ବର ଗାଡ଼ିକୁ ଧକ୍କା ଦେଲା ଟ୍ରଲର୍‌: ବର ସମେତ ୪ ଆହତ

Advertisment
ବର ଗାଡ଼ିକୁ ଧକ୍କା ଦେଲା ଟ୍ରଲର୍‌: ବର ସମେତ ୪ ଆହତ

ସମ୍ବଲପୁର: ସଦର ଥାନା କବରାପାଲିଠାରେ ବର ଗାଡ଼ିକୁ ଏକ ଟ୍ରଲର୍‌ ଧକ୍କା ଦେଇଛି। ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ବର କୁଟୁରାଝରାର କ୍ଷୀରୋଦ ଗୌଡ଼ଙ୍କ ସମେତ ବରଗାଡ଼ିର ଚାଳକ ଏବଂ ୨ ମହିଳା ଆହତ ହୋଇଛନ୍ତି। ପୁଲିସ କହିଛି ବର ଗାଡ଼ି(ଓଡି ୨୩ ଏଚ୍‌ ୩୦୫୭)ଟି ରଙ୍ଗ୍‌ ରୁଟ୍‌ରେ ଆସୁଥିଲା।

ଉପରୋକ୍ତ ସମୟ ମଧ୍ୟରେ ଟ୍ରଲର(ଓଡି ୧୫ସି ୪୪୮୪)ଟି ସାମ୍ନାପଟୁ ଧକ୍କା ଦେଇଥିଲା। ଟ୍ରଲର୍‌ ଧକ୍କାରେ ବର ବସିଥିବା କାର୍‌ର ବନେଟ୍‌ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। କିନ୍ତୁ ଅଳ୍ପକେ କାର୍‌ରେ ବସିଥିବା ସମସ୍ତେ ବଞ୍ଚିଯାଇଥିଲେ। ବର ସମତେ ୪ ଆହତ ହୋଇଥିବା ବେଳେ ଗାଡ଼ି ଚାଳକଙ୍କ ଅବସ୍ଥା ଗୁରୁତର ରହିଛି। ୨ଜଣ ମହିଳାଙ୍କର ମୁଣ୍ଡ ଫାଟିଛି। ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରୁ ୨ ମହିଳାଙ୍କୁ ବୁର୍ଲା ପଠାଇ ଦିଆଯାଇଥିଲା। ସେମାନେ ବିବାହ ପାଇଁ ସମ୍ବଲପୁର ଦୁର୍ଗାପାଲିକୁ ଆସୁଥିଲେ। ବର ଡାକ୍ତରଖାନାରୁ ଫେରିବା ପରେ ସନ୍ଧ୍ୟାରେ ବାହାଘର ହୋଇଥିଲା। ବାହାଘର ପରେ କ୍ଷୀରୋଦ ପୁଣିଥରେ ଡାକ୍ତରଖାନା ଯାଇ ଚିକିତ୍ସିତ ହୋଇଥିଲେ। ଅନ୍ୟପଟେ ପୁଲିସ ଉଭୟ ଗାଡ଼ିକୁ ଅଟକ ରଖି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe