ଜଗତସିଂହପୁରରେ ଖସୁଛି ଭୂତଳ ଜଳସ୍ତର: ୧୦ ବର୍ଷରେ ୧୦ ଫୁଟ କମିଲା

କମି ଚାଲିଛି ଜଗତସିଂହପୁରର ଭୂତଳ ଜଳସ୍ତର। ଗଲା ୧୦ ବର୍ଷରେ ପ୍ରାୟ ୧୦ ଫୁଟ ତଳକୁ ଖସି ଗଲାଣି ଭୂତଳ ଜଳସ୍ତର। ନଦୀରେ ପାଣି ନଥିବା ବେଳେ ନାଳ ଶୁଖିଲା ପଡ଼ିଛି। ଅନେକ ଜଳାଶୟ ମଧ୍ୟ ଶୁଷ୍କ ହୋଇଯାଇଥିବା ବେଳେ ତାହାକୁ ପୋତା ଚାଲିଛି।

earth again

ଶୁଭକାନ୍ତ ପଢ଼ିହାରୀ

ଜଗତସିଂହପୁର: କମି ଚାଲିଛି ଜଗତସିଂହପୁରର ଭୂତଳ ଜଳସ୍ତର। ଗଲା ୧୦ ବର୍ଷରେ ପ୍ରାୟ ୧୦ ଫୁଟ ତଳକୁ ଖସି ଗଲାଣି ଭୂତଳ ଜଳସ୍ତର। ନଦୀରେ ପାଣି ନଥିବା ବେଳେ ନାଳ ଶୁଖିଲା ପଡ଼ିଛି। ଅନେକ ଜଳାଶୟ ମଧ୍ୟ ଶୁଷ୍କ ହୋଇଯାଇଥିବା ବେଳେ ତାହାକୁ ପୋତା ଚାଲିଛି। ସେହିପରି ସହରରେ ମନଇଚ୍ଛା ବଡ଼ବଡ଼ ବୋର୍‌ୱେଲ୍‌ ଖୋଳାଯାଉଛି। ଏଭଳି ସ୍ଥିତିରେ ଆଗକୁ ସମସ୍ୟା ଆହୁରି ସାଂଘାତିକ ହେବ ବୋଲି ଆକଳନ କରାଯାଉଛି। 

ମନଇଚ୍ଛା ଖୋଳା ଚାଲିଛି ବୋର୍‌ୱେଲ୍‌
ସମସ୍ୟା ବଢ଼ାଉଛି ଶୁଖିଲା ନଦୀ, ନାଳ, ଜଳାଶୟ 
୪୮୩ ବର୍ଷାଜଳ ଅମଳ ପ୍ରକଳ୍ପ କାମରେ ଆସୁନି

ଜନସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲାରେ ପ୍ରାୟ ୧୦ ବର୍ଷ ତଳେ ଖରାଦିନେ ୧୭ରୁ ୨୦ ଫୁଟ ତଳେ ଭୂତଳ ଜଳ ରହୁଥିଲା। କିନ୍ତୁ ଏବେ ଏହି ସ୍ତର ୨୫ରୁ ୩୦ ଫୁଟ ହୋଇଗଲାଣି। କ୍ରମାଗତ ଭାବେ ଭୂତଳ ଜଳସ୍ତର ତଳମୁହାଁ ହୋଇଚାଲିଛି। ବିଶେଷ କରି ଜଗତସିଂହପୁର ପୌରାଞ୍ଚଳରେ ଲୋକସଂଖ୍ୟା ଓ ଘରସଂଖ୍ୟା ବଢ଼ୁଥିବାରୁ ଏହାର ପ୍ରଭାବ ସିଧାସଳଖ ପଡ଼ୁଛି। ଜଗତସିଂହପୁର ସହରରେ ଲୋକସଂଖ୍ୟା ପ୍ରାୟ ୭୦ ହଜାରରୁ ଅଧିକ ହେବ। ସେହିପରି ବାସଗୃହ ଓ ବ୍ୟାବସାୟିକ ପ୍ରତିଷ୍ଠାନକୁ ମିଶାଇଲେ କୋଠାସଂଖ୍ୟା ୨୦ ହଜାରରୁ ଅଧିକ ହେବ। ସେହି ଅନୁପାତରେ ବୋର୍‌ୱେଲ ସଂଖ୍ୟା ବଢ଼ି ଚାଲିଛି। ବିନା ଅନୁମତିରେ ହଜାର ହଜାର ସଂଖ୍ୟାରେ ବଡ଼ବଡ଼ ବୋରିଂ  ଖୋଳାଯାଉଛି।  ଫଳରେ ଭୂତଳ ଜଳସ୍ତର କ୍ରମାଗତ ଭାବେ ତଳକୁ ଖସିବାରେ ଲାଗିଛି।  ମହାନଦୀରେ ପାଣି ନ ଥିବାରୁ ଜଗତସିଂହପୁର ଜିଲ୍ଲାର ଜୀବନରେଖା ଦେବୀ ନଦୀ ପ୍ରାୟ ୯ ମାସ ଶୁଖିଲା ପଡ଼ୁଛି। ଖରାଦିନେ ସ୍ଥିତି ଉତ୍କଟ ହେଉଛି। ଶାଖା ନଦୀ ସବୁ ମଧ୍ୟ ଶୁଖିଲା ରହୁଛି। ସେହିପରି ଜଳାଶୟ ଶୁଖି ଯାଉଥିବା ବେଳେ ଅନେକ ଜଳାଶୟ ପୋତାଚାଲିଛି। ନଳକୂପ ଖନନ ପୂର୍ବରୁ ଅନୁମତି ଓ ଏନ୍‌ଓସି(ନୋ ଅବଜେକସନ୍ ସାର୍ଟିଫିକେଟ) ଆଣିବାର ନିୟମ ଥିଲେ ବି ଏହାକୁ ପାଳନ କରାଯାଉ ନାହିଁ। 

ଅନ୍ୟପକ୍ଷରେ ବର୍ଷା ଜଳକୁ ସଂରକ୍ଷଣ କରି ରଖିବା ସହ ଭୂତଳ ଜଳସ୍ତର ବଢ଼ାଇବା ପାଇଁ ସହରାଞ୍ଚଳରେ ମୁକ୍ତା ଯୋଜନାରେ ବର୍ଷାଜଳ ଅମଳ ପ୍ରକଳ୍ପ ହୋଇଥିଲା। ଜଗତସିଂହପୁର ପୌରପାଳିକାରେ ୨ କୋଟି ୨୦ ଲକ୍ଷରୁ ଅଧିକ ଟଙ୍କାରେ ୪୮୩ ବର୍ଷା ଜଳ ଅମଳ ପ୍ରକଳ୍ପ ହୋଇଥିଲା। କିନ୍ତୁ ୯୦ ପ୍ରତିଶତ ପ୍ରକଳ୍ପ ହଜିଗଲାଣି। କେଉଁଠି ମାଟିରେ ପୋତି ହୋଇଗଲାଣି ତ ଆଉ କେଉଁଠି ଭାଙ୍ଗିରୁଜି ଗଲାଣି। ଖାଲି ସେତିକି ନୁହେଁ ପ୍ରକଳ୍ପ ଉପରେ ମଧ୍ୟ ପ୍ରକଳ୍ପ ତିଆରି ହୋଇଛି। ବର୍ଷାଜଳ ସଂରକ୍ଷଣ ହେଲେ ଭୂତଳ ଜଳସ୍ତର ବଢ଼ିବ ବୋଲି ଯେଉଁ ଲକ୍ଷ୍ୟ ରହିଥିଲା ତାହା ସମ୍ପୂର୍ଣ୍ଣ ବିଫଳ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe