ବାହାଘର ଦିନ ଆସିଲାନି ବର, ଥାନାର ଦ୍ୱାରସ୍ଥ ହେଲେ କନ୍ୟାପକ୍ଷ; ଯୌତୁକ ବାବଦରେ ୭.୭୮ ଲକ୍ଷ ନେଇଥିବା ଅଭିଯୋଗ

Advertisment
ବାହାଘର ଦିନ ଆସିଲାନି ବର, ଥାନାର ଦ୍ୱାରସ୍ଥ ହେଲେ କନ୍ୟାପକ୍ଷ; ଯୌତୁକ ବାବଦରେ ୭.୭୮ ଲକ୍ଷ ନେଇଥିବା ଅଭିଯୋଗ

କୁଚିଣ୍ଡା : ବାହାଘର ଠିକ୍‌ ହୋଇଥିଲା। ଯୌତୁକ ବାବଦରେ ବରପକ୍ଷକୁ ଆଗୁଆ ୭ ଲକ୍ଷରୁ ଅଧିକ ଟଙ୍କା ମଧ୍ୟ ଦିଆଯାଇଥିଲା। ଏପଟେ ବରକୁ ଅପେକ୍ଷା କରି ରହିଥିଲେ କନ୍ୟାପକ୍ଷର ଲୋକ। ବିବାହ ଲାଗି ସବୁ ପ୍ରସ୍ତୁତ ସରିଥିଲା। କାର୍ଡ ବଣ୍ଟାଯାଇଥିଲା। ବନ୍ଧୁ, ବାନ୍ଧବ ଓ ସଂପର୍କୀୟ ବି ଅପେକ୍ଷା କରିଥିଲେ ବରକୁ। ହେଲେ ମଙ୍ଗଳ ମୁହୂର୍ତ୍ତ ବିତି ଯାଇଥିଲେ ମଧ୍ୟ ବର ଆସି ନଥିଲା। ଏପରି ଏକ ଘଟଣା ସମ୍ବଲପୁର ଜିଲ୍ଲା କେଶାଇବାହାଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏ ନେଇ କନ୍ୟାପକ୍ଷର ଲୋକ ମହୁଲପାଲି ଥାନାରେ ଅଭିଯୋଗ କରିଛନ୍ତି।

publive-image

ଅଭିଯୋଗ ଅନୁଯାୟୀ କେଶାଇବାହାଲ ଅଞ୍ଚଳର ଓମପ୍ରକାଶ ସିଂଙ୍କ ଝିଅ କବୁତ୍ରି (ଅଙ୍କିତା)ଙ୍କ ସହିତ ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଅଞ୍ଚଳର ସାଗର ରାୟଙ୍କ ପୁଅ ରୂପସୁନ୍ଦରଙ୍କ ସହିତ ବିବାହ ଠିକ୍‌ ହୋଇଥିଲା। ୧୧ ତାରିଖରେ ବିବାହ ହେବ ବୋଲି ଧାର୍ଯ୍ୟ ହୋଇଥିଲା। ଯୌତୁକ ବାବଦରେ କନ୍ୟା ପକ୍ଷରୁ ୭ ଲକ୍ଷ ୭୮ହଜାର ଟଙ୍କା ବରପକ୍ଷକୁ ଦିଆଯାଇଥିଲା ବୋଲି ଅଭିଯୋଗରେ ଦର୍ଶାଯାଇଛି। ହେଲେ ନିର୍ଦ୍ଧାରିତ ତାରିଖରେ ବର ଆସି ନଥିଲା। ଏ ନେଇ କନ୍ୟାଘର ପକ୍ଷରୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ବର ଯିବ ନାହିଁ ବୋଲି ବରଘର ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ଶେଷରେ ସବୁଆଡ଼ୁ ନିରାଶ ହେବା ପରେ କନ୍ୟାଘର ଲୋକ ମହୁଲପାଲି ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେସ୍‌ ନମ୍ବର ୩୨ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏପର୍ଯ୍ୟନ୍ତ ବରଘର ପରିବାର ପକ୍ଷରୁ କାହାକୁ ଗିରଫ କରାଯାଇ ନଥିବା ଥାନା ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe