‌‌ଗୁଲାମାଲରେ ଗୋଷ୍ଠୀ ସଂଘ‌ର୍ଷ, ଜଣେ ମୃତ, ଜଣେ ଗୁରୁତର

Advertisment
ରାଜନୈତିକ ତିକ୍ତତା: ସରପଞ୍ଚଙ୍କ ସ୍ବାମୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

Sambad English

ରେଂଗାଲି : ଗୁରୁବାର ରାତି ପ୍ରାୟ ସାଢ଼େ ୯ଟାରେ କତରବଗା ଥାନା ପ୍ରଧାନପାଲି-ଗୁଲାମାଲରେ ଗୋଷ୍ଠୀ ସଂଘ‌ର୍ଷ ହୋଇଛି। ଏଥିରେ ଗାଁର ପ୍ରକାଶ ପ୍ରଧାନଙ୍କ ମୃତ୍ୟୁ ଘଟିଥିବା ବେଳେ ଧନଞ୍ଜୟ ବେହେରା ଗୁରୁତର ଆହତ ହୋଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଗୁରୁବାର ରାତି ୯ଟା ବେଳେ ପ୍ରକାଶ ପ୍ରଧାନ ଓ ଧନଞ୍ଜୟ ବେହେରା ପ୍ରଧାନପାଲି-ଗୁଲାମାଲ ଗାଁର ପୁରୁଣା ବଜାର ନିକଟରେ ଥିଲେ। କ‌ୌଣସି କାରଣରୁ ଗାଁରେ ୪/୫ ଜଣ ବ୍ୟକ୍ତିଙ୍କ ସହିତ ସେମାନଙ୍କ ବଚସା ହୋଇଥିଲା। ଏହା କ୍ରମେ ଗୋଷ୍ଠୀ ସଂଘ‌ର୍ଷରେ ରୂପ ‌ନେଇଥିଲା। ବିପକ୍ଷ ଗୋଷ୍ଠୀର ଆକ୍ରମଣରେ ପ୍ରକାଶ ଓ ଧନଞ୍ଜୟ ଗୁରୁତର ଆହତ ହୋଇଥିଲେ। ଘଟଣା ସଂପର୍କରେ ଖବର ପାଇ ଗାଁର ଲୋକେ ସେଠାରେ ପହଂଚିବାରୁ ଆକ୍ରମଣକାରୀମାନେ ସେଠାରୁ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ପ୍ରକାଶ ଓ ଧନଞ୍ଜୟଙ୍କୁ ଉଦ୍ଧାର କରି ‌ଲୋକେ ସେମାନଙ୍କୁ ବୁର୍ଲା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ପ୍ରକାଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଧନଞ୍ଜୟଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। କତରବଗା ଥାନା ପୁଲିସ ଘଟଣାସ୍ଥଳରେ ପହଂଚିଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଉଭୟ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିବା କୁହାଯାଉଥିଲେହେଁ ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe