ଜଳିଗଲା କିରାନା ଦୋକାନ

Advertisment
ଜଳିଗଲା କିରାନା ଦୋକାନ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ତୁକୁଲା ଗ୍ରାମର ବଲ୍ଲଭ ମେହେରଙ୍କ କିରାନା ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ବଲ୍ଲଭ ଗୁରୁବାର ରାତିରେ ଦୋକାନ ବନ୍ଦ କରି ମାଲପଡ଼ା ସ୍ଥିତ ଘରକୁ ଚାଲି ଯାଇଥିଲେ। ସଟ୍‌ସର୍କିଟ ଯୋଗୁଁ ପ୍ରଥମେ ଦୋକାନ ଭିତରେ ଥିବା ଲୁନା ଗାଡ଼ିରେ ନିଆଁ ଲାଗିଥିଲା।

ପରେ ନିଆଁ ବ୍ୟାପିବା ସହ ଦୋକାନରେ ଥିବା ବହୁ ସାମଗ୍ରୀ ପୋଡ଼ି ଛାର୍‌ଖାର୍ ହୋଇଯାଇଥିଲା। ଖଡ଼ିଆଳ, କୋମନା ଓ ବଲାଙ୍ଗୀର ବଙ୍ଗୋମୁଣ୍ଡାରୁ ଅଗ୍ନିଶମ ବିଭାଗ କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe