Advertisment

ଗଞ୍ଜାମରେ ଭୂତଳ ଜଳ ନିମ୍ନଗାମୀ: ୫ ବର୍ଷରେ ଖସିଲାଣି ୧ ମିଟର

Advertisment

ଗଞ୍ଜାମ ଜିଲ୍ଲା ଶୁଷ୍କ ପାଲଟୁଛି। ଜିଲ୍ଲାରେ ଗତ ୫ବର୍ଷ ଭିତରେ ଭୂତଳ ଜଳସ୍ତର ଲଗାତାର ହ୍ରାସ ପାଇ ପ୍ରାୟ ୧ ମିଟର୍‌ ତଳକୁ ଖସି ସାରିଲାଣି। ନିଅଣ୍ଟିଆ ବର୍ଷା ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ଏହାର ପ୍ରଭାବରେ ନଦୀ, ପୋଖରୀ, କୂଅ ଶୁଖିଗଲାଣି।

ଗଞ୍ଜାମ ଜିଲ୍ଲା ଶୁଷ୍କ ପାଲଟୁଛି। ଜିଲ୍ଲାରେ ଗତ ୫ବର୍ଷ ଭିତରେ ଭୂତଳ ଜଳସ୍ତର ଲଗାତାର ହ୍ରାସ ପାଇ ପ୍ରାୟ ୧ ମିଟର୍‌ ତଳକୁ ଖସି ସାରିଲାଣି। ନିଅଣ୍ଟିଆ ବର୍ଷା ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ଏହାର ପ୍ରଭାବରେ ନଦୀ, ପୋଖରୀ, କୂଅ ଶୁଖିଗଲାଣି।

dsdscxd

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଶୁଷ୍କ ପାଲଟୁଛି। ଜିଲ୍ଲାରେ ଗତ ୫ବର୍ଷ ଭିତରେ ଭୂତଳ ଜଳସ୍ତର ଲଗାତାର ହ୍ରାସ ପାଇ ପ୍ରାୟ ୧ ମିଟର୍‌ ତଳକୁ ଖସି ସାରିଲାଣି। ନିଅଣ୍ଟିଆ ବର୍ଷା ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ଏହାର ପ୍ରଭାବରେ ନଦୀ, ପୋଖରୀ, କୂଅ ଶୁଖିଗଲାଣି। ଜଳବାୟୁରେ ପରିବର୍ତ୍ତନ ସ୍ବଳ୍ପ ବର୍ଷାର କାରଣ। ସେପଟେ ବିକାଶ ନାଁରେ ସୃଷ୍ଟି ହେଉଥିବା କଂକ୍ରିଟ୍‌ ଜଙ୍ଗଲ ଆଉ ଏକ ସମସ୍ୟା। ଏବେ ଗାଁରୁ ସହର ପେଭର୍‌ ବ୍ଲକ୍‌ ଓ ଅଧିକାଂଶ ସ୍ଥାନରେ କଂକ୍ରିଟ୍‌ ରାସ୍ତା କରାଯାଉଛି। ଫଳରେ ବର୍ଷା ପାଣି ମାଟି ଭିତରକୁ ନ ଯାଇ ଡ୍ରେନ୍‌ ଓ ବିଭିନ୍ନ ନାଳରେ ପଡ଼ି ସମୁଦ୍ରକୁ ବହିଯାଉଛି। ଭୂତଳ ଜଳସ୍ତର ହ୍ରାସ ପାଇବା ପଛରେ ଏହା ଏକ ପ୍ରମୁଖ କାରଣ।

ନଈ, ପୋଖରୀରେ ପାଣି ନାହିଁ; ଉତ୍କଟ ହେବ ଜଳସଂକଟ

ଡାଇନାମିକ୍‌ ଗ୍ରାଉଣ୍ଡ୍‌ ୱାଟର୍‌ ରିସୋର୍ସ ଅଫ୍‌ ଓଡ଼ିଶା-୨୦୨୪ର ତଥ୍ୟ ଅନୁସାରେ ଗତ ୨୦୨୪ରେ ଗଞ୍ଜାମ ଜିଲ୍ଲାରେ ମୌସୁମୀ ପୂର୍ବରୁ ଭୂପୃଷ୍ଠରୁ ୪.୭୫ ମିଟର୍‌ ତଳେ ଜଳସ୍ତର ରହିଥିଲା। କିନ୍ତୁ ବର୍ଷା ପରେ ଏଥିରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଥିଲା। କିଛିଦିନ ପାଇଁ ୩.୪୬ ମିଟର୍‌ ତଳେ ଜଳୀୟ ଅଂଶ ରହିଥିଲା। ଏବେ ଚଳିତ ବର୍ଷ ଆରମ୍ଭରୁ ହିଁ ପୁଣିଥରେ ଜଳସ୍ତର ଖସିଥିବା ନେଇ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଗତବର୍ଷ ବର୍ଷା ପୂର୍ବରୁ ସୋରଡ଼ା ବ୍ଲକ୍‌ରେ ସର୍ବାଧିକ ୬.୩୭ ମିଟର୍‌ ତଳେ ଜଳସ୍ତର ରହିଥିବା ବେଳେ ଛତ୍ରପୁର ବ୍ଲକ୍‌ରେ ୬ ମିଟର୍‌ ତଳେ ଜଳୀୟ ଅଂଶ ରହିଥିଲା। ସେହିପରି ଚିକିଟିରେ ୫.୫୭ ମିଟର୍‌, ରଂଗେଇଲୁଣ୍ଡା ବ୍ଲକ୍‌ରେ ୫.୩୨ ମିଟର୍‌ ଓ ପାତ୍ରପୁର ବ୍ଲକ୍‌ରେ ୫.୧୯ ମିଟର୍‌ ତଳେ ଜଳସ୍ତର ରହିଥିବା ରେକର୍ଡ କରାଯାଇଛି। 

ଭୂତଳ ଜଳସ୍ତର ଖସୁଥିବାରୁ ପାନୀୟଜଳ ସମସ୍ୟା ଦେଖାଦେଇଛି। ଗଞ୍ଜାମ ଜିଲ୍ଲାର ଜୀବନରେଖା କୁହାଯାଉଥିବା ଋଷିକୁଲ୍ୟା ସମେତ ଅନ୍ୟ ନଦୀଗୁଡ଼ିକର ଜଳସ୍ରୋତ ମଧ୍ୟ ଶୁଖିଲା। ଘୋଡ଼ାହାଡ଼, ବାହୁଦା, ବାଘୁଆ, ବଡ଼ନଦୀରେ ପାଣି ନାହିଁ। ସେହିପରି ଜଳଭଣ୍ଡାରଗୁଡ଼ିକ ମଧ୍ୟ ଖାଲି। ଗତ ୪୦ ବର୍ଷ ତଳେ ମାତ୍ର ୩୦ ଫୁଟ ଖୋଳିଲେ ପାଣି ଆସୁଥିଲା। ଏବେ ୨୦୦ ଫୁଟ ଖୋଳିଲେ ମଧ୍ୟ ପାଣି ମିଳୁନି ବୋଲି ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ କହିଛନ୍ତି। ଏଥିପାଇଁ ଜିଲ୍ଲାରେ ବହୁ ଗଭୀର ଉଠାସେଚ ପ୍ରକଳ୍ପରୁ ପାଣି ମିଳୁନାହିଁ ବୋଲି ସେ କହିଛନ୍ତି। ଏଭଳି ସ୍ଥିତି ଜାରି ରହିଲେ ଆଗକୁ ସଙ୍ଗିନ ପରିସ୍ଥିତିର ସାମନା କରିବାକୁ ପଡ଼ିବ ବୋଲି ପରିବେଶବିତ ମହଲରେ ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe