ଭୁବନରେ ତେଜିଲା ଗୋଷ୍ଠୀ ସଂଘର୍ଷ, ୮ ଆହତ

Advertisment
ଭୁବନରେ ତେଜିଲା ଗୋଷ୍ଠୀ ସଂଘର୍ଷ, ୮ ଆହତ

ଢେଙ୍କାନାଳ : ଭୁବନରେ ଗୋଷ୍ଠୀ ସଂଘର୍ଷ। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୮ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ଉକ୍ତ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି।

ମିଳିଥିବା ସୂଚନା ଅନୁସାରେ ଭୁବନରେ ଦଶହରା ଭସାଣୀରେ ପ୍ରସିଦ୍ଧ ବଳଦ ଯାତ୍ରା ଚାଲିଥିବା ସମୟରେ କେତେକ ମଦ୍ୟପ ଏଥିରେ ନାଚିବା ସହ ଜଣେ ଯୁବକକୁ ଆକ୍ରମଣ କରିବା ଫଳରେ ଘଟଣାସ୍ଥଳରେ ବିବାଦ ଦେଖାଦେଇଥିଲା। ଏହି ବିବାଦରୁ ସୃଷ୍ଟି ହୋଇଥିଲା ଉତ୍ତେଜନା। ଉତ୍ତେଜନାରୁ ଆରମ୍ଭ ହୋଇଥିଲା ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଏଥିରେ ୮ ଜଣ ଆହତ ହୋଇଛନ୍ତି। ପରିସ୍ଥିତି ଅଣାୟତ ହେବାରୁ ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ପୁଲିସ ଲଠିଚାର୍ଜ ମଧ୍ୟ କରିଥିଲା। ଉତ୍ତେଜନାକୁ ଦୃଷ୍ଟିରେ ରଖି ଅଞ୍ଚଳରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe