ଅଧରାତିରେ ନୂଆପଲ୍ଲୀ ଥାନା ରଣକ୍ଷେତ୍ର

Advertisment

ଦୁଷ୍କର୍ମ ଅଭିଯୁକ୍ତ ନାବାଳକକୁ ଜୁଭେନାଇଲ୍‌ ବୋର୍ଡ ଛାଡ଼ିବାରୁ ଦୁଇ ଗୋଷ୍ଠୀ ପିଟାପିଟି, ୭ ଆହତ

ଦୁଷ୍କର୍ମ ଅଭିଯୁକ୍ତ ନାବାଳକକୁ ଜୁଭେନାଇଲ୍‌ ବୋର୍ଡ ଛାଡ଼ିବାରୁ ଦୁଇ ଗୋଷ୍ଠୀ ପିଟାପିଟି, ୭ ଆହତ

ଅଧରାତିରେ ନୂଆପଲ୍ଲୀ ଥାନା ରଣକ୍ଷେତ୍ର

Times of India

ଭୁବନେଶ୍ୱର : ଜଣେ ଦୁଷ୍କର୍ମ ଅଭିଯୁକ୍ତ ନାବାଳକକୁ ଜୁଭେନାଇଲ୍‌ ବୋର୍ଡ ଛାଡ଼ି ଦେବା ଘଟଣାକୁ କେନ୍ଦ୍ର କରି ଶୁକ୍ରବାର ବିଳମ୍ବିତ ରାତିରେ ନୂଆପଲ୍ଲୀ ଥାନା ପରିସର ରଣକ୍ଷେତ୍ର ପାଲଟିଛି। ପୁଲିସ୍‌ର କୋହଳ ଦଫା ପାଇଁ ଅଭିଯୁକ୍ତକୁ ଛାଡ୍‌ ମିଳିଗଲା ବୋଲି ଅଭିଯୋଗ କରିବା ସହ ପୁଣି ଅଭିଯୁକ୍ତକୁ ଘୋଷାରି ଥାନାକୁ ନେବାରୁ ଥାନାରେ ପ୍ରବଳ ଗଣ୍ଡଗୋଳ ହୋଇଥିଲା। ପୀଡ଼ିତା ପରିବାର ସପକ୍ଷରେ ଆସିଥିବା ୫/୬ଜଣ କିନ୍ନର ଓ ପାଖାପାଖି ୩୦ ଜଣ ବସ୍ତିବାସିନ୍ଦା ଥାନା ଭିତରେ ଉତ୍ପାତ କରୁଥିବା ବେଳେ ଅଭିଯୁକ୍ତ ନାବାଳକର ପରିବାର ଓ ସପକ୍ଷରେ କିଛି ବସ୍ତିବାସିନ୍ଦା ଥାନାରେ ପହଞ୍ଚି ଯିବାରୁ ପରିସ୍ଥିତି ଭୟାବହ ହୋଇପଡ଼ିଥିଲା। ଦୁଇ ଗୋଷ୍ଠୀ ହାତାହାତି ହେବାରୁ ପୂରା ଥାନା ପରିସର ରଣକ୍ଷେତ୍ର ପାଲଟି ଯାଇଥିଲା। ପିଟାପିଟିରେ ଉଭୟ ପକ୍ଷରୁ ପାଖାପାଖି ୭ଜଣ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ନୂଆପଲ୍ଲୀ ଥାନା ନିକଟସ୍ଥ ଏକ ବସ୍ତିର ଜଣେ ନାବାଳିକାଙ୍କୁ ସେହି ବସ୍ତିର ଜଣେ ନାବାଳକ ଅପହରଣ କରି ନେଇଥିଲା। ସେ ତାକୁ ଏକ ହୋଟେଲରେ ରଖିବା ସହ ଦୁଷ୍କର୍ମ କରିଥିଲା। ଏସଂପର୍କରେ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ଓ ଗତକାଲି ପୁଲିସ ନାବାଳିକାକୁ ଉଦ୍ଧାର କରି ଆଶ୍ରୟସ୍ଥଳରେ ଛାଡ଼ିଥିବା ବେଳେ ଅଭିଯୁକ୍ତ ନାବାଳକକୁ ଥାନାରେ ଅଟକ ରଖିଥିଲା। ଶୁକ୍ରବାର ଦିନ ପୁଲିସ୍‌ ଅଭିଯୁକ୍ତ ନାବାଳକକୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରାଇଥିଲା। କିନ୍ତୁ ବୋର୍ଡ ତାକୁ ଛାଡ଼ି ଦେଇଥିଲେ। ନାବାଳକ ଜଣଙ୍କ ବସ୍ତିକୁ ଫେରି ଆସିବା ଦେଖି ନାବାଳିକାର ପରିବାର ଲୋକମାନେ ଉତ୍ତେଜିତ ହୋଇଯାଇଥିଲେ। କିଛି ବସ୍ତିବସିନ୍ଦା ଓ ୫/୬ଜଣ କିନ୍ନର ପୀଡ଼ିତା ପରିବାର ସପକ୍ଷରେ ବାହାରି ନାବାଳକକୁ ଧରି ଜୋର୍‌ଜବରଦସ୍ତ ଟାଣି ଟାଣି ନୂଆପଲ୍ଲୀ ଥାନାକୁ ନେଇଥିଲେ। ନାବାଳକକୁ କାହିଁକି ଛାଡ଼ ମିଳିଲା ବୋଲି ପୁଲିସକୁ କୈଫିୟତ ମାଗିଥିଲେ। ଏଇ କଥାକୁ କେନ୍ଦ୍ରକରି ପୁଲିସ୍‌ ଓ ସେମାନଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ଠେଲାପେଲା ଚାଲିଥିବାବେଳେ ନାବାଳକର ପରିବାର ଲୋ‌କେ ଓ ସମର୍ଥକମାନେ ଥାନ‌‌ାରେ ପହଞ୍ଚିଥିଲେ। ଏହାପରେ ସ୍ଥିତି ବିସ୍ଫୋରକ ରୂପ ନେଇଥିଲା। ଦୁଇ ପକ୍ଷ ପୁଲିସର ବୁଝାସୁଝାକୁ କର୍ଣ୍ଣପାତ କରିନଥିଲେ। ଥାନା ଭିତରେ ପରସ୍ପରକୁ ଆକ୍ରମଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe