ଡିଜେ ପାଇଁ ପୁଲିସ-ଜନତା ମୁହାଁମୁହିଁ : ବିମାନ ରଖି ଲୋକଙ୍କ ରାସ୍ତାରୋକ

Advertisment
ଡିଜେ ପାଇଁ ପୁଲିସ-ଜନତା ମୁହାଁମୁହିଁ : ବିମାନ ରଖି ଲୋକଙ୍କ ରାସ୍ତାରୋକ

ଭଦ୍ରକ/ଧାମନଗର : ଭଦ୍ରକ ଜିଲ୍ଲା ଧାମନଗର ଥାନା ଚୁଡାକୁଟୀରେ ରାଧାକୃଷ୍ଣଙ୍କ ମେଳନ ପର୍ବ ଚାଲିଥିବା ବେଳେ ଡିଜେ ବାଜିବାକୁ କେନ୍ଦ୍ରକରି ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ସ˚ଘର୍ଷ ହୋଇଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଲୋକମ‌ାନେ ବିମାନ ରଖି ରାସ୍ତାରୋକ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଚୁଡାକୁଟୀ ମେଳନ ପ୍ରତିବର୍ଷ ଧୁମ୍‌ଧାମରେ ଚାଲୁଥିବାବେଳେ କିଛି ବର୍ଷ ହେବ ଜିଲ୍ଲା ପ୍ରଶାସନ ଡିଜେକୁ ବେଆଇନ କରିଛି ା ଏହାକୁ ନ ମାନି କେତେକ ଠାକୁର ବାଡିଆ ଡିଜେ ବଜାଇ ଶୋଭାଯାତ୍ରାରେ ମେଳନସ୍ଥଳକୁ ଆସୁଥିଲେ। ପୁଲିସ ସେମାନଙ୍କୁ ଡିଜେ ବଜାଇବାକୁ ବାରଣ କରିଥିଲେ ା ବିଦ୍ୟାଧରପୁର ବିମାନ ଡିଜେ ବଜାଇ ଆସିଛି ତେଣୁ ଆମେ ମଧ୍ୟ ଡିଜେ ବଜାଇ ଯିବୁ ବୋଲି ପଳସା ଓ ସରେଇ ବିମାନ ଦଳ କହିଥିଲେ। ଏହି ଘଟଣାକୁ ନେଇ ଉଭୟ ପୁଲିସ ଓ ଠାକୁର ବାଡିଆଙ୍କ ସମେତ ସ୍ଥାନୀୟ ଜନତାଙ୍କ ମଧ୍ୟରେ ବଚସା ହୋଇ ପରେ ଧସ୍ତାଧସ୍ତି ଏବ˚ ଭଙ୍ଗାରୁଜା ହୋଇଥିଲା। ଏହାକୁ କେନ୍ଦ୍ର କରି ସ୍ଥାନୀୟ ଲୋକେ ବିମାନକୁ ରାସ୍ତାରେ ରଖି ଚୁଡାକୁଟିର ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ ା

ଖବର ପାଇ ଅତିରିକ୍ତ ଏସପି ବିକାଶ ଦାସ, ଉପଜିଲ୍ଲାପାଳ, ଦୀର୍ଘ ୧ଘଣ୍ଟା ପରେ ସ୍ଥାନୀୟ ଜନସାଧାରଣ ଓ ପ୍ରଶାସନଙ୍କ ମଧ୍ୟରେ ଆଲୋଚନା କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଆସନ୍ତା ୨୭ ତାରିଖ ଦିନ ଉଭୟ ପକ୍ଷଙ୍କ ମଧ୍ୟରେ ବୈଠକ ବସି ସମାଧାନ କରାଯିବ ବୋଲି ଉତ୍ୟକ୍ତ ଲୋକଙ୍କୁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe