ବାହାଘର ଦିନ ବର ନିଖୋଜ

ବାହାଘର ଦିନ ବର ନିଖୋଜ

unsplash.com

ମୁରିବାହାଲ : ବାହାଘର ଦିନ ବରପିଲା ନିଖୋଜ। ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍‌ ଦେଜୁରୀ ଗ୍ରାମରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ପ୍ରକାଶ ଯେ ମୁରିବାହାଲ ବ୍ଲକ୍‌ ବାଙ୍କେଲ ପଞ୍ଚାୟତ ଦେଜୁରୀ ଗାଁର ସତ୍ୟନାରାୟଣ ଭୋଇଙ୍କ ପୁଅ ଚୈତ୍ରାଜ ଭୋଇ (୨୧)ଙ୍କ ବାହାଘର ଗୁରୁବାର ସ୍ଥିର ହୋଇଥିଲା। ଘରକୁ ବନ୍ଧୁବାନ୍ଧବ ମଧ୍ୟ ଆସିସାରିଥିଲେ ଓ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିଲା। ହେଲେ ବୁଧବାର ସନ୍ଧ୍ୟା ୬ଟାରୁ ଆଉ ତାଙ୍କ ଖୋଜଖବର ମିଳି ନଥିଲା। ପରିବାର ଲୋକେ ଅନେକ ସ୍ଥାନରେ ଖୋଜାଖୋଜି କରି ନିରାଶ ହେବା ପରେ ରାତିରେ ଟିଟିଲାଗଡ଼ ଥାନାରେ ଏତଲା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe