କାମାକ୍ଷାନଗରରେ ଗୁଳି ଓ ବୋମାମାଡ଼, ଦୁଇ ଗୋଷ୍ଠୀ ମଧ୍ୟରେ ସଶସ୍ତ୍ର ସଂଘର୍ଷ, ୩ ଗୁରୁତର

Advertisment
ଗଂଜାମରେ ହୋଟେଲ ଉପରେ ବୋମାମାଡ଼, ଜଣେ କର୍ମଚାରୀ ଆହତ

www.indiatoday.in

କାମାକ୍ଷାନଗର : କାମାକ୍ଷାନଗର ଟାଉନ୍‌ରେ ବୁଧବାର ବିଳମ୍ବିତ ରାତିରେ ଗୁଳି ଫୁଟିଛି। ଏଥିସହ ତୁହାକୁ ତୁହା ବୋମାମାଡ଼ ହୋଇଛି। ଏଥିରେ ୩ ଜଣ ଗୁରୁତର ହୋଇଥିଲାବେଳେ ସେମାନଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। କାମାକ୍ଷାନଗର ଥାନାଠାରୁ ମାତ୍ର କିଛି ଦୂରରେ ରାଜରାସ୍ତାରେ ସଂଘଟିତ ଏହି ସଶସ୍ତ୍ର ଗୋଷ୍ଠୀ ସଂଘର୍ଷ ସହରବ୍ୟାପୀ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ରାତି ଅଧରେ ଘନଘନ ଗୁଳିଫୁଟା ସାଙ୍ଗକୁ ସିରିଜ୍‌ ବୋମାମାଡ଼ର ପ୍ରଚଣ୍ଡ ଶବ୍ଦରେ ଆଖପାଖ ଅଂଚଳର ଲୋକମାନେ ଅଜଣା ଆତଙ୍କରେ ଶିହିରି ଉଠିଥିଲେ। ପୁଲିସ ଘଟଣାସ୍ଥଳରେ ପହଂଚିବା ପୂର୍ବରୁ ଉଭୟପକ୍ଷର ଯୁବକମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ତେବେ ଏହି ସଶସ୍ତ୍ର ସଂଘର୍ଷର କାରଣ ସ୍ପଷ୍ଟ ହୋଇନାହିଁ। ପୁଲିସ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଆଧାରରେ ତନାଘନା ଚଳାଇଛି।

ବୁଧବାର ରାତି ପ୍ରାୟ ୧୦ଟା ୪୫ ମିନିଟରେ କାମାକ୍ଷାନଗର ସହରର ସାରଙ୍ଗଧର ଷ୍ଟାଡିୟମ ଓ ବାଳିକା ବିଦ୍ୟାଳୟ ମଧ୍ୟସ୍ଥ ଅଂଚଳରେ ଦୁଇ ଗୋଷ୍ଠୀଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା। ପରେ ଗୁଳିମାଡ ଓ ବୋମା ଫିଙ୍ଗା ଆରମ୍ଭ ହୋଇଯାଇଥିଲା। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ୪ରୁ ୫ ରାଉଣ୍ଡ ଗୁଳି ଫୁଟିଥିଲାବେଳେ ୧୦ରୁ ୧୫ ବୋମା ଫିଙ୍ଗା ଯାଇଥିଲା। ଏହି ଘଟଣାରେ ଅନନ୍ତପୁର କଲୋନି ସାହିର ତୁଫାନ ପାତ୍ର(୨୨), ମହିମାନଗରର ଆକାଶ ନାୟକ(୨୫) ଓ ରାଜକିଶୋର ନାଏକ(୩୫) ଗୁରୁତର ହୋଇଛନ୍ତି। ତୁଫାନ ଓ ଆକାଶଙ୍କ ଦେହରେ ଗୁଳି ବାଜିଥିଲାବେଳେ ରାଜକିଶୋରଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ସେମାନଙ୍କୁ ତୁରନ୍ତ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ଉଦ୍‌ବେଗଜନକ ଥିବାରୁ ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏହି ଗଣ୍ଡଗୋଳରେ ଆହତମାନଙ୍କ ଦ୍ବାରା ବ୍ୟବହୃତ ଏକ କାର୍‌ ଓ ବାଇକ୍‌ ଭାଙ୍ଗି ଚୂରମାର ହୋଇଯାଇଛି। ବୋମାମାଡ଼ରେ କାର୍‌ଟି (ଡବ୍ଲ୍ୟୁବି-୨୬-ଆର-୭୭୭୯) କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe