍ଷ ୨୦୨୦-୨୧ରେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ୧୦ଟି ସଂସ୍ଥା ୩,୫୬୮.୧୯ କୋଟି ଟଙ୍କାର କ୍ଷତି ସହିଥିଲେ। ଦୁଇଟି ସଂସ୍ଥା ଗ୍ରିଡ୍‌କୋ ଓ ଓମ୍‌ବାଡ୍‌ସି ସିଂହଭାଗ ଅର୍ଥାତ ୩,୨୦୦.୭୩ କୋଟି ଟଙ୍କାର କ୍ଷତି ସହିଛନ୍ତି। ୨୦୧୯-୨୦ରେ ଇଡ୍‌କଲ୍‌ ଫେରୋ କ୍ରୋମ୍ ଆଣ୍ଡ୍ ଆଲଏଜ୍ ଲିମିଟେଡ୍‌ ୨୦୧୯-୨୦ରେ ୨୨.୭୬ କୋଟି ଟଙ୍କା ଏବଂ ଓପିଟିସିଏଲ୍‌ ୧୪୪.୩୭ କୋଟି ଟଙ୍କାର କ୍ଷତି ସହିଛନ୍ତି। ୨୦୨୦-୨୧ରେ ଗ୍ରିଡ୍‌କୋର କ୍ଷତି ୧,୩୮୨.୨୫ କୋଟି ଟଙ୍କା, ଓପିଜିସିର ୧୯୦.୫୧ କୋଟି ଟଙ୍କା ଓ ଓମ୍‌ବାଡ୍‌ସିର କ୍ଷତି ୧,୮୧୮.୩୮ କୋଟି ଟଙ୍କା ରହିଥିଲା।

ରାଜ୍ୟରେ ଏଭଳି ୬ଟି ସଂସ୍ଥା ରହିଛନ୍ତି ଯେଉଁମାନେ କ୍ରମାଗତ ଭାବେ କ୍ଷତି ସହିବା କାରଣରୁ ସେମାନଙ୍କର ଯେତିକି ସମ୍ପତ୍ତି ରହିଛି ତାହାର ମୂଲ୍ୟଠାରୁ କ୍ଷତି ଅଧିକ ହୋଇଗଲାଣି। କିଛି ସଂସ୍ଥା ପ୍ରତି ଆର୍ଥିକ ସ୍ତରରେ ରୁଗ୍‌ଣ ହେବାର ବିପଦ ରହିଛି ବୋଲି ସିଏଜି ରିପୋର୍ଟରେ ଉଲ୍ଲେଖ ରହିଛି। ତିନିଟି ସରକାରୀ ସଂସ୍ଥା ଓଏମ୍‌ସି, ଓଏଚ୍‌ପିସି ଓ ଓଡ଼ିଶା ନିର୍ମାଣ ନିଗମ ମିଳିତ ଭାବେ ୧,୭୯୪ କୋଟି ଟଙ୍କାର ଲାଭ କରିଛନ୍ତି। ଓଏମ୍‌ସି ସର୍ବାଧିକ ୧,୫୮୬.୨୭ କୋଟି ଟଙ୍କାର ଲାଭ କରିଥିବା ବେଳେ ଓଏଚ୍‌ପିସିର ଲାଭ ୧୫୮.୦୬ କୋଟି ଟଙ୍କା ଓ ଓଡ଼ିଶା ନିର୍ମାଣ ନିଗମର ଲାଭ ୧,୭୯୪ କୋଟି ଟଙ୍କା ରହିଛି। ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍‌ର ଲାଭ ହୋଇନି କି ଏହି ସଂସ୍ଥା କ୍ଷତି ମଧ୍ୟ ସହିନି। ଆଠଟି ସଂସ୍ଥା ସରକାରଙ୍କୁ ୧,୦୪୯.୭୩ କୋଟି ଟଙ୍କାର ଲାଭାଂଶ ଦେଇଛନ୍ତି। ସରକାରୀ ସଂସ୍ଥା ଓ ନିଗମଗୁଡ଼ିକ ଠିକ୍ ସମୟରେ ହିସାବ ଖାତା ଦାଖଲ କରୁନଥିବାରୁ ସିଏଜି ଉଦବେଗ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe