ବାହାଘର ଦିନ ବର ଗିରଫ, ଗୋପନରେ ଦ୍ୱିତୀୟ ବିବାହ କରୁଥିଲେ

Advertisment
ତୀରମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ

Times of India

କାଳିଆପାଣି : ବାହାଘର ଦିନ ବର ଗିରଫ। ଯାଜପୁର ଜିଲ୍ଲା ଟମକା ଥାନା ବାଙ୍ଗରକୋଟା ଗାଁରେ ଏଭଳି ଘଟଣା ଘଟିଛି। ଅଭିଯୁକ୍ତ ଯୁବକ ହେଉଛନ୍ତି ବଳରାମ ସେଠୀ। ବରବେଶରେ ଥିବା ବଳରାମଙ୍କ ହାତଗୋଡ଼ରେ ଅଳତା ଲାଗିଛି। ମୁହଁରୁ ସଜ ଛାଡ଼ିନି। ବିବାହ ବେଦିରୁ ଉଠିବାର କେଇ ଘଣ୍ଟା ପରେ ପୁଲିସ ତାଙ୍କୁ ଓ ତାଙ୍କ ବାପାଙ୍କୁ ଉଠାଇ ନେଇଛି। ବାପପୁଅ ଉଭୟ ଟମକା ଥାନାରେ ଅଟକ ଥିବା ସୂଚନା ଜଣାପଡ଼ିଛି। ପ୍ରଥମ ପତ୍ନୀ ବୋଲି ଦାବି କରୁଥିବା ଜନୈକ ମହିଳାଙ୍କ ଅଭିଯୋଗକ୍ରମେ ପୁଲିସ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ମିଳିଛି।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ ଟମକା ଥାନା ଅଧୀନ ବାଙ୍ଗରକୋଟା ଗାଁର ଯୁବକ ବଳରାମ ସେଠୀ ଓ ଭଦ୍ରକ ଇଲାକାର ଯୁବତୀ ବିନ୍ଦୁସ୍ମିତା ନାଥ ସୁଦୂର ବେଙ୍ଗାଲୁରୁ ସହରର ଏକ କଲ୍‌ ସେଣ୍ଟରରେ କାମ କରୁଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମସଂପର୍କ ଗଢ଼ି ଉଠିବା ପରେ ଗୋପନ ବିବାହ କରି ସେଠାରେ ଲିଭ୍‌-ଇନ୍‌ ରିଲେସନରେ ରହୁଥିଲେ। ବଳରାମଙ୍କ ଔରସରୁ ତାଙ୍କର ଏକ ପୁତ୍ର ସନ୍ତାନ ଥିବା ବିନ୍ଦୁସ୍ମିତା ଦାବି କରନ୍ତି। ଏହାର କିଛିଦିନ ପରେ ଦମ୍ପତିଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖା ଦେଇଥିଲା। ବଳରାମ ଗାଁକୁ ଆସି ଦ୍ବିତୀୟ ବିବାହ ଯୋଜନାରେ ଲାଗି ପଡ଼ିଥିଲେ। ରବିବାର ଦିନ ଗାଁ ପାଖ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅଧୀନ ଦେଓଗାଁର ଜନୈକ ଯୁବତୀଙ୍କ ସହ ତାଙ୍କର ବିବାହ ହୋଇଥିଲା। ସ୍ବାମୀଙ୍କ ଦ୍ବିତୀୟ ବିବାହ ସଂପର୍କରେ ବିନ୍ଦୁସ୍ମିତାଙ୍କୁ ଖବର ମିଳିଥିଲା। ସେ ଯାଜପୁର ଏସ୍‌ପି ରାହୁଲ ପିଆର୍ ଓ ଟମକା ଥାନା ଅଧିକାରୀ ସୁକାନ୍ତ କୁମାର ପାତ୍ରଙ୍କୁ ଯୋଗାଯୋଗ କରିଥିଲେ। ବିଧିବଦ୍ଧ ଏତଲା ଦାଏର କରିବା ପାଇଁ ସେ ଶିଶୁପୁତ୍ରକୁ ଧରି ଫ୍ଲାଇଟ୍‌ ଯୋଗେ ଭୁବନେଶ୍ବର ପହଞ୍ଚିବା ପରେ ଆସନ୍ତାକାଲି ସୁଦ୍ଧା ଟମକା ଆସୁଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ବଳରାମ ଅତ୍ୟନ୍ତ ତରବରିଆ ଭାବେ ରବିବାର ଦିନ ରଗଡ଼ିର ଏକ ମନ୍ଦିରରେ ବିବାହ କରିଥିବା ଖବର ମିଳିଛି। ନବ ବିବାହିତା ପତ୍ନୀଙ୍କୁ ଧରି ବଳରାମ ଫ୍ଲାଇଟ୍‌ ଯୋଗେ ବେଙ୍ଗାଲୁରୁ ପଳାଇବା ଯୋଜନା କରୁଥିବା ସଂପର୍କରେ ପୁଲିସକୁ ଠୋସ୍ ସୂଚନା ମିଳିଥିଲା। ସେ ୩ ଟା ୪୫ ମିନିଟ୍‌ରେ ଯାଜପୁରରୋଡ୍‌ ଷ୍ଟେସନ‌ରୁ ଭୁବନେଶ୍ବର ଯିବା ପାଇଁ ଟିକେଟ୍‌ କାଟିଥିବା ଜଣାପଡ଼ିବା ପରେ ପୁଲିସ ବାଟ ସାରା ଜାଲ ବିଛାଇଥିଲା। ଗାଁରୁ ତାଙ୍କ ଗାଡ଼ି କିଛିବାଟ ଗଡ଼ିଛି କି ନାଇଁ ପୁଲିସ କାବୁ କରିଥିଲା। ଏ ସଂପର୍କରେ ପୁଲିସକୁ ଯୋଗାଯୋଗ କରିବାରେ ଘଟଣାକୁ ସ୍ବୀକାର କରିବା ସହ ବାପପୁଅ ଥାନାରେ ଅଟକ ଥିବା ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe