ହରିଶଙ୍କର ଜଳପ୍ରପାତରେ ଗାଧୋଇବା ବେଳେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ; ୨ ଗୁରୁତର

Advertisment
ହରିଶଙ୍କର ଜଳପ୍ରପାତରେ ଗାଧୋଇବା ବେଳେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ; ୨ ଗୁରୁତର

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ‘ହରିଶଙ୍କର’ରେ ହିଂସା। ପ୍ରସିଦ୍ଧ ହରିଶଙ୍କର ପୀଠରେ ଥିବା ଝରଣା ନିକଟରେ ନଦୀ ପିଇବାକୁ ନେଇ ବିବାଦ ଉପୁଜିବା ପରେ ତୁମୁଳ କାଣ୍ଡ ଘଟିଥିବା ଜଣାପଡିଛି। ଉଭୟ ଗୋଷ୍ଠୀ ପକ୍ଷରୁ ୨ ଜଣ ଗୁରୁତର ଥିବା ଜଣାପଡିଛି। ଉଭୟ ଗୋଷ୍ଠୀର ସମସ୍ତଙ୍କୁ ଖପ୍ରାଖୋଲ ଥାନାରେ ଅଟକ ରଖା ଯାଇଥିବା ବେଳେ ବୁଧବାର ସନ୍ଧ୍ୟାରେ ୬ ଜଣଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ଜଣାପଡିଛି।

ପ୍ରସିଦ୍ଧ ତିକ୍ତ ପୀଠ ହରିଶଙ୍କରକୁ ପ୍ରତିଦିନ ଭଳି ମଙ୍ଗଳବାର ମଧ୍ୟ କଣ୍ଟାବାଞ୍ଜି ଅଞ୍ଚଳର ପର୍ଯ୍ୟଟକମାନେ ଆସିଥିଲେ। ଝରଣାରେ ଗାଧୋଇବା ସମୟରେ ଝରଣା ନିକଟରେ କଣ୍ଟାବାଞ୍ଜିରୁ ଆସିଥିବା କିଛି ଲୋକ ମଦ ପିଉଥିଲେ। ସେମାନେ ଝରଣା ନିକଟରେ ମଦ ପିଉଥିବା ଦେଖି ମନ୍ଦିର ପରିଚାଳନା କମିଟିର କିଛି ବ୍ୟକ୍ତି ମନା କରିଥିଲେ। ହେଲେ ସେମାନେ ମାନି ନ ଥିଲେ। ଉଭୟ ପକ୍ଷରୁ ବଚସା ହୋଇଥିଲା। ପରେ ବଚସା ଉଗ୍ର ରୂପ ନେଉ ତୁମୁଳ କାଣ୍ଡ ଘଟିଥିଲା। ଉଭୟ ପକ୍ଷରୁ ଠେଙ୍ଗା ନେଇ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ଏଥିରେ ଉଭୟ ପକ୍ଷରୁ ଆହତ ହୋଇଥିଲେ। ପରେ ହରିଶଙ୍କର ପୁଲିସ ଏ ନେଇ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନିୟନ୍ତ୍ରଣ କରିଥିଲା। ଉଭୟ ପକ୍ଷରୁ ୧୪ ରୁ ଊର୍ଦ୍ଧ୍ବ ଜଣକୁ ଖପ୍ରାଖୋଲ ଥାନାରେ ଅଟକ ରଖି ପଚରା ଉଚୁରା କରା ଯାଇଥିଲା। ବୁଧବାର ସନ୍ଧ୍ୟାରେ ଏହି ଗୋଷ୍ଠୀ ସଂଘର୍ଷ ତଥା ପ୍ରାଣାନ୍ତକ ଆକ୍ରମଣ ମାମଲାରେ ଉଭୟ ପକ୍ଷରୁ ୩ ଜଣ ଲେଖାଏଁଙ୍କୁ ଖପ୍ରାଖୋଲ ପୁଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe