ପାରାଦୀପ: ପାରାଦୀପ ବନ୍ଦରର ୱେଷ୍ଟର୍ଣ୍ଣ ଡକ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସ୍ପି)ର ଅଧ୍ୟକ୍ଷ ନବୀନ ଜିନ୍ଦଲ ଦ୍ବାରା ଆଜି ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପାରାଦୀପ ବନ୍ଦରର ଅଧ୍ୟକ୍ଷ ପିଏଲ ହରାନଦ ଉପସ୍ଥିତ ଥିଲେ। ଏହି ପ୍ରକଳ୍ପ ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଏବଂ ଜିନ୍ଦଲ ପୋର୍ଟ ପ୍ରାଇଭେଟ ଦ୍ୱାରା ଜିନ୍ଦଲ ପାରାଦୀପ ପୋର୍ଟ ଲିମିଟେଡ (ଜେପିପିଏଲ) ନାମରେ ଏକ ଏସ୍ପିଭି ଗଠନ କରାଯାଇଛି। ପାରାଦୀପ ବନ୍ଦରର ୱେଷ୍ଟର୍ଣ୍ଣ ଡକର ବିକାଶ ପାଇଁ ଜେପିପିଏଲ ପ୍ରାୟ ୩,୪୦୦ କୋଟି ଟଙ୍କା ବିନିଯୋଗ କରିବ। ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ୧୨.୫ ଏମଟିପିଏ ସହ ୨୦୨୫ ପ୍ରାରମ୍ଭରେ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି । ଏହି ପ୍ରକଳ୍ପରେ ପାଞ୍ଚଟି ବର୍ଥ ନିର୍ମାଣ, ୧୭ ନିୟୁତ କ୍ୟୁବିକ୍ ମିଟର କ୍ୟାପିଟାଲ ଡ୍ରେଜିଂ, ୨୫ କିଲୋମିଟର ରେଳ ଟ୍ରାକ୍ ସ୍ଥାପନ, ପାଞ୍ଚଟି ଉଚ୍ଚ କ୍ଷମତା ସମ୍ପନ୍ନ ଜାହାଜ ଅନଲୋଡର୍, ବଲ୍କ କାର୍ଗୋ ପରିଚାଳନା ପାଇଁ ଛ’ଟି ଷ୍ଟାକର୍ ରିକ୍ଲେମର୍ ମେସିନ୍ ସ୍ଥାପନ ଓ ୧୪ କିଲୋମିଟର ଦକ୍ଷ କନଭେୟର ସିଷ୍ଟମ ଆଦି ବ୍ୟବସ୍ଥା ଅନ୍ତର୍ଭୁକ୍ତ ।
ପାରାଦୀପ ବନ୍ଦର ୱେଷ୍ଟର୍ଣ୍ଣ ଡକ୍ର ଭୂମିପୂଜନ
Advertisment
Follow Us