ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ ଓଡ଼ିଶାର ବ୍ରାଣ୍ଡ୍‌ ଏବଂ ସେ ହିଁ ଓଡ଼ିଆ ଜାତିର ଅସ୍ମିତାର ପରିଚୟ : ଧର୍ମେନ୍ଦ୍ର ପ୍ରଧାନ

Advertisment

ବିଶ୍ୱ ଓଡ଼ିଆ ମହୋତ୍ସବ-୨୦୨୦ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍‌ବୋଧନ

ବିଶ୍ୱ ଓଡ଼ିଆ ମହୋତ୍ସବ-୨୦୨୦ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍‌ବୋଧନ

ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ ଓଡ଼ିଶାର ବ୍ରାଣ୍ଡ୍‌ ଏବଂ ସେ ହିଁ ଓଡ଼ିଆ ଜାତିର ଅସ୍ମିତାର ପରିଚୟ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ବର୍ତମାନର ଆଧୁନିକ ସମୟରେ ଆମେ ବ୍ରାଣ୍ଡ୍‌ ଓଡ଼ିଶାର ଚିନ୍ତା କରୁଛେ। ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ ଓଡ଼ିଶାର ବ୍ରାଣ୍ଡ୍‌ ଏବଂ ସେ ହିଁ ଓଡିଆ ଜାତିର ଅସ୍ମିତାର ପରିଚୟ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୬ ଭୋଗ, ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବିଶ୍ୱଦରବାରରେ ପହଞ୍ଚାଇବା ପାଇଁ ରାସ୍ତା ବାହାର କରିବା ଦରକାର। ଶ୍ରୀଜଗନ୍ନାଥ ସଂସ୍କୃତିରେ ଏବଂ ଓଡ଼ିଆ ପରମ୍ପରାରେ ଆଧୁନିକ ଭାଷାରେ ଏହି ସବୁ ବିଷୟକୁ ରଖିପାରିଲେ ହିଁ ଏହା ନୂଆ ପରମ୍ପରା ହେବ। ଏଥିପାଇଁ ସମସ୍ତେ ଦାୟିତ୍ୱ ନେବା ଦରକାର। ଶନିବାର ଓଡ଼ିଶା ସୋସାଇଟି ଅଫ୍‌ ଆମେରିକା ଓ ବିଶ୍ୱର ପ୍ରବାସୀ ଓଡ଼ିଆ ସମୂହଙ୍କ ପକ୍ଷରୁ ଆୟୋଜିତ ବିଶ୍ୱ ଓଡ଼ିଆ ମହୋତ୍ସବ-୨୦୨୦ରେ ଭିଡ଼ିଓ କନଫରେନ୍‌ସିଂ ମାଧ୍ୟମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଓଡ଼ିଆ ଭାଷା, ଜଗନ୍ନାଥ ସଂସ୍କୃତି, ପରମ୍ପରା ଆମ ଓଡ଼ିଆଙ୍କ ମୂଳପୁଞ୍ଜି। ସନ୍ଥକବି ଭୀମ ଭୋଇଙ୍କ କାବ୍ୟ ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉକୁ ବିଶ୍ୱର ସବୁଠି ପହଞ୍ଚାଇ ପାରିଲେ ହିଁ ଓଡ଼ିଆ ଜାତି, ସମାଜ ପ୍ରତିଷ୍ଠିତ ହୋଇପାରିବ।

ସରକାର କିମ୍ବା ବ୍ୟବସ୍ଥା ଚଲାଉଥିବା ଲୋକମାନେ କେବଳ ସମାଜକୁ ଆଗେଇ ନେବା କଥା ଭାବିଲେ ହେବ ନାହିଁ ବରଂ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଏବଂ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଭଳି ମଧ୍ୟ ସମସ୍ତଙ୍କୁ ସମାଜ ପାଇଁ ଚିନ୍ତା କରିବା ଦରକାର। କାରଣ ସମାଜ ସର୍ବଦା ବ୍ୟାପକତା ଓ ସମଗ୍ରତାକୁ ନେଇ ଚିନ୍ତା କରେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବକ୍ତବ୍ୟ ରଖିଛନ୍ତି।

ବିଶ୍ୱ ଓଡ଼ିଆ ମହୋତ୍ସବ ଓଡ଼ିଆ ଉତ୍ସାହ ଓ ଉଦ୍ଦୀପନାର ଉତ୍ସବ ବନାଇବା ପାଇଁ ଉଦ୍ଦିଷ୍ଟ।  ଆମ ମାତୃଭୂମିର ସଂସ୍କୃତି, ପରମ୍ପରାର ପ୍ରଚାରପ୍ରସାର ଓ ଓଡ଼ିଶାର ବିକାଶ ପାଇଁ ଏହି ଉତ୍ସବ। ବିଶ୍ୱର ବିଭିନ୍ନ ଦେଶରେ ରହୁଥିବା ଓଡ଼ିଆ ସମୁଦାୟଙ୍କୁ ଗୋଟିଏ ପ୍ଲାଟଫର୍ମରେ ଆଣିବାକୁ ଉଦ୍ୟମ କରିଥିବାରୁ ଆୟୋଜକଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ।

ସେହିପରି ବିଶ୍ୱତମାମ ଲୋକଙ୍କୁ ଓଡ଼ିଶାରେ ହେଉଥିବା ଇକୋ ରିଟ୍ରିଟର ପ୍ରଚାରପ୍ରସାର କରିବାର ଆବଶ୍ୟକତା ରହିଛି। ଏହା ଦ୍ୱାରା ରାଜ୍ୟ ଅର୍ଥନୀତିର ବଡ ପ୍ରଭାବ ପଡ଼ିବ ଓ ପର୍ଯ୍ୟଟନ କ୍ଷେତ୍ରର ମଧ୍ୟ ପ୍ରଚାରପ୍ରସାର ହୋଇପାରିବ ବୋଲି ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe